କେନ୍ଦ୍ର ବିରୋଧରେ ଗର୍ଜିଲେ କଶ୍ମୀରି ପଣ୍ଡିତ, ଆତଙ୍କୀ ହମଲାକୁ ନିନ୍ଦା

ନୂଆଦିଲ୍ଲୀ: ନିଜର ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କଶ୍ମୀରି ପଣ୍ଡିତ। ଗୁରୁବାର ଆତଙ୍କବାଦୀମାନେ ଜଣେ ୩୬ ବର୍ଷୀୟ କଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ଉପତ୍ୟକାରେ ରହୁଥିବା ପଣ୍ତିତମାନେ ନିଜର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଆତଙ୍କୀ ହମଲାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମଧ୍ୟ […]

Kashmir

Kashmir

Hemant Lenka
  • Published: Friday, 13 May 2022
  • Updated: 13 May 2022, 11:12 AM IST

Sports

Latest News

ନୂଆଦିଲ୍ଲୀ: ନିଜର ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କଶ୍ମୀରି ପଣ୍ଡିତ। ଗୁରୁବାର ଆତଙ୍କବାଦୀମାନେ ଜଣେ ୩୬ ବର୍ଷୀୟ କଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ଉପତ୍ୟକାରେ ରହୁଥିବା ପଣ୍ତିତମାନେ ନିଜର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି।

ସେମାନେ ଆତଙ୍କୀ ହମଲାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମଧ୍ୟ ନାରାବାଜୀ କରିଛନ୍ତି।

ଆତଙ୍କବାଦୀଙ୍କ ବର୍ବରତା ପରେ ୧୯୯୦ରୁ ମସିହାରୁ କଶ୍ମୀରରୁ ବିସ୍ଥାପିତ ହୋଇ ପଣ୍ଡିତମାନେ ଟ୍ରାଞ୍ଜିଟ କ୍ୟାମ୍ପରେ ରହୁଛନ୍ତି। ଗୁରୁବାର ଘଟଣା ପରେ ସେମାନେ ଟ୍ରାଞ୍ଜିଟ କ୍ୟାମ୍ପରୁ ବାହାରି ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛନ୍ତି। କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ କେହି ବି ଚିନ୍ତିତ ନୁହନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ଆତଙ୍କୀ ହମଲାକୁ ନିନ୍ଦା କରି ମହମବତୀ ଶୋଭାଯାତ୍ରା ବି କରିଛନ୍ତି। ସମସ୍ତେ ଏକ ସ୍ୱରରେ କଶ୍ମୀରି ପଣ୍ଡିତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଗୁରୁବାର ଆତଙ୍କବାଦୀମାନେ ବଡ଼ଗାମର ଚାଦୋରାଠାରେ ଥିବା ତହସିଲଦାରଙ୍କ ଅଫିସରେ ଧସେଇ ପଶିଥିଲେ। ଏହାପରେ ସେଠାରେ ଥିବା ୩୬ ବର୍ଷୀୟ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ। ସେ ଜଣେ କଶ୍ମୀର ପଣ୍ଡିତ ହୋଇଥିବାରୁ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।

ରାହୁଲ କଶ୍ମୀର ପଣ୍ଡିତ ହୋଇଥିବା ବେଳେ ସ୍ୱତନ୍ତ୍ର ସଂରକ୍ଷଣ ନୀତିରେ ସେ ତହସିଲ ଅଫିସରେ ନିଯୁକ୍ତି ପାଇଥିଲେ। ଦୀର୍ଘ ୧୦ ବର୍ଷ ହେଲା ସେ କାମ କରୁଥିଲେ ହେଁ ଗତକାଲି ଏତେ ବଡ଼ ଅଘଟଣ ଘଟିଛି। ଗତ ମାସରେ ରାହୁଲଙ୍କୁ ମିଶାଇ ୩ ଜଣ କଶ୍ମୀରି ପଣ୍ଡିତଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେଣି। ସେହିପରି ଆଉ ଦୁଇ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

ଅକ୍ଟୋବର ମାସରୁ ହିଁ କଶ୍ମୀରି ପଣ୍ଡିତ ଓ କଶ୍ମୀର ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଅକ୍ଟୋବର ମାସରେ ୭ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ଜଣେ କଶ୍ମୀର ପଣ୍ଡିତ, ୨ ଜଣ ହିନ୍ଦୁ ପ୍ରବାସୀ ଓ ଜଣେ ଶିଖ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos