କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୁଡ଼ି

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡ଼ି କରୋନାରେ ପ୍ରାଣ ହରାଇଛନ୍ତି। ମୋଦିଙ୍କ ଖୁଡ଼ି ୮୦ ବର୍ଷୀୟ ନର୍ମଦାବେନ ମୋଦି କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅହମଦାବାଦର ଗୋଟିଏ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ନର୍ମଦାବେନ ମୋଦି ତାଙ୍କ ପିଲାମାନଙ୍କ ସହ ନୂଆ ରାନିପ ଅଞ୍ଚଳରେ ରହୁଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି କହିଛନ୍ତି, “ଆମ ଖୁଡ଼ି ପ୍ରାୟ ୧୦ ଦିନ ତଳେ […]

Modi

Modi

Hemant Lenka
  • Published: Tuesday, 27 April 2021
  • Updated: 27 April 2021, 10:17 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡ଼ି କରୋନାରେ ପ୍ରାଣ ହରାଇଛନ୍ତି। ମୋଦିଙ୍କ ଖୁଡ଼ି ୮୦ ବର୍ଷୀୟ ନର୍ମଦାବେନ ମୋଦି କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅହମଦାବାଦର ଗୋଟିଏ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ନର୍ମଦାବେନ ମୋଦି ତାଙ୍କ ପିଲାମାନଙ୍କ ସହ ନୂଆ ରାନିପ ଅଞ୍ଚଳରେ ରହୁଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି କହିଛନ୍ତି, “ଆମ ଖୁଡ଼ି ପ୍ରାୟ ୧୦ ଦିନ ତଳେ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ସଂକ୍ରମଣ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।”

ନର୍ମଦାବେନଙ୍କ ସ୍ୱାମୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାପା ଦାମୋଦରଦାସଙ୍କ ଭାଇ ଜଗଜୀବନଦାସ ବହୁ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିଲେ।


ଆଜି ନର୍ମଦାବେନଙ୍କ ମୃତ୍ୟୁରେ ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡ଼ି ନର୍ମଦାବେନ ମୋଦିଙ୍କ ଦୁଃଖଦ ମୃତ୍ୟୁରେ ମୁଁ ଗଭୀର ସମବେଦନା ଜଣାଉଛି। ଦିବଂଗତ ଆତ୍ମାର ଶାନ୍ତି ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ଈଶ୍ୱର ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos