ଜାତିସଂଘରେ ପାକ୍‌ ଉଠାଇଲା କଶ୍ମୀର ପ୍ରସଙ୍ଗ, ଭାରତ ମାରିଲା ଆତଙ୍କୀ ବାଣ

ମିଳିତ ଜାତିସଂଘ: ପୁଣିଥରେ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଅପଦସ୍ଥ ହୋଇଛି। ବିଶ୍ୱ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲି ଭାରତ ଇମ୍ରାନ ଖାନ ସରକାରକୁ ତୀବ୍ର ସମାଲୋଚନା କରିଛି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଗୋଟିଏ ଦେଶ ଠାରୁ କେବେ ହେଲେ ଗଠନମୂଳକ ଅବଦାନ ଆଶା କରାଯାଇ ନପାରେ। ପାକିସ୍ତାନ ହେଉଛି ବିଶ୍ୱ ଆତଙ୍କବାଦୀ ପେଣ୍ଠସ୍ଥଳ ଓ ଦୁନିଆକୁ ଅସ୍ଥିର କରୁଥିବା ସବୁଠାରୁ ବଡ଼ ଶକ୍ତି […]

India

India

Hemant Lenka
  • Published: Tuesday, 05 October 2021
  • Updated: 05 October 2021, 12:34 PM IST

ମିଳିତ ଜାତିସଂଘ: ପୁଣିଥରେ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଅପଦସ୍ଥ ହୋଇଛି। ବିଶ୍ୱ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲି ଭାରତ ଇମ୍ରାନ ଖାନ ସରକାରକୁ ତୀବ୍ର ସମାଲୋଚନା କରିଛି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଗୋଟିଏ ଦେଶ ଠାରୁ କେବେ ହେଲେ ଗଠନମୂଳକ ଅବଦାନ ଆଶା କରାଯାଇ ନପାରେ। ପାକିସ୍ତାନ ହେଉଛି ବିଶ୍ୱ ଆତଙ୍କବାଦୀ ପେଣ୍ଠସ୍ଥଳ ଓ ଦୁନିଆକୁ ଅସ୍ଥିର କରୁଥିବା ସବୁଠାରୁ ବଡ଼ ଶକ୍ତି ବୋଲି ଭାରତ କହିଛି।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପରାମର୍ଶଦାତା ଏମ ଅମରନାଥ ସୋମବାର କହିଛନ୍ତି, ପରମାଣୁ ସାମଗ୍ରୀ ଓ ଟେକ୍ନୋଲଜିକୁ ବେଆଇନ ଭାବେ ରାପ୍ତାନୀ କରୁଥିବା ଭଳି ଗୋଟିଏ ଦେଶଠାରୁ କୌଣସି ପ୍ରକାରର ପରାମର୍ଶ ଦରକାର ନାହିଁ। ସେ କହିଛନ୍ତି, “ପାକିସ୍ତାନ ବିଶ୍ୱ ସ୍ତରୀୟ ମଞ୍ଚକୁ ବିଭ୍ରାନ୍ତ କରିବା ପାଇଁ ମନଗଢ଼ା କଥା କହିବାରେ ଲାଗିଛି। ଏହାକୁ ଆମେ ସମସ୍ତେ ମିଳିତ ଭାବେ ଏହାକୁ ନିନ୍ଦା କରିବା ଦରକାର।

ପାକିସ୍ତାନ ଆମ ବିରୋଧରେ ଅନେକ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଲଗାଇଛି। ଏଥିରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସମ୍ପର୍କରେ ମଧ୍ୟ ଟିପ୍ପଣୀ କରାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ। କାରଣ ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଆଭ୍ୟନ୍ତରୀଣ ବ୍ୟାପାର।”

ମିଳିତ ଜାତିସଂଘର ପ୍ରଥମ ଜେନେରାଲ ଆସେମ୍ବ୍ଲି କମିଟିରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନୀର ଅକରମ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜମ୍ମୁ-କଶ୍ମୀରରେ ଭାରତ ସରକାର ଦମନ ଲୀଳା ଚଳାଇଥିବା ମଧ୍ୟ ସେ କହିଥିଲେ। ଏବେ ଭାରତ ରାଇଟୁ ରି ପ୍ଲାଏ ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି।

ଏମ ଅମରନାଥ କହିଛନ୍ତି, ଜମ୍ମୁ-କଶ୍ମୀର ସବୁବେଳେ ଭାରତର ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ। ଜମ୍ମୁ-କଶ୍ମୀରର ଗୋଟିଏ ଅଂଶକୁ ପାକିସ୍ତାନ ବେଆଇନ ଭାବେ କବଜା କରି ରଖିଛି। ତେଣୁ ଆମେ ପାକିସ୍ତାନକୁ ତୁରନ୍ତ ବେଆଇନ ଭାବେ ଦଖଲ କରିଥିବା ଅଂଶକୁ ଛାଡ଼ି ଦେବାକୁ ପରାମର୍ଶ ଦେଉଛୁ।

ଆତଙ୍କବାଦୀଙ୍କୁ ସୁରକ୍ଷା, ସହଯୋଗ ଓ ସକ୍ରିୟ ଭାବେ ସମର୍ଥନ କରୁଥିବା ଗୋଟିଏ ଦେଶ ଠାରୁ ଆମେ କେମିତି ଗଠନମୂଳକ ଅବଦାନ ଆଶା କରିବା? ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ପାଇଁ ପାକିସ୍ତାନ ଠାରୁ କିଛି ବି ଆଶା କରା ଯାଇ ନପାରେ ବୋଲି ସେ କହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଟାର୍ଗେଟ କରି ଅମରନାଥ କହିଛନ୍ତି, ସେମାନେ(ପାକିସ୍ତାନ) ଆଦୌ ମିଳିତ ଜାତିସଂଘର ନୀତି ଆଦର୍ଶକୁ ଖାତିର କରନ୍ତି ନାହିଁ। ପାକିସ୍ତାନର ସ୍ଥାୟୀ ସଦସ୍ୟ ମିଳିତ ଜାତିସଂଘରେ ଶାନ୍ତି ଓ ସୁରକ୍ଷା ବିଷୟରେ ଓକିଲାତି କରୁଛନ୍ତି। ହେଲେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନକୁ ତାଙ୍କ ପ୍ରଧାନମନ୍ତ୍ରୀ ସହିଦ ଭାବେ ଚିତ୍ରଣ କରୁଛନ୍ତି। ପାକିସ୍ତାନର ଦୋ’ମୁହାଁ ନୀତିର ପ୍ରମାଣ ବାବଦରେ ଆଉ କ’ଣ କୁହାଯାଇପାରେ। ଦୋମୁହାଁ ନୀତି ପାଇଁ ପାକିସ୍ତାନ ପ୍ରସିଦ୍ଧ ବୋଲି ଅମରନାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos