ପିଏମ୍ କିଷାନ ନିଧି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ସାଢ଼େ ୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଗଲା ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇଛନ୍ତି। ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କିଛି କୃଷକଙ୍କ ସହ ସମ୍ବାଦ କରିଥିଲେ। ଏହି ଅବସରରେ ଭର୍ଚୁଆଲ […]

pm-narendra-modi

pm-narendra-modi

Subhransu Sekhar
  • Published: Friday, 14 May 2021
  • Updated: 14 May 2021, 02:52 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସାଢ଼େ ୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଗଲା ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇଛନ୍ତି। ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କିଛି କୃଷକଙ୍କ ସହ ସମ୍ବାଦ କରିଥିଲେ। ଏହି ଅବସରରେ ଭର୍ଚୁଆଲ ଯୋଗେ ସାମିଲ ହୋଇଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ। ପିଏମ୍ କିଷାନ ଯୋଜନାରେ ଯୋଗ୍ୟ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି ପ୍ରତି ଚାରି ମାସରେ ଗୋଟିଏ କିସ୍ତି ହିସାବରେ ମୋଟ୍ ୩ କିସ୍ତିରେ ଏହି ୬ ହଜାର ଟଙ୍କା ଦିଆଯାଉଛି। ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଦିଆଯାଉଛି ଏହି ଯୋଜନାରେ ଏବେ ସୁଦ୍ଧା ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦିଆଯାଇ ସାରିଲାଣି।

ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ।

ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ।

ତେବେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି। ପିଏମ କିଷାନ ଯୋଜନାରେ ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଏବଂ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି।

https://twitter.com/dpradhanbjp/status/1393116857142415367?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos