ସରିଲାଣି ଟ୍ରାଏଲ, ଖୁବଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଆସିବ ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ମଧ୍ୟରେ ଭଲ ଖବର ଆସିଛି। ୧୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକା ZyCoV-Dର କ୍ଲିକାଲ ଟ୍ରାଏଲ ବର୍ତ୍ତମାନ ଶେଷ ହୋଇଛି। ଖୁବଶୀଘ୍ର ଭାରତରେ ଏହାର ବ୍ୟବହାର ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଜାୟଡସ […]

Vaccine1

Vaccine1

Hemant Lenka
  • Published: Friday, 16 July 2021
  • Updated: 16 July 2021, 08:31 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ମଧ୍ୟରେ ଭଲ ଖବର ଆସିଛି। ୧୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକା ZyCoV-Dର କ୍ଲିକାଲ ଟ୍ରାଏଲ ବର୍ତ୍ତମାନ ଶେଷ ହୋଇଛି। ଖୁବଶୀଘ୍ର ଭାରତରେ ଏହାର ବ୍ୟବହାର ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଜାୟଡସ କାଡିଲା ଗୋଟିଏ ଡିଏନଏ ଉପରେ ଟିକା ବାହାର କରିଛି। ଏହାର କ୍ଲିନିକାଲ ଟ୍ରାଏଲ ୧୨ରୁ ୧୮ ବର୍ଷ ବର୍ଗର କିଶୋରଙ୍କ ଉପରେ କରାଯାଇଥିଲା। ଏହା ଏବେ ବେଶ ସଫଳତାର ସହ ଶେଷ ହୋଇଛି। ତେଣୁ ସଂସ୍ଥାକୁ ଏହାର ଜରୁରୀ କାଳୀନ ଓ ସୀମିତ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ତିଆ ଗୁପ୍ତା ନାମକ ଜଣେ ନାବାଳିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ୧୨ରୁ ୧୭ ବର୍ଷ ବର୍ଗର ପିଲାଙ୍କ ପାଇଁ ତୁରନ୍ତ ଟିକା ବାହାର କରିବାକୁ ଆବେଦନ କରିଥିଲେ। ଏହି ଆବେଦନର ଜବାବରେ କେନ୍ଦ୍ର ସରକାର ଏପରି ସତ୍ୟପାଠ ଦାଖଲ କରିଛନ୍ତି। ଗତ ମାସରେ ସମାନ କଥା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।

ଅନ୍ୟପକ୍ଷରେ ଜାୟଡସ କାଡିଲା ଜୁଲାଇ ୧ରେ କହିଥିଲା ଯେ କମ୍ପାନୀର ଟିକା ୪୫ରୁ ୬୦ ଦିନ ଭିତରେ ବଜାରକୁ ଆସିବ। ତେବେ ଡିସିଜିଆଇର ଅନୁମତି ଉପରେ ସବୁ କିଛି ନିର୍ଭର କରୁଛି। କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ମାସିକ ୪ରୁ ୫ ଲକ୍ଷ ଟିକା ଉତ୍ପାଦନ କରିବ। ଏହାପରେ ମାସିକ ୧ କୋଟି ଡୋଜ୍‌ ଟିକା ଉତ୍ପାଦନ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos