ବୁଲଡୋଜର ବିରୋଧୀ ଆବେଦନର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଭିନ୍ନ ଲୋକଙ୍କ ଘରର ଉପରେ ବୁଲଡୋଜର ଚାଲିବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରିବେ ସୁପ୍ରିମକୋର୍ଟ। ଉଚ୍ଛେଦ ବେଳେ ନିୟମରୁ ଅନୁପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏଥିସହ ବେଆଇନ ଭାବେ ଉଚ୍ଛେଦ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଏହାର […]

UP

UP

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 08:34 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଭିନ୍ନ ଲୋକଙ୍କ ଘରର ଉପରେ ବୁଲଡୋଜର ଚାଲିବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରିବେ ସୁପ୍ରିମକୋର୍ଟ। ଉଚ୍ଛେଦ ବେଳେ ନିୟମରୁ ଅନୁପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏଥିସହ ବେଆଇନ ଭାବେ ଉଚ୍ଛେଦ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି କହିଛନ୍ତି।

ଜାମିଆତ ଉଲମା ଇ-ହିନ୍ଦ ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଛି। ନିକଟରେ ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦକୁ ସଂଗଠନ ବେଆଇନ ଦର୍ଶାଇଛି। ପ୍ରଶାସନ ପକ୍ଷରୁ ୱେଲଫେୟାର ପାର୍ଟି ଅଫ ଇଣ୍ଡିଆର ନେତା ଜାଭେଦ ମହମ୍ମଦଙ୍କ ଘରକୁ ମଧ୍ୟ ଭଙ୍ଗା ଯାଇଛି। ଏହାକୁ ସ୍ଥାନୀୟ ଲୋକମାନେ ବେଆଇନ ଉଚ୍ଛେଦ ଭାବେ ଅବିହିତ କରିଛନ୍ତି।

ରବିବାର ପ୍ରୟାଗରାଜରେ ଥିବା ଜାଭେଦଙ୍କ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲା। ଏହା ବେଆଇନ ଭାବେ ତିଆରି ହୋଇଥିଲା ଓ ଏକାଧି ନୋଟିସ ସତ୍ତ୍ୱେ ସେ ଶୁଣାଣି ପାଇଁ ହାଜର ହୋଇ ନଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ସଫେଇ ଦେଇଛି। କିନ୍ତୁ ଜାଭେଦଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଶନିବାର ଦିନ ବିଳମ୍ବିତ ରାତିରେ ହିଁ ପ୍ରଶାସନ ଘର ଖାଲି କରିବାକୁ ନୋଟିସ ଦେଇଥିବା କହିଛନ୍ତି।

ଏହାର ଦିନକ ପୂର୍ବରୁ ଜୁନ୍ ୩ କାନପୁର ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ବ୍ୟକ୍ତିଙ୍କ ସହଯୋଗୀଙ୍କ ୩ ମହାଲା କୋଠାକୁ ମଧ୍ୟ ଭଙ୍ଗା ଯାଇଥିଲା। ବିଭିନ୍ନ ବିକ୍ଷୋଭ ଓ ଆନ୍ଦୋଳନରେ ସାମିଲ ହେଉଥିବା ଲୋକଙ୍କ ଘରକୁ ପ୍ରଶାସନ ବେଆଇନ କହି ଭାଙ୍ଗି ଦେଉଥିବାରୁ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos