ରାଜନୀତିର ‘ପଲଟୁ ରାମ’ ନୀତୀଶ କୁମାର: ସହଯୋଗୀଙ୍କୁ ଛାଡ଼ିବାରେ ମାହିର

ନୂଆଦିଲ୍ଲୀ: “ନୀତୀଶ କୁମାର ହେଉଛନ୍ତି ବିହାର ରାଜନୀତିର ପଲଟୁ ରାମ। ସେ କ୍ଷମତା ପାଇଁ କିଛି ବି କରିପାରନ୍ତି ବୋଲି ପୁଣି ପ୍ରମାଣିତ କରିଛନ୍ତି। ତାଙ୍କର ନୀତି ଅଛି ନା ଆଦର୍ଶ। ସେ କେବଳ କ୍ଷମତା ଚାହାଁନ୍ତି।” ୨୦୧୭ରେ ନୀତୀଶ କୁମାର ଯେତେବେଳେ ମହାଗଠବନ୍ଧନରୁ ବାହାରି ବିଜେପି ସହ ହାତ ମିଳାଇଥିଲେ ସେତେବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏମିତି କହିଥିଲେ। ଏହି ବୟାନର ୫ ବର୍ଷ ପରେ ବିଜେପି ଶିବିରରେ ମଧ୍ୟ ସମାନ କଥା […]

Nitish1

Nitish1

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 08:48 PM IST

Sports

Latest News

ନୂଆଦିଲ୍ଲୀ: “ନୀତୀଶ କୁମାର ହେଉଛନ୍ତି ବିହାର ରାଜନୀତିର ପଲଟୁ ରାମ। ସେ କ୍ଷମତା ପାଇଁ କିଛି ବି କରିପାରନ୍ତି ବୋଲି ପୁଣି ପ୍ରମାଣିତ କରିଛନ୍ତି। ତାଙ୍କର ନୀତି ଅଛି ନା ଆଦର୍ଶ। ସେ କେବଳ କ୍ଷମତା ଚାହାଁନ୍ତି।” ୨୦୧୭ରେ ନୀତୀଶ କୁମାର ଯେତେବେଳେ ମହାଗଠବନ୍ଧନରୁ ବାହାରି ବିଜେପି ସହ ହାତ ମିଳାଇଥିଲେ ସେତେବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏମିତି କହିଥିଲେ।

ଏହି ବୟାନର ୫ ବର୍ଷ ପରେ ବିଜେପି ଶିବିରରେ ମଧ୍ୟ ସମାନ କଥା ଉଙ୍କି ମାରିବାରେ ଲାଗିଛି। କାରଣ ଆଜି ନୀତୀଶ କୁମାର ଏନଡିଏ ଛାଡ଼ି ପୁଣି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି। ଆରଜେଡି ଓ କଂଗ୍ରେସକୁ ସାଥୀ କରି ସେ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ସମାଜବାଦ ଚିନ୍ତାଧାରାରେ ଏକଦା ବିଶ୍ୱାସ କରୁଥିବା ନୀତୀଶ କୁମାର ସୁଶାସନ ବାବୁ ଭାବେ ଜଣାଶୁଣା ଥିଲେ। ହେଲେ ତାଙ୍କ କ୍ରିଟିକ୍ସମାନେ ତାଙ୍କୁ ପଲଟୁ ରାମ ଆଖ୍ୟା ଦେବାରେ ଲାଗିଛନ୍ତି। କାରଣ ସେ ମେଣ୍ଟରେ ଥିବା ସହଯୋଗୀଙ୍କୁ ଛାଡ଼ିବାରେ ବେଶ ମାହିର। ଏଥରକୁ ମିଶାଇ ନୀତୀଶ କୁମାର ୫ଥର ନିଜର ପଟ ପରିବର୍ତ୍ତନ କରି ସାରିଲେଣି।

*୧୯୯୪- ନୀତୀଶ କୁମାର ତତ୍କାଳୀନ ଜନତା ଦଳ ସହ ସମ୍ପର୍କଚ୍ଛିନ୍ନ କରି ଜର୍ଜ ଫର୍ଣ୍ଣାଡିଜଙ୍କ ସହ ମିଶି ସମତା ପାର୍ଟି ଗଠନ କରିଥିଲେ। ସେ ୧୯୯୬ରେ ବିଜେପିରେ ହାତ ମିଶାଇଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲେ।

*୨୦୦୩- ଶରଦ ଯାଦବ ଓ ଲାଲୁ ପ୍ରସାଦ ଯାଦବ ଯେତେବେଳେ ମେଣ୍ଟ ଭାଙ୍ଗିଲେ ଏବଂ ଆରଜେଡି ଗଠନ କଲେ ସେତେବେଳେ ନୀତୀଶ କୁମାର ନିଜ ସମତା ପାର୍ଟିକୁ ଜନତା ଦଳରେ ଲୀନ କରିଥିଲେ। ଏହି ନୂଆ ମେଣ୍ଟର ନାଁ ଜନତା ଦଳ ୟୁନାଇଟେଡ ରଖାଯାଇଥିଲା।

*୨୦୧୩- ନୀତୀଶ କୁମାର ଏନଡିଏ ସହ ୧୭ ବର୍ଷର ସମ୍ପର୍କଚ୍ଛିନ୍ନ କରି ଓହରି ଯାଇଥିଲେ। ନରେନ୍ଦ୍ର ମୋଦିଙ୍କୁ ବିଜେପି ୨୦୧୪ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିବାରୁ ନୀତୀଶ କୁମାର ଏପରି ପଦକ୍ଷେପ ନେଇଥିଲା। ବିଜେପି ମୋଦି ଓ ନୀତୀଶ କୁମାର ହାତ ମିଳାଇବାର ଗୋଟିଏ ଫଟୋକୁ ଏକାଧିକ ଖବରକାଗଜରେ ଛାପିଥିଲା।

୨୦୧୦ ପାଟନାରେ ବିଜେପି କରୁଥିବା ତା’ ଜାତୀୟ କାର୍ଯ୍ୟକାରିଣୀ ବେଳେ ଏହି ଫଟୋ ଉଠିଥିଲା। ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ନୀତୀଶ ପୂରା ରାଗି ଯାଇଥିଲେ। ଏଥିପାଇଁ ବିଜେପି ଦେଉଥିବା ବିଜ୍ଞାପନକୁ ସେ ସହ୍ୟ କରି ପାରୁ ନଥିଲେ। ଏପରି କି ବିଜେପି ନେତାଙ୍କ ପାଇଁ ସେ ଆୟୋଜନ କରିଥିବା ରାତ୍ର ଭୋଜନକୁ ବାତିଲ କରି ଦେଇଥିଲେ।

ଏଥିସହ ୨୦୦୮ ବିହାର ବନ୍ୟା ବେଳେ ଗୁଜରାଟ ସରକାର ସହଯୋଗ କରିଥିବା ୫ କୋଟି ଟଙ୍କା ବି ଫେରାଇ ଦେବାକୁ ମଧ୍ୟ ନୀତୀଶ କୁମାର ଚାହିଁଥିଲେ। ବିଜେପି ସହ ସମ୍ପର୍କଚ୍ଛିନ୍ନ କରିବା ନୀତୀଶ କୁମାରଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଦଳ ୧୮ଟି ଆସନ ଜିତିଥିଲା। ୨୦୦୯ରେ ଦଳ ଖାତାକୁ ୨୦ଟି ଆସନ ଯାଇଥିଲା।

ବିଜେପି ୨୦୦୯ରେ ୧୨ଟି ଆସନ ଜିତିଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇଥିଲା। ଏନଡିଏରେ ଥିବା ଏଲଜେପି ୬ଟି ଓ ଆରଏଲଏସ୍‌ପି ୩ଟି ଆସନ ଜିତିଥିଲେ।

*୨୦୧୭- ନିଜର ସ୍ଥିତିକୁ ଅନୁଶୀଳନ କରିବା ପରେ ନୀତୀଶ କୁମାର ୨୦୧୫ରେ ଆରଜେଡି ଓ କଂଗ୍ରେସ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲେ। ନିର୍ବାଚନରେ ଜିତି ସେ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା। ତେବେ ଏହି ମେଣ୍ଟରେ ନୀତୀଶ କୁମାର ବେଶୀ ଦିନ ରହି ପାରି ନଥିଲେ।

୨୦୧୭ରେ ସେ ଆରଜେଡି ଓ କଂଗ୍ରେସକୁ ଧୋକା ଦେଇ ପୁଣି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଥିଲେ। ଆରଜେଡି ଦୁର୍ନୀତିରେ ସାମିଲ ଥିବା ସେ ଅଭିଯୋଗ କରିଥିଲେ। ଏନଡିଏକୁ ଆସିବା ପରେ ୨୦୧୯ ଲୋକସଭା ନିର୍ବାଚନରେ ଜେଡିୟୁ ୧୬ଟି ଆସନ ଜିତିଥିଲା। ବିଜେପି ୧୭ରେ ସୀମିତ ରହିଥିଲା।

ତେବେ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ଓ ନୀତୀଶ କୁମାର ଫଳାଫଳ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଦଳ ଏହି ନିର୍ବାଚନରେ ମାତ୍ର ୪୩ଟି ଆସନ ଜିତିଥିଲା। ୨୦୧୫ରେ ଦଳ ୭୧ଟି ଆସନ ଜିତିଥିବା ବେଳେ ହଠାତ୍‌ ଏହା ୪୩କୁ ଖସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଜେପି ୨୦୧୫ରେ ୫୩ଟି ଆସନ ଜିତିଥିବା ବେଳେ ୨୦୨୦ରେ ଏହା ୭୪କୁ ବୃଦ୍ଧି ପାଇଥିଲା। ଆରଜେଡି ୭୫ଟି ଆସନ ଜିତି ସର୍ବବୃହତ୍ତ ଦଳ ହୋଇଥିଲା।

*୨୦୨୨- ଜେଡିୟୁ ବିଧାନସଭାରେ କମ ଆସନ ଜିତିଥିଲେ ମଧ୍ୟ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା। ହେଲେ ଜାତିଗତ ଜନଗଣନା ଓ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ବେଳେ ନୀତୀଶ କୁମାର ବିଜେପି ଉପରେ ଖପ୍ପା ହୋଇଥିଲେ। ସେହିପରି ନିକଟରେ ଜେପି ନଡ୍ଡା ବିହାର ଗସ୍ତ ବେଳେ କେବଳ ତାଙ୍କ ପାର୍ଟି ରହିବ ଓ ବାକି ଦଳ ଗୁଡ଼ିକ ଚାଲିଯିବେ ବୋଲି ଦେଇଥିବା ବୟାନ ନୀତୀଶ କୁମାରଙ୍କ ବ୍ୟଥିତ କରିଥିଲା। ଏଥିପାଇଁ ସେ ବିଜେପି ସହ ସମ୍ପର୍କଚ୍ଛିନ୍ନ କରି ପୁଣି ପଲଟୁ ରାମ ନୀତି ଧରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story