ବଦଳିବ କେନ୍ଦ୍ର କ୍ୟାବିନେଟ! ଶାହ ଓ ନଡ୍ଡାଙ୍କ ସହ ମୋଦିଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବ କେନ୍ଦ୍ର କ୍ୟାବିନେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରୁ ବାଦ୍‌ ପଡ଼ିବେ ଅନେକ ହେଭିୱେଟ। କିଛି ନୂଆ ମୁହଁଙ୍କୁ ମଧ୍ୟ କ୍ୟାବିନେଟରେ ମିଳିପାରେ ସୁଯୋଗ। ଜାତୀୟ ଗଣମାଧ୍ୟମରେ ମୋଦିଙ୍କ କ୍ୟାବିନେଟ ଅଦଳବଦଳକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। କ୍ୟାବିନେଟ ଅଦଳବଦଳ ପୂର୍ବରୁ ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ଘନଘନ ବୈଠକ ମଧ୍ୟ ହେଉଛି। ଏସବୁକୁ ଦୃଷ୍ଟି ରଖି ଗଣମାଧ୍ୟମରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳକୁ ନେଇ ମାନସମନ୍ଥନ କରାଯାଉଛି। […]

Amit-shah

Amit-shah

Hemant Lenka
  • Published: Friday, 11 June 2021
  • Updated: 11 June 2021, 09:21 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବ କେନ୍ଦ୍ର କ୍ୟାବିନେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରୁ ବାଦ୍‌ ପଡ଼ିବେ ଅନେକ ହେଭିୱେଟ। କିଛି ନୂଆ ମୁହଁଙ୍କୁ ମଧ୍ୟ କ୍ୟାବିନେଟରେ ମିଳିପାରେ ସୁଯୋଗ। ଜାତୀୟ ଗଣମାଧ୍ୟମରେ ମୋଦିଙ୍କ କ୍ୟାବିନେଟ ଅଦଳବଦଳକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

କ୍ୟାବିନେଟ ଅଦଳବଦଳ ପୂର୍ବରୁ ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ଘନଘନ ବୈଠକ ମଧ୍ୟ ହେଉଛି। ଏସବୁକୁ ଦୃଷ୍ଟି ରଖି ଗଣମାଧ୍ୟମରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳକୁ ନେଇ ମାନସମନ୍ଥନ କରାଯାଉଛି। କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୋଦି ସରକାରଙ୍କ ଛବି ମଳିନ ପଡ଼ିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଲୋକପ୍ରିୟତା ହ୍ରାସ ପାଇଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଏସବୁ ଭିତରେ ଆସନ୍ତାବର୍ଷ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବା ଓ ଦଳର ଛବିକୁ ସୁଧାରିବା ବିଜେପି ପାଇଁ ଜରୁରୀ ହୋଇପଡ଼ିଛି। ଏହି କାରଣରୁ କ୍ୟାବିନେଟ ଅଦଳବଦଳ ସହ କିଛି ବଡ଼ ଘୋଷଣା କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ବୈଠକରେ କିଛି ହାତ ଗଣତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେଉଁ ମନ୍ତ୍ରଣାଳୟ କେଉଁ ଭଳି କାମ କରିଛନ୍ତି, ତା’ର ମଧ୍ୟ ଯାଞ୍ଚ କରାଯାଇଛି। ଏହାକୁ ଆଧାର କରି ମୋଦିଙ୍କ ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।

କ୍ୟାବିନେଟ ଅଦଳବଦଳ ସହ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କିଛି ବଡ଼ ସାମାଜିକ କଲ୍ୟାଣ ମୂଳକ ଯୋଜନା ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। କିଛି ଦିନ ମଧ୍ୟରେ ଏହି ଯୋଜନା ସମ୍ପର୍କରେ ନିଜେ ମୋଦି ଘୋଷଣା କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ମଧ୍ୟ ତାଙ୍କର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ୭ଟି ମନ୍ତ୍ରଣାଳୟର ରିପୋର୍ଟ କାର୍ଡର ସୀମକ୍ଷା କରିଥିଲେ। କରୋନା ସଙ୍କଟ ସମୟରେ ମନ୍ତ୍ରଣାଳୟ ଗୁଡ଼ିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ମୂଲ୍ୟାଙ୍କନ ମଧ୍ୟ କରାଯାଇଥିଲା। ମୋଦିଙ୍କ ସହ କାଲି ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାଭଡେକର ଓ ହରଦୀପ ପୁରୀ ପ୍ରମୁଖ ଯୋଗଦେଇଥିଲେ।

ସୂତ୍ର ଅନୁସାରେ ଗତକାଲି ସନ୍ଧ୍ୟା ୫ଟାରୁ ବୈଠକ ଆରମ୍ଭ ହୋଇ ପ୍ରାୟ ୧୦.୩୦ ଯାଏ ଚାଲିଥିଲା। ଏଥିରେ ୭ ମନ୍ତ୍ରଣାଳୟର ସଦସ୍ୟଙ୍କ ସହ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ମନ୍ତ୍ରଣାଳୟଗୁଡ଼ିକ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୋଦିଙ୍କୁ ବିସ୍ତୃତ ତଥ୍ୟ ଦିଆଯାଇଛି।

ପେଟ୍ରୋଲିୟମ ମନ୍ତ୍ରଣାଳୟ, ଇସ୍ପାତ ମନ୍ତ୍ରଣାଳୟ, ଜଳ ଶକ୍ତି ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଶିଳ୍ପ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମୀକ୍ଷା ଗତକାଲି ହୋଇଥିଲା।

ସୂତ୍ର ଅନୁସାରେ, ମୋଦି ସରକାର ନିଜର ପ୍ରତିଟି ବର୍ଷପୂର୍ତ୍ତି ପୂର୍ବରୁ ଏଭଳି କିଛି ମନ୍ତ୍ରଣାଳୟଗୁଡ଼ିକର ସମୀକ୍ଷା କରିଥାଆନ୍ତି। ମହାମାରୀ କରୋନା ପାଇଁ ଏଥରେ ବୈଠକ ଅନୁଷ୍ଠିତ ହେବାରେ ବିଳମ୍ବ ହୋଇଛି। କ୍ୟାବିନେଟ ଅଦଳବଦଳ ବହୁ ପୂର୍ବରୁ ହେବାର ଥିଲା। କାରଣ ୬ ମନ୍ତ୍ରୀ ଗୋଟିଏରୁ ଅଧିକ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଛନ୍ତି। କିନ୍ତୁ କରୋନା ପାଇଁ ଏହି ପ୍ରକ୍ରିୟା ବିଳମ୍ବ ହୋଇଛି। ତେଣୁ ଆଗାମୀ ଦିନରେ କ୍ୟାବିନେଟ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ନିୟମ ଅନୁସାରେ, ନିଜ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୭୯ ଜଣଙ୍କୁ ସାମିଲ କରିପାରିବେ। କିନ୍ତୁ ଏବେ ପ୍ରାୟ ୨୪ରୁ ଅଧିକ ସ୍ଥାନ ଖାଲି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story