ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲା ସଂଖ୍ୟା ୧୩ ଦିନରେ ୪ ହଜାର କମିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ୱ ନେବା ପରେ ବିଭିନ୍ନ ମାମଲାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଯାଇଛି। ସେ ମାମଲାର ଶୁଣାଣି ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଥିଯୋଗୁ ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲାର ସଂଖ୍ୟା ମଧ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି। ଗଲା ୧୩ଟି କାର୍ଯ୍ୟ ଦିବସରେ ମୋଟ ୫,୨୦୦ଟି ମାମଲାକୁ ରଫାଦଫା କରାଯାଇଛି। ଏହି ସମୟରେ ୧୧୩୫ଟି ନୂଆ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହାର ଅର୍ଥ […]

sc

sc

Hemant Lenka
  • Published: Friday, 16 September 2022
  • Updated: 16 September 2022, 08:10 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ୱ ନେବା ପରେ ବିଭିନ୍ନ ମାମଲାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଯାଇଛି। ସେ ମାମଲାର ଶୁଣାଣି ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଥିଯୋଗୁ ସୁପ୍ରିମକୋର୍ଟରେ ପଡ଼ି ରହିଥିବା ମାମଲାର ସଂଖ୍ୟା ମଧ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି।

ଗଲା ୧୩ଟି କାର୍ଯ୍ୟ ଦିବସରେ ମୋଟ ୫,୨୦୦ଟି ମାମଲାକୁ ରଫାଦଫା କରାଯାଇଛି। ଏହି ସମୟରେ ୧୧୩୫ଟି ନୂଆ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହାର ଅର୍ଥ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଅପେକ୍ଷା କରିଥିବା ମାମଲା ସଂଖ୍ୟା ପ୍ରାୟ ୪ ହଜାର ହ୍ରାସ ପାଇଛି।

ନୂଆ ସିଜେଆଇଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୁପ୍ରିମକୋର୍ଟ ଓକିଲ ସଂଘ ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ସିଜେଆଇ ଜଷ୍ଟିସ ଲଳିତ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଓ ଅନ୍ୟମାନଙ୍କ ସହଯୋଗ ପାଇଁ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଛି। ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ନେଇ ବିଚାରପତିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଗୁଜବ ଭିତରେ ବି କାମ ହୋଇଛି।

ଲିଷ୍ଟଂକୁ ନେଇ ଅନେକ ପ୍ରକାରର କଥା କୁହାଯାଉଛି। କିନ୍ତୁ ଏଠାରେ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ଲାଗୁ କରି ରିସ୍କ ନେଇଛୁ। ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ କିଛି କିଛି ସମସ୍ୟା ରହିବ। ଗତକାଲି ସୁଦ୍ଧା ପ୍ରାୟ ୫,୨୦୦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ମାତ୍ର ୧୧୩୫ ନୂଆ ଆବେଦନ ରୁଜୁ କରାଯାଇଛି। ଏହା କେବଳ ମୋର ଭାଇ, ଭଉଣୀ ବିଚାରପତି ଓ ବାରର ସଦସ୍ୟମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ନୂଆ ଲିଷ୍ଟଂ ବ୍ୟବସ୍ଥା ଯୋଗୁ ମାମଲା ଗୁଡ଼ିକର ଶୁଣାଣି ତାଲିକା ଶେଷ ମୁହୂର୍ତ୍ତରେ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବିଚାରପତି ଓ ଓକିଲମାନଙ୍କ ଉପରେ ଅତିରିକ୍ତ କାମ ଚାପ ସୃଷ୍ଟି ହେଉଛି। ହେଲେ ଏହି ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜଷ୍ଟିସ ଲଳିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story