ଶହେ ଲକ୍ଷ କୋଟିର ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଲ୍ଟି ମୋଡାଲ ସଂଯୋଗୀକରଣ ନିମନ୍ତେ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ କରିଛନ୍ତି। ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ। ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, କାର୍ଗୋ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ଗତି ଶକ୍ତିର  ଲକ୍ଷ୍ୟ ବୋଲି  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହି ଯୋଜନାରେ ସମସ୍ତ ସଂପୃକ୍ତ ବିଭାଗକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରି ପ୍ରକଳ୍ପଗୁଡିକୁ କ୍ରିୟାଶୀଳ କରାଯାଇପାରିବ ବୋଲି  ସେ କହିଛନ୍ତି। ପ୍ରଗତି ମୈଦାନରେ ‘ପିଏମ୍‌ ଗତି ଶକ୍ତି’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏହାର ସମୀକ୍ଷା କରିଥିଲେ। ପିଏମ ଗତି ଶକ୍ତି ଯୋଜନା ଏକ ପ୍ଲାଟଫର୍ମ ଯେଉଁଠି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ପ୍ରଭାବଶାଳୀ ଢ଼ଙ୍ଗରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ।

ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍‌ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି।  ତେବେ ଏହାଦ୍ୱାରା ୫-ଟ୍ରିଲିୟନ୍‌ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।