ହାତ ଯୋଡ଼ି କଂଗ୍ରେସକୁ ବାଣ ମାରିଲେ ପିକେ, ୧୧ ବର୍ଷର ଟ୍ରାକ ରେକର୍ଡ ଦେଲେ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣିଥରେ କଂଗ୍ରେସକୁ ବାଣ ମାରିଛନ୍ତି। କଂଗ୍ରେସରେ ମିଶି ବିଜେପି ବିରୋଧରେ ରଣନୀତି କରିବାକୁ ଆଶା ରଖିଥିବା ପିକେ ଏବେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛନ୍ତି। ସେ ଆଜି ହାତ ଯୋଡ଼ି କଂଗ୍ରେସ ସହ କେବେ ହେଲେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ତାଙ୍କ ଟିମ୍‌ ୨୦୧୧ରୁ ୨୦୨୧ ମଧ୍ୟରେ କେତେ ନିର୍ବାଚନ ଜିତିଛି ଓ କେତେ ନିର୍ବାଚନ ହାରିଛି, ତା’ର ହିସାବ ମଧ୍ୟ କ୍ୟାମେରା ସାମ୍ନାରେ […]

PK

PK

Hemant Lenka
  • Published: Tuesday, 31 May 2022
  • Updated: 31 May 2022, 07:52 PM IST

Sports

Latest News

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣିଥରେ କଂଗ୍ରେସକୁ ବାଣ ମାରିଛନ୍ତି। କଂଗ୍ରେସରେ ମିଶି ବିଜେପି ବିରୋଧରେ ରଣନୀତି କରିବାକୁ ଆଶା ରଖିଥିବା ପିକେ ଏବେ ନିଜର ଆଭିମୁଖ୍ୟ ବଦଳାଇ ଦେଇଛନ୍ତି। ସେ ଆଜି ହାତ ଯୋଡ଼ି କଂଗ୍ରେସ ସହ କେବେ ହେଲେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ତାଙ୍କ ଟିମ୍‌ ୨୦୧୧ରୁ ୨୦୨୧ ମଧ୍ୟରେ କେତେ ନିର୍ବାଚନ ଜିତିଛି ଓ କେତେ ନିର୍ବାଚନ ହାରିଛି, ତା’ର ହିସାବ ମଧ୍ୟ କ୍ୟାମେରା ସାମ୍ନାରେ ରଖିଛନ୍ତି।

ବିକଳ୍ପ ସରକାର ଗଠନ ପାଇଁ ପ୍ରୟାସ କରୁଥିବା ପିକେ ଏବେ ବିହାରର ବିଭିନ୍ନ ଗାଁରେ ବୁଲି ଜନସମର୍ଥନ ହାସଲ କରୁଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ତାଚ୍ଛଲ୍ୟ ଓ ସମାଲୋଚନା କରିଛନ୍ତି। କଂଗ୍ରେସ ଏମିତି ଏକ ଦଳ ଯିଏ ନିଜେ ବୁଡ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ବୁଡ଼ାଇବ ବୋଲି ପିକେ କହିଛନ୍ତି।

ସେ କହିଛନ୍ତି, “୨୦୧୫ରେ ଆମେ ବିହାରରେ ନିର୍ବାଚନ ଜିତିଥିଲୁ। ୨୦୧୭ରେ ପଞ୍ଜାବ, ୨୦୧୯ରେ ଜଗନ ମୋହନ ରେଡ୍ଡୀ ଆନ୍ଧ୍ର ପ୍ରଦେଶରେ ଜିତିଥିଲେ। ୨୦୨୦ରେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଗଠନ କରିଥିଲେ। ତାମିଲନାଡୁ ଓ ବେଙ୍ଗଲରେ ମଧ୍ୟ ଆମେ ଜିତିଛୁ। ୧୧ ବର୍ଷ ମଧ୍ୟରେ ଆମେ କେବଳ ଗୋଟିଏ ନିର୍ବାଚନ ହାରିଛୁ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଆମେ କଂଗ୍ରେସ ସହ କାମ କରୁଥିଲୁ। ଏହି ନିର୍ବାଚନ ହିଁ ଆମେ ହାରିଛୁ। କଂଗ୍ରେସକୁ ମୁଁ ସମ୍ମାନ କରେ।

ହେଲେ ଏବେ କଂଗ୍ରେସର ଆଭିମୁଖ୍ୟ ବଦଳି ଯାଇଛି। କଂଗ୍ରେସ ଏମିତି ଏକ ଦଳ ଯିଏ ନିଜେ ବୁଡ଼ିବା ସହ ତା’ ସହ ଅନ୍ୟମାନଙ୍କୁ ମଧ୍ୟ ବୁଡ଼ାଇବ। ତେଣୁ ଆମେ କଂଗ୍ରେସ ସହ କାମ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। କଂଗ୍ରେସ ଆମ ଟ୍ରାକ ରେକର୍ଡ ଖରାପ କରିଦେବ।” ଏହି ସମୟରେ ସେ ହାତ ଯୋଡ଼ି କଂଗ୍ରେସ ସମ୍ପର୍କରେ ଏପରି ବୟାନ ଦେଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶୀ ପ୍ରସାଦ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପିକେ ବୈଶାଲୀରେ ଆଜି ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସେ କଂଗ୍ରେସ ସମ୍ପର୍କରେ ଏପରି କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story