ପେଗାସସ ବିବାଦ: କେନ୍ଦ୍ର ସରକାର ସହଯୋଗ କରୁ ନଥିବା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ ଉପରେ ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାର ପୂରା ବିବାଦୀୟ ଘଟଣାରେ ଆଦୌ ସହଯୋଗ କରୁ ନଥିବା ରିପୋର୍ଟକୁ ଦେଖି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ତଦନ୍ତ ପ୍ୟାନେଲ ୨୯ଟି ଫୋନ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୫ଟିରେ ମାଲୱେୟର ଠାବ ହୋଇଛି। ତେବେ ଏଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ପେଗାସସ ସ୍ପାଇୱେୟାର ଅଛି କି ନାହିଁ, ତା’ର ପ୍ରମାଣ […]

Pegasus

Pegasus

Hemant Lenka
  • Published: Thursday, 25 August 2022
  • Updated: 25 August 2022, 11:54 AM IST

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ ଉପରେ ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାର ପୂରା ବିବାଦୀୟ ଘଟଣାରେ ଆଦୌ ସହଯୋଗ କରୁ ନଥିବା ରିପୋର୍ଟକୁ ଦେଖି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ତଦନ୍ତ ପ୍ୟାନେଲ ୨୯ଟି ଫୋନ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୫ଟିରେ ମାଲୱେୟର ଠାବ ହୋଇଛି। ତେବେ ଏଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ପେଗାସସ ସ୍ପାଇୱେୟାର ଅଛି କି ନାହିଁ, ତା’ର ପ୍ରମାଣ ମିଳି ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏଥିସହ ଭାରତ ସରକାର ଯାଞ୍ଚ କମିଟିକୁ ଆଦୌ ସହଯୋଗ କରୁ ନଥିବା ସିଜେଆଇ କହିଲା ପରେ ହଇଚଇ ସୃଷ୍ଟି ହୋଇଛି।

ଯଦି କେନ୍ଦ୍ର ସରକାର ଦେଶର କୌଣସି ନାଗରିକଙ୍କ ବିରୋଧରେ ପେଗାସସ ସ୍ପାଇୱେୟାର ବ୍ୟବହାର କରି ନାହାନ୍ତି, ତା’ହେଲେ କାହିଁକି ତଦନ୍ତ ପ୍ୟାନେଲକୁ ସହଯୋଗ କରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ସୁପ୍ରିମକୋର୍ଟ କହିଛନ୍ତି, ପେଗାସସ ଉପରେ ଯାଞ୍ଚ କରି ୩ ଭାଗ ବିଶିଷ୍ଟ ରିପୋର୍ଟ ଦାଖଲ ହୋଇଛି। ୨ଟି ଭାଗ ଟେକ୍ନିକାଲ କମିଟି ଓ ଗୋଟିଏ ଭାଗ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଭି ରବୀନ୍ଦ୍ରନଙ୍କ ଦ୍ୱାରା ପ୍ରସ୍ତୁତ କରିଛନ୍ତି। ରିପୋର୍ଟର ଗୋଟିଏ ଭାଗ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ ହେବ। ସିଜେଆଇ କହିଛନ୍ତି, “ଜଷ୍ଟିସ ରବୀନ୍ଦ୍ରନ ପ୍ରସ୍ତୁତ କରିଥିବା ରିପୋର୍ଟର ତୃତୀୟ ଭାଗକୁ ଆମ ୱେବସାଇଟରେ ସାର୍ବଜନୀନ କରିବୁ। ସଂପୂର୍ଣ୍ଣ ରିପୋର୍ଟକୁ ସାର୍ବଜନୀନ କରିବାକୁ ଟେକ୍ନିକାଲ କମିଟି ମନା କରିଛି।”

ଶୁଣାଣି ବେଳେ ଆବେଦନକାରୀ ରିପୋର୍ଟର ପ୍ରଥମ ଦୁଇଟି ଭାଗର କପି ମାଗିଥିଲେ। ତେବେ ସିଜେଆଇ ଏହି ଦାବିର ବିଚାର କରିବେ ବୋଲି କହିଛନ୍ତି। ରିପୋର୍ଟକୁ ସଂପୂର୍ଣ୍ଣ ଓ ଭଲ ଭାବେ ନ ପଢ଼ି ଆମେ ଏହା ଉପରେ ଅଧିକ ମତ ରଖିବାକୁ ଚାହୁଁନାହୁଁ। ଆସନ୍ତାକାଲି ପରେ ମୁଁ ମୋର ମତାମତ ରଖିବି ବୋଲି ସଜେଆଇ ସ୍ମିତହାସ୍ୟ ଦେଇ କହିଛନ୍ତି। ଜଣେ ଆଇନଜୀବୀ ରିପୋର୍ଟ ଉପରେ ସଜେଆଇ ମତ ରଖିବାକୁ ଦାବି କରିବାରୁ ସେ ଏପରି କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ପେଗାସସ ସ୍ପାଇୱେୟାର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ଗୋଟିଏ କମିଟି ବା ପ୍ୟାନେଲ ଗଠନ କରିଥିଲେ। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଲ୍ୟାବ ଯାଞ୍ଚରେ ଅତିକମରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନକୁ ପେଗାସସ୍ ଦ୍ୱାରା ହ୍ୟାକ କରାଯାଇଥିବା ସ୍ପଷ୍ଟ ହୋଇଛି।

୨୦୧୭ ଜୁଲାଇ ମାସରେ ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା। ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍।

ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱେୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଥିଲେ।

ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍‌ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳାଇଥିଲେ। ଏହି ଦୁଇ ସଂସ୍ଥା ସହ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।

ଏହି ରିପୋର୍ଟ ପରେ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପେଗାସସକୁ ଭାରତ ସରକାର କିଣି ଲୋକଙ୍କ ବିରୋଧରେ ବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story