ଶେଷରେ ବେଙ୍ଗଲ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ଆସନ୍ତାକାଲି ବେଙ୍ଗଲରେ ହେବାକୁ ଥିବା ତାଙ୍କର ସମସ୍ତ ରାଲିକୁ ବାତିଲ କରିଛନ୍ତି। ଆସନ୍ତାକାଲି ବିଜେପି ପକ୍ଷରୁ ମୋଦିଙ୍କୁ ନେଇ ବେଙ୍ଗଲରେ କୌଣସି ପ୍ରକାରର ଶୋଭାଯାତ୍ରା ହୋଇପାରିବ ନାହିଁ। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଦି ଆସନ୍ତାକାଲି ଏକାଧିକ ବୈଠକ କରିବେ। ଏଥିପାଇଁ ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯିବେନାହିଁ। ତେବେ କେବଳ ଗତକାଲିର ରାଲିକୁ ସେ ବାତିଲ କରିଛନ୍ତି ନା […]

PM-modi

PM-modi

Hemant Lenka
  • Published: Thursday, 22 April 2021
  • Updated: 22 April 2021, 06:13 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ଆସନ୍ତାକାଲି ବେଙ୍ଗଲରେ ହେବାକୁ ଥିବା ତାଙ୍କର ସମସ୍ତ ରାଲିକୁ ବାତିଲ କରିଛନ୍ତି। ଆସନ୍ତାକାଲି ବିଜେପି ପକ୍ଷରୁ ମୋଦିଙ୍କୁ ନେଇ ବେଙ୍ଗଲରେ କୌଣସି ପ୍ରକାରର ଶୋଭାଯାତ୍ରା ହୋଇପାରିବ ନାହିଁ।

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଦି ଆସନ୍ତାକାଲି ଏକାଧିକ ବୈଠକ କରିବେ। ଏଥିପାଇଁ ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯିବେନାହିଁ। ତେବେ କେବଳ ଗତକାଲିର ରାଲିକୁ ସେ ବାତିଲ କରିଛନ୍ତି ନା ଆଗକୁ ହେବାକୁ ଥିବା ସମସ୍ତ ଶୋଭାଯାତ୍ରାକୁ ବାତିଲ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ମୋଦି ଆଜି ଟ୍ୱିଟ କରି କହିଛନ୍ତି, “ଦେଶର ସୃଷ୍ଟି ହୋଇଥିବା କୋଭିଡ-୧୯ ସଂକ୍ରମଣକୁ ନେଇ ଆସନ୍ତାକାଲି ଏକାଧିକ ସମୀକ୍ଷା ବୈଠକରେ ଯୋଗଦେବି। ଏହି କାରଣରୁ ଆସନ୍ତାକାଲି ମୁଁ ବେଙ୍ଗଲ ଯାଇ ପାରିବି ନାହିଁ।” ଆଜି ବି ମୋଦି ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଅକ୍ସିଜେନ ସପ୍ଲାଏ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି।

ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବେଙ୍ଗଲ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଏହାପୂର୍ବରୁ ଏପ୍ରିଲ ୧୮ରେ ରାହୁଲ ଗାନ୍ଧି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବେଙ୍ଗଲରେ ହେବାକୁ ଥିବା ତାଙ୍କର ସମସ୍ତ ସମାବେଶକୁ ବାତିଲ କରିଥିଲେ। ରାଜନେତାଙ୍କ ସମାବେଶରେ ଶତାଧିକ ଲୋକ ଏକାଠି ହେଉଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଛି।

ଏହାକୁ ଦୃଷ୍ଟିରେ ରଖି ରାହୁଲ ନିଜର ସମାବେଶକୁ ବାତିଲ କରିବା ସହ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ସେ ଟ୍ୱିଟ କରି କହିଥିଲେ ଯେ “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମବଙ୍ଗରେ ହେବାକୁ ଥିବା ମୋର ସମସ୍ତ ସାଧାରଣ ସଭାକୁ ବାତିଲ କରିଛି।


ବର୍ତ୍ତମାନର ପରିସ୍ଥିତିରେ ବଡ଼ଧରଣର ସାଧାରଣ ସଭା କରିବା ପୂର୍ବରୁ ସବୁ ରାଜନୀତିକ ଦଳର ନେତାମାନେ ଥରେ ଏହାର ଭୟାବହ ବିଷୟରେ ଗୁରୁତ୍ୱର ସହ ଚିନ୍ତା କରନ୍ତୁ।” ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଲକାତାରେ ପ୍ରଚାର କରିବେ ନାହିଁ ବୋଲି କହିଥିଲେ।

ଆସନ୍ତାକାଲିର ରାଲିକୁ ମୋଦି ବାତିଲ କରିଥିଲେ ହେଁ ବିଜେପିର ଅନ୍ୟନେତାମାନେ ପୂର୍ବଭଳି ବିଶାଳ ଶୋଭାଯାତ୍ରା କରି ଭୋଟ ମାଗିବାରେ ବ୍ୟସ୍ତ ରହିଛନ୍ତି। ଏହି ଶୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହେଉଛନ୍ତି। କାହା ମୁହଁରେ ମାସ୍କ ରହୁନାହିଁ କି କେହି ବି ସାମାଜିକ ଦୂରତା ମାନୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos