ଭାରତ-ଚାଇନା ବିବାଦକୁ ନେଇ ପ୍ରଥମଥର ପାଇଁ ଏମିତି ବୟାନ ଦେଲେ ରୁଷ ରାଷ୍ଟ୍ରପତି

ମସ୍କୋ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ରୁଷ୍ଟ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ଦାୟିତ୍ୱବାନ ନେତା ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବାରେ ଉଭୟ ନେତା ସକ୍ଷମ। ତେଣୁ ଏହି ପ୍ରକ୍ରିୟାରେ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ପ୍ରବେଶ କରିବା କଥା ନୁହେଁ ବୋଲି ପୁଟିନ କହିଛନ୍ତି। […]

Putin

Putin

Hemant Lenka
  • Published: Saturday, 05 June 2021
  • Updated: 05 June 2021, 06:05 PM IST

Sports

Latest News

ମସ୍କୋ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ରୁଷ୍ଟ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ଦାୟିତ୍ୱବାନ ନେତା ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବାରେ ଉଭୟ ନେତା ସକ୍ଷମ। ତେଣୁ ଏହି ପ୍ରକ୍ରିୟାରେ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ପ୍ରବେଶ କରିବା କଥା ନୁହେଁ ବୋଲି ପୁଟିନ କହିଛନ୍ତି।

ଭାରତ, ଆମେରିକା, ଜାପାନ ଅଷ୍ଟ୍ରେଲିଆ ଗଠନ କରିଥିବା କ୍ୟୁଡାକୁ ରୁଷ ଖୋଲାଖୋଲି ଭାବେ ବିରୋଧ କରୁଛି। ହେଲେ ପୁଟିନ ଏହା ଉପରେ କୌଣସି ମତ ଦେବାକୁ ଉଚିତ ମଣିନାହାନ୍ତି। ସେ କହିଛନ୍ତି, କେଉଁ ଦେଶ କାହା ସହ ମିଶି କ’ଣ ସବୁ ପଦକ୍ଷେପ ନେବ, ତା’ର ନିଷ୍ପତ୍ତି କିମ୍ବା ତା’ ଉପରେ ପ୍ରତିକ୍ରିୟା ଦେବା ରୁଷ ପାଇଁ ଠିକ ନୁହେଁ। କିନ୍ତୁ କାହା ବିରୋଧରେ ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ରଖି କୌଣସି ଦେଶ ଆଉ ଗୋଟିଏ ରାଷ୍ଟ୍ର ସହ ବନ୍ଧୁତା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ପୁଟିନଙ୍କୁ କ୍ୟୁଡା ଓ ଭାରତ ଏଥିରେ ଯୋଗଦେବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ହଁ ମୋ ପାଖରେ ଖବର ଅଛି ଯେ ଭାରତ ଓ ଚାଇନା ମଧ୍ୟରେ କିଛି ତିକ୍ତତା ସୃଷ୍ଟି ହୋଇଛି। ଏଇଟା ବି ସତ ଯେ ସବୁବେଳେ ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ କିଛି ନା କିଛି ସମସ୍ୟା ସୃଷ୍ଟି ହୋଇଥାଏ।

କିନ୍ତୁ ମୁଁ ଏକଥା ମଧ୍ୟ ଜାଣିଛି ଯେ ଭାରତର ପ୍ରଧାନମନ୍ତ୍ରୀ ଓ ଚାଇନାର ରାଷ୍ଟ୍ରପତି ହେଉଛନ୍ତି ଦାୟିତ୍ୱବାନ ନେତା। ସେମାନେ ପରସ୍ପରକୁ ବହୁତ ସମ୍ମାନ କରନ୍ତି। ମୋର ଆଶା ଯେତେ ସବୁ ସମସ୍ୟା ଆସିଲେ ମଧ୍ୟ ଏହାର ସମାଧାନ କରିବାକୁ ସେମାନେ ନିଶ୍ଚିତ ଆଗେଇ ଆସିବେ। ହେଲେ ଏହି ସମସ୍ୟାରେ ଅନ୍ୟ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ହସ୍ତକ୍ଷେପ କରିବା ଠିକ ନୁହେଁ। ଆମ ସମ୍ପର୍କ ଭାରତ ଓ ଚାଇନା ସହ ଭଲ ରହିଛି। ଏହି ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos