କରୋନା: ପାକିସ୍ତାନରୁ ଭାରତ ପାଇଁ ଆସିଲା ସହଯୋଗର ହାତ

ଇସଲାମାବାଦ: କରୋନାର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ ଭାରତକୁ ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସହଯୋଗ ଦେବାକୁ ପ୍ରସ୍ତାବ ମିଳିବାରେ ଲାଗିଛି। ଏହିକ୍ରମରେ ପାକିସ୍ତାନ ମଧ୍ୟ ଏହି ମାନବ ସ୍ୱାସ୍ଥ୍ୟ ସଙ୍କଟ ଭିତରେ ଭାରତକୁ ସହଯୋଗ କରିବାକୁ ଆଗ୍ରହ ଦେଖାଇଛି। ପାକିସ୍ତାନର ସାମାଜିକ ଅନୁଷ୍ଠାନ ଇଧି ଫାଉଣ୍ଡେସନ ଭାରତର କରୋନା ଲଢ଼େଇରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ ଇଧି ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଖାଲି ଏହି ଫାଉଣ୍ଡେସନ […]

Pakistan

Pakistan

Hemant Lenka
  • Published: Friday, 23 April 2021
  • Updated: 23 April 2021, 05:55 PM IST

ଇସଲାମାବାଦ: କରୋନାର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ ଭାରତକୁ ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସହଯୋଗ ଦେବାକୁ ପ୍ରସ୍ତାବ ମିଳିବାରେ ଲାଗିଛି। ଏହିକ୍ରମରେ ପାକିସ୍ତାନ ମଧ୍ୟ ଏହି ମାନବ ସ୍ୱାସ୍ଥ୍ୟ ସଙ୍କଟ ଭିତରେ ଭାରତକୁ ସହଯୋଗ କରିବାକୁ ଆଗ୍ରହ ଦେଖାଇଛି।

ପାକିସ୍ତାନର ସାମାଜିକ ଅନୁଷ୍ଠାନ ଇଧି ଫାଉଣ୍ଡେସନ ଭାରତର କରୋନା ଲଢ଼େଇରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ ଇଧି ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଖାଲି ଏହି ଫାଉଣ୍ଡେସନ ନୁହେଁ, ପାକିସ୍ତାନର ଲୋକମାନେ ମଧ୍ୟ ଭାରତକୁ ଅକ୍ସିଜେନ ପଠାଇବାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି। ଏପରି କି ପାକିସ୍ତାନର ସୋଶାଲ ମିଡିଆରେ ଭାରତ ଚାହେଁ ଅକ୍ସିଜେନ ହ୍ୟାଶଟ୍ୟାଗ୍‌ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ଇଧି ଫାଉଣ୍ଡେସନର ଅଧ୍ୟକ୍ଷ ଫୈଜଲ ଇଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କ ଦେଶରେ ମହାମାରୀ କରୋନା ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ଦେଖି ଆମେ ଦୁଃଖିତ। ଭାରତରେ ଲକ୍ଷାଧିକ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରେ ଆପଣଙ୍କ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ କରିବାକୁ ଆମେ ସହଯୋଗ କରିବାକୁ ଚାହୁଁଛୁ।

ଆମେ ୫୦ଟି ଆମ୍ବୁଲାନ୍ସ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଭାରତ ଯାଇ ସେଠାରେ ଲୋକଙ୍କୁ ସହଯୋଗ କରିବୁ। ଆମ ଟିମରେ ଜରୁରୀ ମେଡିକାଲ ଟେକ୍ନିସିଆନ, ଅଫିସ ଷ୍ଟାଫ, ଡ୍ରାଇଭର ଓ ସର୍ପୋଟ ଷ୍ଟାଫ ରହିବେ। ଆମେ ସବୁ କାମ କରିବୁ। ଆମ ଟିମ୍‌ ଏଥିପାଇଁ ପୂରା ପ୍ରସ୍ତୁତ। ଆପଣ ଖାଲି ଆମକୁ ଭାରତ ଯିବାକୁ ଅନୁମତି ଦିଅନ୍ତୁ।

ବାକି ସବୁ ବ୍ୟବସ୍ଥା ଆମେ କରିବୁ। ଆମ ପାଇଁ ଆପଣଙ୍କୁ କୌଣସି ବି ବ୍ୟବସ୍ଥା କରିବାକୁ ପଡ଼ିବ ନାହିଁ। ଆମେ ଆମ ଗାଡ଼ିର ତେଲ, ଟିମ୍‌ର ସଦସ୍ୟମାନଙ୍କୁ ଖାଇବା ଓ ଅନ୍ୟାନ୍ୟ ସେବା ନିଜ ତରଫରୁ କରିବୁ। ଆପଣ କେବଳ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‌ ବିଭାଗକୁ ଆମର ସହଯୋଗ ପାଇଁ ଅନୁମତି ଦେବାକୁ କହିବେ ବୋଲି ଇଧି ଚିଠିରେ ଲେଖିଛନ୍ତି।

ପୂର୍ବରୁ ଇଧି ଫାଉଣ୍ଡେସନ ଅନେକ ସାମାଜିକ କାମ କରିଛି। ପାକିସ୍ତାନେ ବିଶାଳ ଆମ୍ବୁଲାନ୍ସ ନେଟୱର୍କ ଇଧି ହିଁ ଚଳାଉଛି। ପୂର୍ବରୁ ପାକିସ୍ତାନରେ ରହିଥିବା ଭାରତୀୟ ମୁକ ଓ ବିଧିର ଝିଅ ଗୀତାକୁ ଏହି ଫାଉଣ୍ଡେସନ ଜରିଆରେ ହିଁ ଦିଲ୍ଲୀ ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story