ଲଣ୍ଡା କଲା ପୁଲିସ, ବାହାରିଲା ସୁନା

ଚେନ୍ନାଇ: ମୁଣ୍ଡ ଭିତରୁ ହେଲା ସୁନା ବର୍ଷା। କେବଳ ସୁନା ନୁହେଁ ପୁଳା ପୁଳା ଟଙ୍କା ମଧ୍ୟ ବାହାରିଲା। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇ ବିମାନ ବନ୍ଦରରୁ। ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡା ଯାଂଚ ଯୋଗୁଁ ନିଇତି ନୂଆ ନୂଆ ଉପାୟ ଆପଣାଉଛନ୍ତି ଅପରାଧୀ। ଚେନ୍ନାଇ ବିମାନ ବନ୍ଦରରେ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସୁରକ୍ଷାକର୍ମୀ ଚକିତ ହୋଇପଡିଛନ୍ତି।

ନିକଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇରୁ ଆସୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଯାଂଚ କରିଥିଲା। ଯାଂଚ ବେଳେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ପୁଲିସ ଲଣ୍ଡା କରାଇବା ପାଇଁ ଦୁଇ ଯାତ୍ରୀଙ୍କୁ ନେଇ ଯାଇଥିଲା। ଏହାପରେ ଏହି ଦୁଇ ଯାତ୍ରୀଙ୍କ ମୁଣ୍ଡରୁ ପୁଳାପୁଳା ସୁନା ସାଙ୍ଗକୁ ଟଙ୍କା ବାହାରିଥିଲା। ପ୍ରକୃତରେ ଏହି ଦୁଇ ଯାତ୍ରୀ ମୁଣ୍ଡରେ ୱିଗ ପିନ୍ଧିଥିଲେ। ତା’ତଳେ ଲେପ ଦେଲା ଭଳି ସୁନା ପ୍ଲେଟ ଲୁଚାଇଥିଲେ। ଯେତେବେଳେ ଉଭୟଙ୍କୁ ଲଣ୍ଡା କରାଯାଇଥିଲା ସେତେବେଳେ ସେମାନଙ୍କ ଚୁଟି ଭିତରୁ ବର୍ଷା ହେଲା ଭଳି ସୁନା ଗଳି ଥିଲା।

smuggling gold and foreign currency
ଯାତ୍ରୀଙ୍କ ୱିଗ ଭିତରୁ ବିଦେଶୀ ଟଙ୍କା ଓ ସୁନା ଜବତ କରିଛି ପୁଲିସ

ଏହି ଚୋରା ଚାଲାଣ ମାମଲାରେ କଷ୍ଟମ ଅଧିକାରୀ ଅନ୍ୟ ୭ ଜଣ ଯାତ୍ରୀଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମୁଣ୍ଡ ଭିତରୁ ସୁନା ଏବଂ ଅନ୍ୟ ୪ଜଣଙ୍କ ମୁଣ୍ଡ ଭିତରୁ ବିଦେଶୀ ଟଙ୍କା ଜବତ ହୋଇଛି। ଏହି ପ୍ରକାରରେ ଚେନ୍ନାଇ ବିମାନ ବନ୍ଦରରୁ ପ୍ରାୟ ୧୪ ଜଣ ଯାତ୍ରୀ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ୬ ଜଣଙ୍କ ନିକଟରୁ ୨ କୋଟି ୫୦ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୨୫ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି ପୁଲିସ। ଯେଉଁ ଯାତ୍ରୀଙ୍କ ମୁଣ୍ଡରୁ ସୁନା ବାହାରିଥିଲା ସେମାନେ ଶାରଯାହା ଯିବାକୁ ଚେଷ୍ଟା କରୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।