ତାନ୍ତ୍ୟା ମାମା କିଏ? କାହିଁକି ତାଙ୍କ ନାଁରେ ନାମିତ ହେବ ଏହି ରେଳ ଷ୍ଟେସନ

ଇନ୍ଦୋର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ଥିବା ପୁଣି ଗୋଟିଏ ରେଳ ଷ୍ଟେସନର ନାଁ ବଦଳିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ହବବିଗଞ୍ଜ ରେଳ ଷ୍ଟେସନର ନାଁ ବଦଳି ଥିବା ବେଳେ ଏବେ ପାତଲପାନୀ କ୍ଷେତ୍ରରେ ସମାନ ନୀତି ଅପାଣାଇଛନ୍ତି। ପାତଲପାନୀ ରେଳ ଷ୍ଟେସନ ଏଣିକି ତାନ୍ତ୍ୟା ମାମା ନାଁରେ ପରିଚୟ ହାସଲ କରିବ। ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ଏହି ଘୋଷଣା କରିଛନ୍ତି। ଷ୍ଟେସନର ନାଁ ବଦଳାଇବା ପ୍ରସ୍ତାବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରୁ ପଠାଯିବ। […]

Tantya-mama

Tantya-mama

Hemant Lenka
  • Published: Monday, 22 November 2021
  • Updated: 22 November 2021, 08:26 PM IST

Sports

Latest News

ଇନ୍ଦୋର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ଥିବା ପୁଣି ଗୋଟିଏ ରେଳ ଷ୍ଟେସନର ନାଁ ବଦଳିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ହବବିଗଞ୍ଜ ରେଳ ଷ୍ଟେସନର ନାଁ ବଦଳି ଥିବା ବେଳେ ଏବେ ପାତଲପାନୀ କ୍ଷେତ୍ରରେ ସମାନ ନୀତି ଅପାଣାଇଛନ୍ତି।

ପାତଲପାନୀ ରେଳ ଷ୍ଟେସନ ଏଣିକି ତାନ୍ତ୍ୟା ମାମା ନାଁରେ ପରିଚୟ ହାସଲ କରିବ। ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ଏହି ଘୋଷଣା କରିଛନ୍ତି। ଷ୍ଟେସନର ନାଁ ବଦଳାଇବା ପ୍ରସ୍ତାବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରୁ ପଠାଯିବ। ଏହାପରେ ବିଧିବଦ୍ଧ ଭାବେ ଏହାର ନାଁ ପରିବର୍ତ୍ତନ ହେବ।

ପୂର୍ବରୁ ହବିବଗଞ୍ଜ ରେଳ ଷ୍ଟେସନକୁ ରାଣୀ କମଲାପତିଙ୍କ ନାଁରେ ନାମିତ କରାଯାଇଥିଲା। ଏହାକୁ ଅତ୍ୟାଧୁନିକ ଶୈଳୀରେ ତିଆରି କରାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିଲେ। ଏହା ଏକ ରେଳ ଷ୍ଟେସନ ହୋଇଥିଲେ ମଧ୍ୟ ସେଠାରେ ଏୟାରପୋର୍ଟର ସମସ୍ତ ସୁବିଧାସୁଯୋଗ ମିଳିବ।

ଶିବରାଜ ସିଂହ ଚୌହାନ ଟ୍ୱିଟ କରି କହିଛନ୍ତି, ଡିସେମ୍ବର ୪ ହେଉଛି ଆଦିବାସୀଙ୍କ ଗର୍ବ ମାମା ତାନ୍ତ୍ୟା ଭିଲଙ୍କ ବଳିଦାନ ଦିବସ। ଏଣୁ ଇନ୍ଦୋରରେ ଥିବା ବସ୍‌ ଷ୍ଟାଣ୍ଡ ଓ ପାତଲପାନୀ ରେଳ ଷ୍ଟେସନ ତାଙ୍କ ନାଁରେ ନାମିତ ହେବ। ଏଗୁଡ଼ିକ ତାନ୍ତ୍ୟା ମାମା ନାଁରେ ପରିଚୟ ହାସଲ କରିବ।”

ତାନ୍ତ୍ୟା ମାମା କିଏ?

ସୂଚନା ଅନୁସାରେ ତାନ୍ତ୍ୟା ଭିଲ ୧୮୪୨ ମସିହାରେ ଖଣ୍ଡୱା ଜିଲ୍ଲାର ପାଣ୍ଡାନା ତହସିଲରେ ଜନ୍ମଗ୍ରହଣ କରିଥିଲେ। ବାପା ଭାଉ ସିଂ ପିଲାଟି ବେଳୁ ତାନ୍ତ୍ୟାଙ୍କୁ ବାଡ଼ି ଓ ତୀର ଚାଳନାର ଶିକ୍ଷା ଦେଇଥିଲେ। ସେ ଧନୁ-ତୀର ସହିତ ବାଡ଼ି କଳାରେ ଏତେ ପାରଦର୍ଶିତା ହାସଲ କରିଥିଲେ ଯେ ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ କିଛି ଦିନ ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ତାନ୍ତ୍ୟା ଇଂରେଜମାନଙ୍କ ଗୁଲାମୀ କରୁଥିବା ଲୋକଙ୍କ ବିରୋଧରେ ଗୋଟିଏ ସଂଗଠନ ତିଆରି କରି ଘର ଛାଡ଼ିଥିଲେ। ଘର ଛାଡ଼ିବା ପରେ ସେ ଜଙ୍ଗଲରେ ଲୁଚି ନିଜର ସଂଗଠନକୁ ମଜବୁତ କରିଥିଲେ। ଅଳ୍ପ ସମୟ ମଧ୍ୟରେ ତାନ୍ତ୍ୟା ମାମଙ୍କ ଦବଦବା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଇଂରେଜମାନେ ତାଙ୍କ ନାଁ ଶୁଣିବା ମାତ୍ରେ ଥରି ଉଠୁଥିଲେ।

ମଧ୍ୟପ୍ରଦେଶର ଜାବୁଆ ଓ ଏହାର ଆଖପାଖରେ ଥିବା ଆଦିବାସୀ ଅଞ୍ଚଳ ପାଇଁ ସେ କାମ କରୁଥିଲେ। ଏଠାରେ ରହିଥିବା ଇଂରେଜମାନଙ୍କ ରାଜକୋଷରୁ ସେ ଲୁଟ୍ ଆରମ୍ଭ କରିଥିଲେ। ଏହି ଟଙ୍କାକୁ ଆଣି ସେ ଗିରବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ସେ ଏତେ ଚତୁର ଥିଲେ ଯେ ତାଙ୍କୁ ରବିନ୍ ହୁଡ୍ ମଧ୍ୟ କୁହାଯାଉଥିଲା।

ତେବେ ନିଜ ଲୋକମାନେ ହିଁ ତାଙ୍କୁ ଧୋକା ଦେବାରୁ ତାନ୍ତ୍ୟା ମାମା ଇଂରେଜମାନଙ୍କ ଦ୍ୱାରା ଧରାପଡ଼ିଥିଲେ। ୧୮୮-୮୯ମସିହାରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଦଣ୍ଡିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story