ନିର୍ବାଚନ ପୂର୍ବରୁ ୧୭୨ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ମାନସମନ୍ଥନ କଲେ ମୋଦି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପି ମଧ୍ୟ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପି ଉଚ୍ଚସ୍ତରୀୟ ବୈଠକ କରିଛି। ଏହି ସମୟରେ ମୋଦି ୧୭୨ଟି ଆସନରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁ ଉପରେ ମାନସମନ୍ଥନ କରିଛନ୍ତି। ତେଣୁ […]

PM-modi

PM-modi

Hemant Lenka
  • Published: Thursday, 13 January 2022
  • Updated: 13 January 2022, 04:03 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପି ମଧ୍ୟ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପି ଉଚ୍ଚସ୍ତରୀୟ ବୈଠକ କରିଛି। ଏହି ସମୟରେ ମୋଦି ୧୭୨ଟି ଆସନରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁ ଉପରେ ମାନସମନ୍ଥନ କରିଛନ୍ତି। ତେଣୁ ଖୁବଶୀଘ୍ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ବୈଠକ ପରେ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, “୨୦୧୭ ତୁଳନାରେ ବିଜେପି ଏଥର ଅଧିକ ଆସନରେ ଜିତିବ। ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୭୨ ଆସନରେ ପ୍ରାର୍ଥୀ ହେବାକୁ ଥିବା ନେତାମାନଙ୍କ ନାଁ ଉପରେ ଆଲୋଚନା ହୋଇଛି। ଖୁବଶୀଘ୍ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।”

ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ବୈଠକରେ ଯୋଗଦେଇ ରାଜ୍ୟ ପ୍ରଭାରୀ ଓ ବରିଷ୍ଠ ନେତାମାନଙ୍କ ଠାରୁ ଦଳର ରଣନୀତି ସମ୍ପର୍କରେ ପଚାରି ବୁଝିଥିବା ଜଣାପଡ଼ିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଯୋଗଦେଇଥିଲେ। ଏମାନଙ୍କ ବ୍ୟତୀତ କରୋନାରେ ଆକ୍ରାନ୍ତ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହିଥିଲେ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶାମଲି, ମୀରଟ, ମୁଜାଫରନଗର, ବାଗପାଟ, ହାପୁର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ବୁଲନ୍ଦସହର, ମଥୁରା, ଆଗ୍ରା ଓ ଆଲିଗଡ଼ ଜିଲ୍ଲାର ୫୮ଟି ଆସନରେ ମତଦାନ ହେବ। ଏଥିପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।

ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିବେ। ତେଣୁ ବିଜେପି ଆଜି କିମ୍ବା କାଲି ଏହି ସବୁ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ।

ଏହି ୫୮ଟି ଆସନରେ ଶାସକ ଦଳ ତା’ର ପୂର୍ବ ପ୍ରଦର୍ଶନକୁ ଦୋହରାଇବା ପାଇଁ ଲକ୍ଷ୍ୟ ରଖିଛି। ୨୦୧୭ରେ ଏହି ୫୮ଟି ଆସନରୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଦୁଇଟି ଲେଖାଏ ଆସନ ଜିତିଥିଲେ। ସେହିପରି ରାଷ୍ଟ୍ରୀୟ ଲୋକ ଦଳ ଗୋଟିଏ ଆସନରେ ଜିତିଥିଲା। ବାକି ଆସନ ବିଜେପି ଖାତାକୁ ଯାଇଥିଲା।

ଉତ୍ତର ପ୍ରଦେଶ ବିଧାନସଭାର ୪୦୩ ଆସନରୁ ବିଜେପି ମେଣ୍ଟ ୨୦୧୭ରେ ୩୨୫ଟି ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୪୭, ବିଏସ୍‌ପି ୧୯ ଓ କଂଗ୍ରେସ ୭ଟି ଆସନ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story