ସୀତା ଓ ରାବଣଙ୍କ ଦେଶରେ ପେଟ୍ରୋଲ ଶସ୍ତା, କିନ୍ତୁ ରାମଙ୍କ ଦେଶରେ ମହଙ୍ଗା କାହିଁକି? ଧର୍ମେନ୍ଦ୍ର ଦେଲେ ଜବାବ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ରନ୍ଧା ତେଲ ଠାରୁ ଆରମ୍ଭ କରି ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଫେବୃଆରୀ ୧୦ରେ ପେଟ୍ରୋଲ-ଡିଜେଲ ସର୍ବକାଳୀନ ରେକର୍ଡ ଦରରେ ବିକ୍ରି ହୋଇଥିଲା। ଏସବୁ ଭିତରେ ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଏହାର ଉତ୍ତର ଦେଇ କହିଛନ୍ତି ଯେ , ତୈଳ ଦର ସର୍ବକାଳୀନ ରେକର୍ଡ ଦରରେ ବିକ୍ରି ହେଉଛି ବୋଲି କହିବାକୁ ଭୁଲ ହେବ। ସେହିପରି […]

DP

DP

Hemant Lenka
  • Published: Wednesday, 10 February 2021
  • Updated: 10 February 2021, 05:03 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ରନ୍ଧା ତେଲ ଠାରୁ ଆରମ୍ଭ କରି ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଫେବୃଆରୀ ୧୦ରେ ପେଟ୍ରୋଲ-ଡିଜେଲ ସର୍ବକାଳୀନ ରେକର୍ଡ ଦରରେ ବିକ୍ରି ହୋଇଥିଲା। ଏସବୁ ଭିତରେ ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଏହାର ଉତ୍ତର ଦେଇ କହିଛନ୍ତି ଯେ , ତୈଳ ଦର ସର୍ବକାଳୀନ ରେକର୍ଡ ଦରରେ ବିକ୍ରି ହେଉଛି ବୋଲି କହିବାକୁ ଭୁଲ ହେବ। ସେହିପରି ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମକୁ ପଡ଼ୋଶୀ ଦେଶର ଦାମ ସହ ତୁଳନା କରାଯାଉଥିବାରୁ ଏହାର ଜବାବ ମଧ୍ୟ ସେ ଦେଇଛନ୍ତି।

ଆଜି ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ଭର ପ୍ରସାଦ ନିଶାଦ ରାଜ୍ୟସଭାରେ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ “ସୀତା ମାତାଙ୍କ ଦେଶ ନେପାଳରେ ପେଟ୍ରୋଲ ଓ ଡିଜେଲ ଭାରତ ତୁଳନାରେ ଶସ୍ତା ଅଟେ। ରାବଣର ଦେଶ ଶ୍ରୀଲଙ୍କାର ମଧ୍ୟ ତୈଳ ଦର ଭାରତ ଠାରୁ କମ। ତେବେ ଭାରତ ସରକାର ରାମଙ୍କ ଦେଶରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ହ୍ରାସ କରିବେ କି?”

ଏହାର ଉତ୍ତର ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଭାରତକୁ ଏହି ଦେଶଗୁଡ଼ିକ ସହ ତୁଳନା କରିବା ଭୁଲ। କାରଣ ସେଠାରେ ସମାଜର କିଛି ଲୋକ ଏହାକୁ ବ୍ୟବହାର କରନ୍ତି। କିରାସିନ ବ୍ୟବହାର ପ୍ରସଙ୍ଗରେ ଭାରତ ଓ ସେହି ଦେଶଗୁଡ଼ିକ ମଧ୍ୟରେ ଅନେକ ଫରକ ରହିଛି। ବାଂଲାଦେଶ ଓ ନେପାଳରେ କିରାସିନର ଲିଟିର ପିଛା ଦର ପ୍ରାୟ ୫୭ ଟଙ୍କାରୁ ୫୯ ଟଙ୍କା ରହିଛି। ହେଲେ ଭାରତରେ ଏହାର ଲିଟର ପିଛା ଦର ୩୨ ଟଙ୍କା ରହିଛି।”

ଶ୍ରୀ ପ୍ରଧାନ ତୈଳ ଦର ସର୍ବକାଳୀନ ବୃଦ୍ଧି ପାଇଛି ବୋଲି କଥାକୁ ଅସ୍ୱୀକାର କରିଛନ୍ତି। ପ୍ରଶ୍ନକାଳରେ କଂଗ୍ରେସ ସାଂସଦ କେସି ଭେନୁଗୋପାଲ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସର୍ବକାଳୀନ ଅଧିକ ଦରରେ ବିକ୍ରି ହେଉଛି। କିନ୍ତୁ ଅଶୋଧିତ ତୈଳର ଦାମ ସର୍ବକାଳୀନ ରେକର୍ଡ ଦରରେ ପହଞ୍ଚି ନାହିଁ। ଆମ ଦେଶରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଛି। ତୈଳ ଦର ବୃଦ୍ଧି କରିବାକୁ କେତେଥର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ।

ଏହାର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୬୧ ଡଲାର ରହିଛି। ଆମକୁ ଟିକସ ସମସ୍ୟାକୁ ଅତି ଯତ୍ନର ସହିତ ପରିଚାଳନା କରିବାକୁ ପଡ଼ୁଛି। ଗତ ୩୦୦ ଦିନ ମଧ୍ୟରେ ଏମିତି ୬୦ ଦିନ ରହିଛି, ଯେଉଁଦିନ ମୂଲ୍ୟ ବୃଦ୍ଧି କରାଯାଇଥିଲା।

ପେଟ୍ରୋଲ ମୂଲ୍ୟ ୭ ଦିନ ହ୍ରାସ ପାଇଥିବାବେଳେ ଡିଜେଲ ମୂଲ୍ୟ ୨୧ ଦିନ ହ୍ରାସ ପାଇଛି। ଏମିତି ପ୍ରାୟ ୨୫୦ ଦିନ ରହିଛି, ଯେଉଁଦିନ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେଣୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସର୍ବକାଳୀନ ଅଧିକ କହିବା ଯୁକ୍ତି ସଂଗତ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story