କରୋନା ଟିକା ନେବା ପରେ ଚାଲିଲେ ପାରାଲିସିସ୍‌ରେ ପଡ଼ିଥିବା ବ୍ୟକ୍ତି, କଥା ବି କହିଲେ

ବୋକାରୋ(ଝାରଖଣ୍ଡ): ମହାମାରୀ କରୋନା ଟିକା ନେବା ପରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଦାବି କରିଛନ୍ତି। ସେ ଜାନୁଆରୀ ୪ରେ କୋଭିସିଲ୍ଡ ଟିକା ନେବା ପରେ ତାଙ୍କ ସହ ଚମତ୍କାର ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ଦୁର୍ଘଟଣା ଯୋଗୁ ଅନେକ ଦିନ ହେଲାଣି ପାରାଲିସିସ୍‌ ହୋଇ ଯାଇଥିଲେ। ଏଥିସହ କଥା ମଧ୍ୟ କହିପାରୁ ନଥିଲେ। ହେଲେ ଟିକା ନେବା ପରେ ସେ ଚଲାବୁଲା କରିବା ସହ କଥା କହିପାରୁ ଥିବା ଦାବି […]

Vaccine

Vaccine

Hemant Lenka
  • Published: Saturday, 15 January 2022
  • Updated: 15 January 2022, 08:18 AM IST

Sports

Latest News

ବୋକାରୋ(ଝାରଖଣ୍ଡ): ମହାମାରୀ କରୋନା ଟିକା ନେବା ପରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଦାବି କରିଛନ୍ତି। ସେ ଜାନୁଆରୀ ୪ରେ କୋଭିସିଲ୍ଡ ଟିକା ନେବା ପରେ ତାଙ୍କ ସହ ଚମତ୍କାର ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ଦୁର୍ଘଟଣା ଯୋଗୁ ଅନେକ ଦିନ ହେଲାଣି ପାରାଲିସିସ୍‌ ହୋଇ ଯାଇଥିଲେ। ଏଥିସହ କଥା ମଧ୍ୟ କହିପାରୁ ନଥିଲେ। ହେଲେ ଟିକା ନେବା ପରେ ସେ ଚଲାବୁଲା କରିବା ସହ କଥା କହିପାରୁ ଥିବା ଦାବି କରିଛନ୍ତି।

ବୋକାରୋର ସାଲଗାଦି ଗାଁରେ ରହୁଥିବା ୫୫ ବର୍ଷୀୟ ଦୁଲାର ଚାନ୍ଦ ମୁଣ୍ଡାଙ୍କ ସହ ଟିକା ନେବା ପରେ ଏପରି ଘଟଣା ଘଟିଛି। ସେ କହିଛନ୍ତି, “ଟିକା ନେଇ ମୁଁ ବହୁତ ଖୁସି। ଜାନୁଆରୀ ୪ରେ ମୁଁ ଟିକା ନେଇଥିଲି। ଏହାପରେ ମୁଁ ଗୋଡ଼ ବୁଲାଇବାକୁ ସକ୍ଷମ ହୋଇଛି।”

ଦୁଲାର ଚାନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ୪ ବର୍ଷ ତଳେ ସେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଧୀରେଧୀରେ କାମ କରିବା ବନ୍ଦ କରିଦେଇଥିଲା। ସେ ଆଉ ଚଲାବୁଲା କରିପାରି ନଥିଲେ। ସେହିପରି ସେ ଠିକ୍‌ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁ ନଥିଲେ। କିନ୍ତୁ କରୋନା ବିରୋଧୀ ଟିକା ନେବା ପରେ ସତେ ଯେମିତି ତାଙ୍କ ସହ ଅଲୌକିକ ଘଟଣା ଘଟିଛି।

ଦୁଲାର ଚାନ୍ଦ କହିଛନ୍ତି, “ଟିକା ନେବା ପରେ ମୁଁ କଥା କହି ପାରୁଛି। ପୂର୍ବରୁ ମୁଁ ଏକାକୀ ଛିଡ଼ା ହୋଇ ପାରୁ ନଥିଲି। ହେଲେ ଏବେ ଏକାକୀ ଛିଡ଼ା ହେବା ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରୁଛି। ଟିକା ମୋତେ ସବୁ କିଛି ଦେଇଛି।”

ଦୁଲାର ଚାନ୍ଦଙ୍କ ଏପରି ଦାବି ପରେ ବୋକାରୋର ସିଭିଲ ସର୍ଜନ ଡା ଜିତେନ୍ଦ୍ର କୁମାର କହିଛନ୍ତି, “ଏହାକୁ ଦେଖି ମୁଁ ସ୍ତବ୍ଧ। ତେବେ ଏହାକୁ ବୈଜ୍ଞାନିକମାନେ ତର୍ଜମା କରିବା କଥା। ୪ ବର୍ଷର ମେଡିକାଲ ଚିକିତ୍ସା ଭିତରେ ଯାହା ସମ୍ଭବ ହୋଇ ପାରି ନଥିଲା, ସେକଥା ଟିକା ନେବା ପରେ ହଠାତ୍‌ ଘଟିବା ସତରେ ଆଶ୍ଚର୍ଯ୍ୟଜନକ। ଏହା ଏକ ଗବେଷଣାର ବିଷୟ।”

ଜାନୁଆରୀ ୪ରେ ଦୁଲାର ଚାନ୍ଦ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ଟିକା ଦେଇଥିଲେ। ଜାନୁଆରୀ ୫ରୁ ଦୁଲାର ଚାନ୍ଦଙ୍କ ଜୀବନହୀନ ଶରୀର ସଚଳ ହେବା ଆରମ୍ଭ କରିଛି। ଗାଁର ଶିକ୍ଷକ ରାଜୁ ମୁଣ୍ଡା କହିଛନ୍ତି, ଏହା କୌଣସି ଚମତ୍କାର ଠାରୁ କମ ନୁହେଁ। ଦୁଲାର ଚାନ୍ଦ ଚିକିତ୍ସା ପାଇଁ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କିଛି ଲାଭ ମିଳି ନଥିଲା। ହେଲେ କୋଭିଡ ୧୯ ଟିକା ସବୁ କିଛି କରି ଦେଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos