ଅନୁପ୍ରବେଶ ବେଳେ ଜୀବନ୍ତ ଧରାପଡ଼ିଲା ୧୯ ବର୍ଷୀୟ ଆତଙ୍କୀ, ଜଣେ ଖତମ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଉରି ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନ ସୀମାରୁ ୨ ଜଣ ଆତଙ୍କବାଦୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଥିଲେ ହେଁ ଏହାକୁ ବେଶ ସଫଳତାର ସହ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣେ ଜୀବନ୍ତ ଧରା ପଡ଼ିଛି। ଜୀବନ୍ତ ଆତଙ୍କବାଦୀର ବୟସ ମାତ୍ର ୧୯ ବର୍ଷ। ସେ ଓ ତା’ର ସହଯୋଗୀ ଆତଙ୍କୀ ସଂଗଠନ […]

Terrorist

Terrorist

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 03:25 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଉରି ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନ ସୀମାରୁ ୨ ଜଣ ଆତଙ୍କବାଦୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଥିଲେ ହେଁ ଏହାକୁ ବେଶ ସଫଳତାର ସହ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣେ ଜୀବନ୍ତ ଧରା ପଡ଼ିଛି। ଜୀବନ୍ତ ଆତଙ୍କବାଦୀର ବୟସ ମାତ୍ର ୧୯ ବର୍ଷ। ସେ ଓ ତା’ର ସହଯୋଗୀ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ନିର୍ଦ୍ଦେଶରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।

ମେଜର ଜେନେରାଲ ବୀରେନ୍ଦ୍ର ବ୍ୟାସ ଆଜି କହିଛନ୍ତି, ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଆତଙ୍କୀ ଜଣଙ୍କ ହେଉଛି ଅଲୀ ବାବର ପାତ୍ର। ତା’ ଘର ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ସେ ଲସ୍କର ଆତଙ୍କୀ ସଂଗଠନର ସଦସ୍ୟ ବୋଲି ସ୍ୱୀକାର କରିଛି। ଆକ୍ରମଣ ପାଇଁ ତା’କୁ ମୁଜାଫରବାଦରେ ତାଲିମ ଦିଆଯାଇଥିଲା।

ଅଲୀ ବାବର ପାତ୍ର ଓ ତା’ର ସହଯୋଗୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗତକାଲି ସନ୍ଧ୍ୟାରେ ଉରି ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ହେଲେ ଏହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି ବୋଲି ସେ କହିଛନ୍ତି।

ବିଗତ ୭ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୭ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଜଣକୁ ଜୀବନ୍ତ ଗିରଫ କରାଯାଇଛି। ସୀମା ସେପଟେ ମୁତୟନ ପାକିସ୍ତାନ ଆର୍ମିର ବିନା ସହାୟତାରେ ଏତେ ସଂଖ୍ୟକ ଆତଙ୍କୀ ଅନୁପ୍ରବେଶ ପାଇଁ ଚେଷ୍ଟା କରିବା କେବେ ସମ୍ଭବ ନୁହେଁ। ଏଲଓସି ନିକଟରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଗୁଡ଼ିକରେ ଏବେ ଗତିବିଧି ବଢ଼ିଥିବା ମେଜର ବ୍ୟାସ କହିଛନ୍ତି।

୭ ଦିନ ନିହତ ହୋଇଥିବା ୭ ଆତଙ୍କବାଦୀଙ୍କ ନିକଟରୁ ୭ଟି ଏକେ ସିରିଜ ରାଇଫଲ, ୯ଟି ପିସ୍ତଲ, ୮୦ରୁ ଅଧିକ ଗ୍ରେନେଡ, ଭାରତ ଓ ପାକିସ୍ତାନୀ ଟଙ୍କା ଜବତ ହୋଇଛି। ପାକିସ୍ତାନ ସହ ଅସ୍ତ୍ରବିରତି ଚୁକ୍ତି ଫେବୃଆରୀରେ ହୋଇଥିଲା। ଏହାପରେ ସୀମାରେ ସୁରକ୍ଷାକର୍ମୀ ଆଲର୍ଟରେ ଥିଲେ। ଉରିରେ ଚାଲିଥିବା ବଡ଼ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି।

ଆଜି ଗିରଫ ହୋଇଥିବା ଆତଙ୍କୀ ଅଲୀ ବାବର ବାରମୁଲ୍ଲାଠାରେ ତା’ର ଅସ୍ତ୍ର ଫିଙ୍ଗି ଉରିରେ ଆତ୍ମସମର୍ପଣ କରିଥିବା କହିଛି। ଆତଙ୍କବାଦୀମାନେ ୨୦୧୬ରେ ଉରିର ଯେଉଁ ସୀମାନ୍ତ ଅଞ୍ଚଳ ଦେଇ ଆର୍ମି କ୍ୟାମ୍ପରେ ପ୍ରବେଶ କରିଥିଲେ ଏବେ ନିହତ ସମସ୍ତ ୭ ଆତଙ୍କୀ ସମାନ ରାସ୍ତାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ରାସ୍ତାଟି ସୱାଇ ନାଲା ଆତଙ୍କୀ କ୍ୟାମ୍ପ ଠାରୁ ହାଲ୍ଲାନ ଶୁମାଲି ଲଞ୍ଚ ପ୍ୟାଡ ଯାଏ ଲମ୍ବିଛି। ପାକିସ୍ତାନର ପଞ୍ଜାବର ଆତଙ୍କୀମାନେ ହିଁ ବର୍ତ୍ତମାନ ଅନୁପ୍ରବେଶ କରୁଥିବା ମେଜର ବ୍ୟାସ ସୂଚନା ଦେଇଛନ୍ତି।

ଗିରଫ ଆତଙ୍କୀ ଜଣଙ୍କ କହିଛି ଯେ ଲସ୍କର ଆକ୍କାମାନେ ତା’ର ଗିରବ ଅବସ୍ଥାର ଫାଇଦା ଉଠାଇଥିଲେ ଓ ପ୍ରଲୋଭିତ କରି ସଂଗଠନରେ ସାମିଲ କରାଇଥିଲେ। ଅଲୀ ବାବରର ବିଧବା ମା’ ରହିଥିବା ବେଳେ ସେ ଜଣେ ମହିଳାଙ୍କୁ ପୋଷ୍ୟ ଭଉଣୀ ଭାବେ ଗ୍ରହଣ କରିଥିଲା।

ତାକୁ ୨୦୧୯ରେ ପ୍ରଥମେ ଗରି ହବିବୁଲ୍ଲା କ୍ୟାମ୍ପରେ ଟ୍ରେନିଂ ଦିଆଯାଇଥିଲା। ଏହାପରେ ପୁଣିଥରେ ୨୦୨୧ରେ ଶେଷ ତାଲିମ ପରେ ଅନୁପ୍ରବେଶ ପାଇଁ କୁହାଯାଇଥିଲା। ଅଲୀକୁ ତା’ର ଆତଙ୍କୀ ଆକ୍କା ପ୍ରଥମେ ମା’ଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦେଇଥିଲେ।

ବାରମୁଲ୍ଲାରୁ କାମ ସାରି ଫେରିବା ପରେ ଆଉ ୩୦ ହଜାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପ୍ଟେମ୍ବର ୧୮ରୁ ହିଁ ଏକାଧିକ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିଲେ ହେଁ ଏଯାଏ ସଫଳ ହୋଇ ନଥିବା ସେନା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story