ଆଫଗାନ ସ୍ଥିତିକୁ ନେଇ ମୋଦିଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ମିଳିତ ଭାବେ ଆଫଗାନରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ତାଲିବାନ […]

Modi

Modi

Hemant Lenka
  • Published: Monday, 06 September 2021
  • Updated: 06 September 2021, 06:56 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ମିଳିତ ଭାବେ ଆଫଗାନରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।

ଆଜି ତାଲିବାନ ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିଥିବା ଘୋଷଣା କରିଥିଲା। ଏଥିସହ ପଞ୍ଜଶିର ଗଭର୍ଣ୍ଣର ହାଉସ ବାହାରେ ମଧ୍ୟ ତାଲିବାନ ବିଜୟ ପତାକା ଉଡ଼ାଇଥିଲା। ତେବେ ପଞ୍ଜଶିରରେ ସକ୍ରିୟ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାର ଏହି ଦାବିକ ଖଣ୍ଡନ କରିଛି। ଏଥିସହ ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଥିବା କହିଛି।

ପଞ୍ଜଶିରକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଆଜି ମୋଦି ଜରୁରୀ ବୈଠକ ନିଜ ବାସଭବନରେ କରିଛନ୍ତି। ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ସେକଥା ଜଣାପଡ଼ିନି। କିନ୍ତୁ ଏବେ ବି ଆଫଗାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ତା’ ଉପରେ କଥାବାର୍ତ୍ତା ହୋଇଛି।

ଏଥିସହ ତାଲିବାନ ସହ ପାକିସ୍ତାନ ହାତ ମିଶାଇ ପଞ୍ଜଶିର ଉପରେ ହମଲା କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ଏବେ ତାଲିବାନ ସହାୟତାରେ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଆଜିର ବୈଠରେ ମୋଦି ଏନଏସଏ ଡୋଭାଲଙ୍କ ସହ ଉକ୍ତ ବିଷୟରେ କଥା ହୋଇଥିବା କୁହାଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ମୋଦି ଆଫଗାନରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos