କରୋନାର ତୃତୀୟ ଲହର ଭୟ ମଧ୍ୟରେ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ମହାମାରୀ କରୋନାର ତୃତୀୟ ୱେଭ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସେ ଏହି ବୈଠକରେ ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ଆଲୋଚନା କରିବା ସହ ବର୍ତ୍ତମାନ ଦେଶର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଏହାବାଦ୍ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ସମ୍ପର୍କରେ ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଗୁରୁବାର ସ୍ୱାସ୍ଥ୍ୟ ସଚିବ […]

PM Narendra Modi

PM Narendra Modi

Hemant Lenka
  • Published: Friday, 10 September 2021
  • Updated: 10 September 2021, 06:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ମହାମାରୀ କରୋନାର ତୃତୀୟ ୱେଭ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସେ ଏହି ବୈଠକରେ ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ଆଲୋଚନା କରିବା ସହ ବର୍ତ୍ତମାନ ଦେଶର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଏହାବାଦ୍ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ସମ୍ପର୍କରେ ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି।

ଗୁରୁବାର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରୁ ଏଯାଏ କରୋନାର ଦ୍ୱିତୀୟ ୱେଭ ଶେଷ ହୋଇନାହିଁ ବୋଲି କହିଥିଲେ। ସେ ସୂଚନା ଦେବାର ୨୪ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଶ୍ରୀ ଭୂଷଣ କହିଥିଲେ, ଏବେ ବି ଦେଶର ୩୫ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି। ସେହିପରି ୩୦ଟି ଜିଲ୍ଲାରେ ୫ରୁ ୧୦% ଭିତରେ ପଜିଟିଭିଟି ରେଟ୍ ରହୁଛି।

ସ୍ଥିତ ଏବେ ବି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଏସବୁ ଦୃଷ୍ଟିରେ ରଖି ମୋଦି ସମୀକ୍ଷା ବୈଠକ କରିଥିବା କୁହାଯାଉଛି।
ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଭିଡ଼କୁ ଯଥା ସମ୍ଭବ କମ କରିବା ଉପରେ ମୋଦି ଆଜିର ବୈଠକରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ସମସ୍ତଙ୍କୁ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos