ଅଫିସ ନ ଆସି ଦରମା ନେଉଥିଲେ, ନିଳମ୍ବନ ଆଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଦୀର୍ଘ ୬ ମାସ ହେଲା ଅଫିସ ନ ଆସି ଦରମା ନେବା ଜଣେ ଡେପୁଟି ସିଏମଓଙ୍କୁ ମହଙ୍ଗା ପଡ଼ିଛି। କାମ ନ କରି ଅମରୋହା ଜିଲ୍ଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା ଇନ୍ଦୁ ବଳ ଶର୍ମା ଦରମା ନେଉଥିବାରୁ ତାଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ। ମିଳିଥିବା ସୂଚନା ଅନୁସାରେ, ଡା. ଇନ୍ଦୁ ବଳ ଶର୍ମା ୬ ମାସ ହେଲା ଅଫିସ ଆସୁ ନଥିଲେ। […]

Brijesh-Pathak

Brijesh-Pathak

Hemant Lenka
  • Published: Friday, 30 September 2022
  • Updated: 30 September 2022, 09:20 AM IST

Sports

Latest News

ଲକ୍ଷ୍ନୌ: ଦୀର୍ଘ ୬ ମାସ ହେଲା ଅଫିସ ନ ଆସି ଦରମା ନେବା ଜଣେ ଡେପୁଟି ସିଏମଓଙ୍କୁ ମହଙ୍ଗା ପଡ଼ିଛି। କାମ ନ କରି ଅମରୋହା ଜିଲ୍ଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା ଇନ୍ଦୁ ବଳ ଶର୍ମା ଦରମା ନେଉଥିବାରୁ ତାଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ।

ମିଳିଥିବା ସୂଚନା ଅନୁସାରେ, ଡା. ଇନ୍ଦୁ ବଳ ଶର୍ମା ୬ ମାସ ହେଲା ଅଫିସ ଆସୁ ନଥିଲେ। କିନ୍ତୁ ନକଲି ଦସ୍ତଖତ ଜରିଆରେ ସେ ଅଫିସ ଆସୁଥିବା ସମସ୍ତଙ୍କୁ ଅବଗତ କରି ଦରମା ଉଠାଇ ଚାଲିଥିଲେ। ତାଙ୍କୁ ଏଥିରେ କିଛି କର୍ମଚାରୀ ଓ ଅଧିକାରୀ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରୁଥିଲେ। ଏହା ଜଣାପଡ଼ିବା ପରେ ତତ୍କାଳୀନ ସିଏମଓ ସଞ୍ଜୟ ଅଗ୍ରୱାଲ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏବେ ତାଙ୍କୁ ନିଲମ୍ବିତ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ପାଠକ ନିଜେ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ ଦରମା ନେଣଦେଣ ଦାୟିତ୍ୱରେ ଥିବା ସନ୍ତୋଷ କୁମାରଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଛି।

ଏଥିସହ ପୂରା ଘଟଣାରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ପୁଲିସ୍‌ ଘଟଣାର ଛାନଭିନ କରି ଗିରଫଦାରୀ ମଧ୍ୟ କରିବାର ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos