ଅନ୍ତର୍ଜାତୀୟ ଚାପ ଭିତରେ ମୋଦି ଓ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଭେଟଘାଟ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ରୁଷ ବିଶ୍ୱରେ ଏକଘରକିଆ ହୋଇ ରହିଛି। ଏସବୁ ଭିତରେ ଲାଭରୋଭ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ବେଶ ଗୁରୁତ୍ୱ ବହନ କରୁଛି। ଉଭୟ ନେତା ପ୍ରାୟ ୪୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଗସ୍ତରେ ଆସିଥିବା ବ୍ରିଟେନ, ଚାଇନା, ଅଷ୍ଟ୍ରେଆ, ଗ୍ରୀସ ଓ ମେକ୍ସିକୋର […]

Modi

Modi

Hemant Lenka
  • Published: Friday, 01 April 2022
  • Updated: 01 April 2022, 08:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ରୁଷ ବିଶ୍ୱରେ ଏକଘରକିଆ ହୋଇ ରହିଛି। ଏସବୁ ଭିତରେ ଲାଭରୋଭ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ବେଶ ଗୁରୁତ୍ୱ ବହନ କରୁଛି।

ଉଭୟ ନେତା ପ୍ରାୟ ୪୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଗସ୍ତରେ ଆସିଥିବା ବ୍ରିଟେନ, ଚାଇନା, ଅଷ୍ଟ୍ରେଆ, ଗ୍ରୀସ ଓ ମେକ୍ସିକୋର ପ୍ରତିନିଧିମାନଙ୍କୁ ଭେଟି ନଥିଲେ। ହେଲେ ଆଜି ସେ ଲାଭରୋଭଙ୍କୁ ସାକ୍ଷାତ କରିଛନ୍ତି।

ବୈଠକରେ ବେଳେ ଲାଭରୋଭ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତି ସମ୍ପର୍କରେ ମୋଦିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ଏଥିସହ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ମଧ୍ୟ ମୋଦିଙ୍କୁ ଅବଗତ କରାଇଛନ୍ତି। ଏହି ସମୟରେ ମୋଦି ତାଙ୍କୁ ତୁରନ୍ତ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ହିଂସା ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ସବୁ ପ୍ରକାରର ଉଦ୍ୟମକୁ ଭାରତ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ମୋଦି ରୁଷ ବୈଦେଶିକ ମନ୍ତ୍ରୀଙ୍କୁ ଜଣାଇଛନ୍ତି।”

ଏହାପୂର୍ବରୁ ଲାଭରୋଭ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଥିବା ସ୍ୱତନ୍ତ୍ର ମେସେଜ ବ୍ୟକ୍ତିଗତ ଭେଟି ଦେବେ ବୋଲି କହିଥିଲେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ବେଳେ ଲାଭରୋଭ କହିଥିଲେ, “ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ମୋଦି ନିୟମିତ ଭାବେ ଫୋନ ଯୋଗେ ପରସ୍ପରର ଯୋଗାଯୋଗରେ ରହିଛନ୍ତି। ମୁଁ ରାଷ୍ଟ୍ରପତିଙ୍କୁ ଏଠାରେ ହୋଇଥିବା ବୁଝାମଣା ସମ୍ପର୍କରେ ଅବଗତ କରାଇବି। ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏହାକୁ ମୁଁ ତାଙ୍କୁ ଭେଟିବା ପରେ ଏହି ବାର୍ତ୍ତା ଦେବି।”

ୟୁକ୍ରେନ ଉପରେ ରୁଷ ଉପରେ ହମଲା କରୁଥିବାରୁ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ମସ୍କୋ ଉପରେ ଅନେକ କଟକଣା ଲଗାଇଛନ୍ତି। ଏଥିସହ ସମସ୍ତେ ରୁଷର ହମଲାକୁ ଏକା ସ୍ୱରରେ ନିନ୍ଦା କରିଛନ୍ତି। ତେବେ ଭାରତ ଖୋଲାଖୋଲି ଭାବେ ରୁଷର ହମଲାକୁ ନିନ୍ଦା କରିନାହିଁ।

ସେହିପରି ରୁଷଠାରୁ ତେଲ ଆଣିବାକୁ ମଧ୍ୟ ଭାରତ ଯୋଜନା କରିଛି। ଏହାକୁ ନେଇ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ସୃଷ୍ଟି ହୋଇଛି। ଏସବୁ ଭିତରେ ହିଁ ପ୍ରଧାନମନ୍ତ୍ରୀ ମୋଦି ହିଁ ରୁଷ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos