ଲସ୍କର ଓ ଜୈଶ ସହ ୧୨ ଆତଙ୍କୀ ସଂଗଠନର ଘର ପାଲଟିଛି ପାକିସ୍ତାନ!

ୱାଶିଂଟନ: ବିଶ୍ୱରେ ଆତଙ୍କ ଖେଳାଉଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦ ଭଳି ୧୨ ଆତଙ୍କବାଦୀ ସଂଗଠନଗୁଡ଼ିକର ଘର ପାଲଟିଛି ପାକିସ୍ତାନ। ସେମାନଙ୍କୁ ପାକିସ୍ତାନରେ ସବୁ ପ୍ରକାରର ସୁବିଧା ମିଳୁଛି। ଆମେରିକା ପକ୍ଷରୁ ଆତଙ୍କୀ ଘୋଷିତ ହୋଇଥିବା ସଂଗଠନ ଗୁଡ଼ିକ ବେଶ ଅନାୟଶରେ ପାକିସ୍ତାନରେ ରହି ଗୋଟି ଚାଳନା କରୁଛନ୍ତି। ପାକିସ୍ତାନ ବିରୋଧରେ ଏପରି ସାଂଘାତିକ ରିପୋର୍ଟ ଦେଇଛି ଆମେରିକା କଂଗ୍ରେସ ବା ଆମେରିକା ସଂସଦ। ଆମେରିକୀୟ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପାକିସ୍ତାନ ଆତଙ୍କୀ ସଂଗଠନ ଗୁଡ଼ିକର ବେସ୍‌ […]

Terrorist1

Terrorist1

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 04:03 PM IST

ୱାଶିଂଟନ: ବିଶ୍ୱରେ ଆତଙ୍କ ଖେଳାଉଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମଦ ଭଳି ୧୨ ଆତଙ୍କବାଦୀ ସଂଗଠନଗୁଡ଼ିକର ଘର ପାଲଟିଛି ପାକିସ୍ତାନ। ସେମାନଙ୍କୁ ପାକିସ୍ତାନରେ ସବୁ ପ୍ରକାରର ସୁବିଧା ମିଳୁଛି। ଆମେରିକା ପକ୍ଷରୁ ଆତଙ୍କୀ ଘୋଷିତ ହୋଇଥିବା ସଂଗଠନ ଗୁଡ଼ିକ ବେଶ ଅନାୟଶରେ ପାକିସ୍ତାନରେ ରହି ଗୋଟି ଚାଳନା କରୁଛନ୍ତି। ପାକିସ୍ତାନ ବିରୋଧରେ ଏପରି ସାଂଘାତିକ ରିପୋର୍ଟ ଦେଇଛି ଆମେରିକା କଂଗ୍ରେସ ବା ଆମେରିକା ସଂସଦ।

ଆମେରିକୀୟ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପାକିସ୍ତାନ ଆତଙ୍କୀ ସଂଗଠନ ଗୁଡ଼ିକର ବେସ୍‌ କ୍ୟାମ୍ପ ପାଲଟିଛି। ସେମାନେ ସେହିଠାରୁ ହିଁ ନିଜର ଆତଙ୍କୀ ଗତିବିଧି ଜାରି ରଖିଛନ୍ତି। ଏପରି କି କିଛି ଆତଙ୍କୀ ସଂଗଠନ ୧୯୮୦ ମସିହାରୁ ହିଁ ପାକିସ୍ତାନରେ ସକ୍ରିୟ ରହିଛନ୍ତି।

Terrorist and Other Militant Groups in Pakistan' ଶୀର୍ଷକ ରିପୋର୍ଟ ଆମେରିକା କଂଗ୍ରେସ ପକ୍ଷରୁ ଜାରି କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଐତିହାସିକ କ୍ୱାଡ ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଏପରି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଛି ଯେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କୀ ସଂଗଠନକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ସେମାନେ ବିଶ୍ୱ ଅଭିମୁଖୀ, ଆଫଗାନ ଅଭିମୁଖୀ, ଭାରତ-କଶ୍ମୀର ଅଭିମୁଖୀ, ଘରୋଇ ଅଭିମୁଖୀ ଓ ଶିହା ବିରୋଧୀ ଅଭିମୁଖୀ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥାତ କେଉଁ ସଂଗଠନ କେଉଁଠି ଆତଙ୍କୀ କାର୍ଯ୍ୟକଳାପ କରିବ, ତା’ର ବର୍ଗୀକରଣ କରାଯାଇଛି।

୧୯୮୦ରେ ଗଠନ ହୋଇଥିବା ଲସ୍କର-ଇ-ତାଏବାକୁ ୨୦୦୧ରେ ବିଦେଶୀ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା। ତଥାପି ଲସ୍କର ପାକିସ୍ତାନ ଏବେ ବି ସେଠାରେ ସକ୍ରିୟ ଭାବେ କାମ କରୁଛି। ଲସ୍କର ୨୦୦୮ ମୁମ୍ବାଇ ଆକ୍ରମଣ ସହ ଅନେକ ବଡ଼ ହିଂସାରେ ସାମିଲ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

କଶ୍ମୀର ଆତଙ୍କୀଙ୍କ ଆକ୍କା ମାସୁଦ ଆଝାର ୨୦୦୦ ମସିହାରେ ଜୈଶ ଗଠନ କରିଥିଲା ଜୈଶ ଅନେକ ଆତଙ୍କୀ ହମଲା ଭାରତରେ କରିଛି। ୨୦୦୧ରେ ଏହାକୁ ମଧ୍ୟ ବିଶ୍ୱସ୍ତରୀୟ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା। ହରକତ ଉଲ ଜିହାଦ ଇସଲାମୀ ୧୯୮୦ରେ ଆଫଗାନିସ୍ତାନରେ ଗଠନ ହୋଇଥିଲା। ସୋଭିଏତ ଆର୍ମି ବିରୋଧରେ ଲଢ଼େଇ କରିବାକୁ ଏହା ତିଆରି ହୋଇଥିଲା। ହେଲେ ଏହାକୁ ୨୦୦୧ରେ ଆତଙ୍କୀ ମାନ୍ୟତା ମିଳିଛି।

୧୯୮୯ରେ ସଂଗଠନ ଭାରତକୁ ଓ ଆଫଗାନରେ ଥିବା ତାଲିବାନ ସଂଗଠନକୁ ତା’ର ଆତଙ୍କୀମାନଙ୍କୁ ପଠାଇବା ଆରମ୍ଭ କରିଥିଲା। ଏବେ ହରକତ ଜଲ ଜିହାଦ ଇସଲାମୀ ଭାରତ, ପାକିସ୍ତାନ, ଆଫଗାନ ଓ ବାଂଲାଦେଶରେ ସକ୍ରିୟ ରହିଛି। ପିଓକେରେ ସଂଗଠନର ମୁଖ୍ୟାଳୟ ରହିଥିବା ରିପୋର୍ଟରେ କୁହାଯାଇଛି।

ଏହାବାଦ ୧୯୮୯ରେ ଗଠନ ହୋଇଥିବା ହିଜବୁଲ ମୁଜାହିଦ୍ଦିନ, ଅଏକାଦା, ଆଇଏ-କେ, ହକ୍କାନୀ ନେଟୱର୍କ, ତେହରିକ-ଇ-ତାଲିବାନ ପାକିସ୍ତାନ, ବାଲୋଚିସ୍ତାନ ଲେବେରେସନ ଆର୍ମି, ଜୁନ୍ଦାଲ୍ଲା, ଏସଏସପି ଓ ଲସ୍କର –ଇ- ଜାଙ୍ଘଭୀ ଭଳି ଆତଙ୍କୀ ସଂଗଠନ ପାକିସ୍ତାନରେ ସକ୍ରିୟ ରହିଛନ୍ତି। ବିଶେଷ କରି ଅଲକାଏଦା ଓ ଏହାର କିଛି ଛୋଟ ଛୋଟ ଆତଙ୍କୀ ସଂଗଠନ ଖାୟବରପାକତୁଖ୍ୱା ଓ କରାଚିରୁ କାର୍ଯ୍ୟ କରୁଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଆତଙ୍କୀ ସଂଗଠନ ଗୁଡ଼ିକ ପାକିସ୍ତାନକୁ ନିଜର ଭୂସ୍ୱର୍ଗ ଭାବେ ବିବେଚନା କରୁଛନ୍ତି। ସେମାନେ ପାକିସ୍ତାନରେ ରହି ଆଫଗାନ ସମେତ ଭାରତ ଉପରେ ମଧ୍ୟ ହମଲା କରୁଛନ୍ତି। ପାକିସ୍ତାନ ୨୦୧୯ ପରେ ଆତଙ୍କୀଙ୍କ ପାଣ୍ଠି ଉପରେ ରୋକ ଲଗାଇବା ପାଇଁ କିଛି ପଦକ୍ଷେପ ନେଇଛି।

ହେଲେ ଏହା ଦ୍ୱାରା ସେତେଟା ଲାଭ ମିଳିନି। ଭାରତ ଓ ଆଫଗାନକୁ ଟାର୍ଗେଟ କରୁଥିବା ଆତଙ୍କୀ ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନ ଏଯାଏ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ। ୨୦୧୫ରେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଯେଉଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିଲା, ତା’ହା ମଧ୍ୟ ପୂରଣ କରିନାହିଁ। ପାକିସ୍ତାନ ଆତଙ୍କୀଙ୍କୁ ସହାୟତା କରୁଥିବାରୁ ଏଫଏଟିଏର ଗ୍ରେ ଲିଷ୍ଟରେ ମଧ୍ୟ ରହିଥିବା ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story