ଭାରତ ବନ୍ଦ ସଫଳ! ଚାଷୀ ନେତାଙ୍କ ରଣହୁଙ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଷୀମାନେ ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦ ବେଶ ସଫଳତାର ସହ ଶେଷ ହୋଇଥିବା କୃଷକ ନେତାମାନେ ଦାବି କରିଛନ୍ତି। କିଛି ହାତ ଗଣତି ସ୍ଥାନକୁ ଛାଡ଼ି ଦେଲେ ଭାରତ ବନ୍ଦ ସବୁଆଡ଼େ ପାଳନ କରାଯାଇଛି। ବିଶେଷ କରି ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଓ ପଞ୍ଜାବରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଚାଷୀଙ୍କ ସହ ବିଭିନ୍ନ ରାଜନୀତିକ ଦଳ, ଛାତ୍ର ଓ ଶ୍ରମିକ […]

Bharat-Bandh

Bharat-Bandh

Hemant Lenka
  • Published: Monday, 27 September 2021
  • Updated: 27 September 2021, 06:55 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଷୀମାନେ ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦ ବେଶ ସଫଳତାର ସହ ଶେଷ ହୋଇଥିବା କୃଷକ ନେତାମାନେ ଦାବି କରିଛନ୍ତି। କିଛି ହାତ ଗଣତି ସ୍ଥାନକୁ ଛାଡ଼ି ଦେଲେ ଭାରତ ବନ୍ଦ ସବୁଆଡ଼େ ପାଳନ କରାଯାଇଛି। ବିଶେଷ କରି ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଓ ପଞ୍ଜାବରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି।

ଚାଷୀଙ୍କ ସହ ବିଭିନ୍ନ ରାଜନୀତିକ ଦଳ, ଛାତ୍ର ଓ ଶ୍ରମିକ ସଂଗଠନ ଏକାଠି ହୋଇଛି ଭାରତ ବନ୍ଦକୁ ସଫଳ କରାଇଛନ୍ତି। ଦୋକାନ ବଜାର ଠାରୁ ଆରମ୍ଭ କରି ଟ୍ରେନ, ବସ, ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଜି ଠପ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଓ ଦରଦାମ ବୃଦ୍ଧିକୁ ବିରୋଧ କରି ଆଜି ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଥିଲା।

ଭାରତ ବନ୍ଦ ବେଶ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଚାଷୀ ନେତା ରାକେଶ ଟିକାୟତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ କେବଳ ୩ଟି ରାଜ୍ୟରେ ସୀମିତ ବୋଲି କହୁଥିବା ଲୋକଙ୍କ ଗାଲରେ ଏପରି ବନ୍ଦ ଶକ୍ତ ଚାପୁଡ଼ା ବୋଲି ସେ କହିଛନ୍ତି।

ଅପରାହ୍ନ ୪ଟାରେ ବନ୍ଦର ସମୟସୀମା ଶେଷ ହୋଇଥିଲା। ଏହାପରେ ରାକେଶ ଟିକାୟତ କହିଛନ୍ତି, ଭାରତ ବନ୍ଦ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଡାକରା ସଫଳ ହୋଇଛି। ସମଗ୍ର ଦେଶରେ ଚାଷୀମାନେ ରାସ୍ତାକୁ ଓହ୍ଲାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତ ବନ୍ଦକୁ ଚାଷୀଙ୍କ ସହ ଶ୍ରମିକ, ବ୍ୟବସାୟୀ, କର୍ମଚାରୀ, ରାଜନୀତିକ ଦଳ ଓ ଛାତ୍ର ସଂଘମାନେ ସମର୍ଥନ କରିଛନ୍ତି।

ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରା ଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଦେଶର କୌଣସି ପ୍ରାନ୍ତରେ ମଧ୍ୟ ବନ୍ଦ ବେଳେ ହିଂସା ଘଟନି। ଏଥିପାଇଁ ଚାଷୀମାନେ ଶ୍ରମିକ ଓ ସାଧାରଣ ଲୋକଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହୋଇନି ଓ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ମିଳିନି, ସେ ଯାଏ ଚାଷୀମାନେ ଆନ୍ଦୋଳନ ଜାରି ରଖିବେ।

ସରକାର ଚାଷୀଙ୍କ ସମସ୍ୟା ସମାଧାନ କରନ୍ତୁ। ଉତ୍ତର ପ୍ରଦେଶରେ ଆଖୁ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ଦର ବୃଦ୍ଧି କେବଳ ପରିହାସ କରିବା ସହ ସମାନ। ଆଖୁର ଦାମ ବୃଦ୍ଧି ପାଇଁ ମଧ୍ୟ ପୁଣି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ। ଚାଷୀଙ୍କ ଆନ୍ଦୋଳନ କେବଳ ୩ଟି ରାଜ୍ୟରେ ସୀମିତ ଥିବା ଲୋକମାନେ ସେମାନଙ୍କ ଆଖି ଖୋଲନ୍ତୁ। ଆଜି ସମଗ୍ର ଦେଶରେ ବନ୍ଦ ପାଳନ ହୋଇଛି। ଏହା ସେଭଳି କଥା କହୁଥିବା ଲୋକଙ୍କ ଗାଲରେ ଶକ୍ତ ଚାପୁଡ଼ା ବୋଲି ରାକେଶ ଟିକାୟତ କହିଛନ୍ତି।

ଭାରତ ବନ୍ଦ ଯୋଗୁ ଲୋକମାନେ କିଛି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଶ୍ରୀ ଟିକାୟତ ଦୁଃଖପ୍ରକାଶ କରିଛନ୍ତି। ଚାଷୀଙ୍କ ସ୍ୱାର୍ଥ ପାଇଁ ଲୋକମାନେ ଏହି କଷ୍ଟକୁ ସହ୍ୟ କରି ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ରାକେଶ ଟିକାୟତ କହିଛନ୍ତି, “ଦୀର୍ଘ ୧୦ ମାସ ହେଲା ଚାଷୀମାନେ ନିଜ ଘର ଛାଡ଼ି ରାସ୍ତାରେ ପଡ଼ି ରହିଛନ୍ତି। କିନ୍ତୁ ଅନ୍ଧ ଓ କାଲ ସରକାର କିଛି ବି ଦେଖୁ ନାହାନ୍ତି କିମ୍ବା ଶୁଣୁ ନାହାନ୍ତି। ଗଣତନ୍ତ୍ରରେ ବିକ୍ଷୋଭ ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।

ଆଜି ବି ଚାଷୀମାନେ କୃଷି ଆଇନ ପ୍ରତ୍ୟାହାର ଦାବି କରୁଛନ୍ତି। ତେଣୁ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ।”

ଆଜି ଭାରତ ବନ୍ଦ ଯୋଗୁ ଦିଲ୍ଲୀ ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ସବୁ କିଛି ଠପ ରହିଥିଲା। ଦିଲ୍ଲୀରେ ବନ୍ଦ ବେଳେ ଗୁରୁତର ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା। ଦିଲ୍ଲୀ-ଗୁରୁଗ୍ରାମ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକ ରହିଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story