ଡ୍ରାଇଭରଙ୍କୁ ଘାରିଲା ମଦ ନିଶା, ଅଧାରୁ ଟ୍ରେନ ଛାଡ଼ି ପଳେଇଲେ

ପାଟନା: ମଦ ପ୍ରେମରେ ପଡ଼ି ଅଜବ କାଣ୍ଡ ଘଟାଇଛନ୍ତି ଜଣେ ଟ୍ରେନ ଡ୍ରାଇଭର। ସେ ମଦ ପିଇବାକୁ ଏତେ ବ୍ୟାକୁଳ ହୋଇ ଯାଇଥିଲେ ଯେ ଯାତ୍ରୀବାହୀ ଟ୍ରେନକୁ ଷ୍ଟେସନରେ ଛିଡ଼ା କରିଦେଇ ଅନ୍ୟତ୍ର ଚାଲି ଯାଇଛନ୍ତି। ଜଣେ ଅତିରିକ୍ତ ଟ୍ରେନ ଡ୍ରାଇଭରଙ୍କ ଏପରି ଅଜବ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଯୋଗୁ ଟ୍ରେନଟି ମଧ୍ୟ ଷ୍ଟେସନରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ବିହାରର ହାସନପୁରରେ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି। […]

Train

Train

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 06:22 PM IST

Sports

Latest News

ପାଟନା: ମଦ ପ୍ରେମରେ ପଡ଼ି ଅଜବ କାଣ୍ଡ ଘଟାଇଛନ୍ତି ଜଣେ ଟ୍ରେନ ଡ୍ରାଇଭର। ସେ ମଦ ପିଇବାକୁ ଏତେ ବ୍ୟାକୁଳ ହୋଇ ଯାଇଥିଲେ ଯେ ଯାତ୍ରୀବାହୀ ଟ୍ରେନକୁ ଷ୍ଟେସନରେ ଛିଡ଼ା କରିଦେଇ ଅନ୍ୟତ୍ର ଚାଲି ଯାଇଛନ୍ତି। ଜଣେ ଅତିରିକ୍ତ ଟ୍ରେନ ଡ୍ରାଇଭରଙ୍କ ଏପରି ଅଜବ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତାଙ୍କ ଯୋଗୁ ଟ୍ରେନଟି ମଧ୍ୟ ଷ୍ଟେସନରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ବିହାରର ହାସନପୁରରେ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି। ବିହାର ଗୋଟି ମଦ ମୁକ୍ତ ରାଜ୍ୟ ହୋଇଥିଲେ ହେଁ ଟ୍ରେନ ଚାଳକ କେମିତି ଓ କେଉଁଠି ଯାଇ ମଦ ପିଇଲେ, ତା’ହା ମଧ୍ୟ ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଯାତ୍ରୀବାହୀ ଟ୍ରେନ ସମିସ୍ତାପୁରରୁ ସାହର୍ସା ଯାଉଥିଲା। କିନ୍ତୁ ହାସନପୁର ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଏହା କିଛି ସମୟ ପାଇଁ ଅଟକି ଥିଲା। ଷ୍ଟେସନରେ ଟ୍ରେନ ଅଟକିବାରୁ ଗାଡ଼ିର ଅତିରିକ୍ତ ଲୋକ ପାଇଲଟ (ଏଏଲପି) କରଣବୀର ଯାଦବ ହଠାତ୍‌ ଇଞ୍ଜିନ ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ।

ଦୀର୍ଘ ସମୟ ପରେ ଟ୍ରେନ ଯିବାକୁ ସିଗ୍ନାଲ ମିଳିଥିଲେ ମଧ୍ୟ ଗାଡ଼ି ଆଗକୁ ଯାଇ ନଥିଲା। ଫଳରେ ଆସିସଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଇଞ୍ଜିନକୁ ଆସି ଚେକ୍‌ କରିଥିଲେ। ସେହିପରି ଟ୍ରେନ ଛାଡ଼ିବାରେ ବିଳମ୍ବ ହେଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ବି ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥିତି ବିଗୁଡ଼ୁ ଥିବାରୁ ଏଏଲପି କରଣବୀରଙ୍କୁ ଖୋଜିବା ପାଇଁ ଜିଆରପି ସଦସ୍ୟଙ୍କୁ ଡକା ଯାଇଥିଲା।

କିଛି ସମୟର ଖୋଜା ଖୋଜି ପରେ କରଣବୀରଙ୍କୁ ସ୍ଥାନୀୟ ମାର୍କେଟରୁ ଠାବ କରାଯାଇଥିଲେ। ତେବେ ସେ ଏପରି ନିଶାସକ୍ତ ଥିଲେ ଯେ ଠିକ୍‌ ଭାବେ ଛିଡ଼ା ହୋଇ ପାରୁ ନଥିଲେ। ଘଟଣା ସ୍ଥଳରୁ ହିଁ ଜିଆରପି ତାଙ୍କୁ ଗିରଫ କରି ଷ୍ଟେସନକୁ ଆଣିଥିଲା।

[caption id="" align="aligncenter" width="770"]Bihar: Passenger train delayed by an hour as driver gets off to have a drink ଗିରଫ ପରେ ଟ୍ରେନ ଡ୍ରାଇଭର[/caption]

ଅନ୍ୟପକ୍ଷରେ ଷ୍ଟେସନ ମାଷ୍ଟର ଶେଷରେ ସାହର୍ସା ଏଏଲପିଙ୍କୁ ମେମୋ ଦେଇଥିଲେ। ସେ ଏହି ଟ୍ରେନ ଚଳାଇ ଆଗକୁ ନେଇଥିଲେ। ଏବେ ଡିଭିଜଲନାଲ ରେଲୱେ ମ୍ୟାନେଜର ଆଲୋକ ଅଗ୍ରୱାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos