ମାନବାଧିକାର କଥା ଉଠାଇ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ: ମାନବାଧିକାର ଉଲ୍ଲଙ୍ଘନ କଥା ଉଠାଉଥିବା ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀମାନେ କେବଳ ନିଜର ରାଜନୀତିକ ଫାଇଦା ହାସଲ ଓ ନିଜକୁ ସୁହାଇଲା ଭଳି ଘଟଣାରେ ମାନବାଧିକାର କଥା ଚିନ୍ତା କରୁଛନ୍ତି। କିନ୍ତୁ ନିଜର ଫାଇନା ନଥିବା ସମାନ ଘଟଣାରେ ମାନବାଧିକାର କଥା ଉଠାଉ ନାହାନ୍ତି। ବିରୋଧୀଙ୍କ ଏହି ଚୟନମୂଳକ ପ୍ରସଙ୍ଗ ଓ ତଥାକଥିତ କପଟତା ଦେଶର ଛବିକୁ ମଳିନ କରୁଛି ବୋଲି ମୋଦି କହିଛନ୍ତି। ଏନଏଚଆରିସିର ୨୮ତମ ପ୍ରତିଷ୍ଠା ଦିବସରେ […]

PM

PM

Hemant Lenka
  • Published: Tuesday, 12 October 2021
  • Updated: 12 October 2021, 01:11 PM IST

Sports

Latest News

ନୂଆଦିଲ୍ଲୀ: ମାନବାଧିକାର ଉଲ୍ଲଙ୍ଘନ କଥା ଉଠାଉଥିବା ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀମାନେ କେବଳ ନିଜର ରାଜନୀତିକ ଫାଇଦା ହାସଲ ଓ ନିଜକୁ ସୁହାଇଲା ଭଳି ଘଟଣାରେ ମାନବାଧିକାର କଥା ଚିନ୍ତା କରୁଛନ୍ତି। କିନ୍ତୁ ନିଜର ଫାଇନା ନଥିବା ସମାନ ଘଟଣାରେ ମାନବାଧିକାର କଥା ଉଠାଉ ନାହାନ୍ତି। ବିରୋଧୀଙ୍କ ଏହି ଚୟନମୂଳକ ପ୍ରସଙ୍ଗ ଓ ତଥାକଥିତ କପଟତା ଦେଶର ଛବିକୁ ମଳିନ କରୁଛି ବୋଲି ମୋଦି କହିଛନ୍ତି।

ଏନଏଚଆରିସିର ୨୮ତମ ପ୍ରତିଷ୍ଠା ଦିବସରେ ମୋଦି କହିଛନ୍ତି, “କିଛି ଲୋକ କେବଳ ନିର୍ଦ୍ଦିଷ୍ଟ ଘଟଣାରେ ମାନବାଧିକାର ଉଲ୍ଲଙ୍ଘନ କଥା ଉଠାଉଛନ୍ତି। ତେବେ ସେଭଳି ଅନ୍ୟ ସମାନ ଘଟଣାରେ ସେମାନେ ଚୁପ ରହୁଛନ୍ତି। ଯେତେବେଳେ ଜଣେ ରାଜନୀତିକ ଲେନ୍ସରେ ଦେଖିବ, ତା’କୁ ସବୁ ପ୍ରସଙ୍ଗରେ ମାନବାଧିକାର ଉଲ୍ଲଙ୍ଘନ ଦେଖାଯିବ। ଚୟନମୂଳକ ବ୍ୟବହାର ଗଣତନ୍ତ୍ର ପାଇଁ ବିପଦ। ଏହା ଦେଶର ଛବିକୁ ମଧ୍ୟ ବିଶ୍ୱରେ ମଳିନ କରିଥାଏ।

କିଛି ଲୋକ ମାନବାଧିକାର ଆଳରେ କେବଳ ଦେଶର ଛବିକୁ ଖରାପ କରିବା ଚେଷ୍ଟା କରୁଛନ୍ତି। ନିଜର ରାଜନୀତିକ ଲାଭ ଓ କ୍ଷତି ପାଇଁ ସେମାନେ ମାନବାଧିକାରକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଆମକୁ ସେଭଳି ରାଜନୀତିକୁ ସତର୍କ ରହିବାକୁ ପଡ଼ିବ। ଭାରତର ସ୍ୱାଧୀନତାର ସଂଘର୍ଷ ଓ ଇତିହାସ ମାନବାଧିକାରର ସବୁଠାରୁ ବଡ଼ ପ୍ରେରଣାଦୀୟ ଉତ୍ସ।”

ମାନବାଧିକାରକୁ ନେଇ ରାଜନୀତି ହେଉଥିଲେ ମଧ୍ୟ ଏନଏଚ୍‌ଆରସି ପଛୁଆ ବର୍ଗର ଲୋକଙ୍କ ଅଧିକାର ଓ ସମ୍ମାନକୁ ସୁରକ୍ଷା ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୋଦି କହିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ସ୍ୱାଧୀନତା ପାଇଁ ଭାରତର ସଂଘର୍ଷ ବିନା ହିଂସାରେ ବାପୁ ଆଗକୁ ନେଇଥିଲେ। ସାରା ବିଶ୍ୱ ଏହାକୁ ଦେଖିଛି। ସାରା ବିଶ୍ୱ ଏହାକୁ ମାନବାଧିକାର ଓ ମାନବିକ ମୂଲ୍ୟବୋଧର ଚିହ୍ନ ଭାବେ ବିବେଚନା କରିଛି।

ଭାରତ ସବୁବେଳେ ସବକା ସାବ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ନୀତିରେ ଆଗକୁ ବଢ଼ିବ। ଏହି ଧାରାରେ ଭାରତ ସବୁବେଳେ ସମସ୍ତଙ୍କର ମାନବାଧିକାରର ମୂଳ ନିୟମ ଉପରେ ମଧ୍ୟ ଧ୍ୟାନ ଦେବ। ସମସ୍ତଙ୍କୁ ସବୁ ଯୋଜନାର ଲାଭ ମିଳିବା ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ିବ। ଗରିବ ଲୋକଙ୍କ ଆବଶ୍ୟକତାକୁ ବୁଝିପାରିଲେ ଯୋଜନାର ଲାଭ ମିଳିପାରିବ। ଭାରତ ସରକାର ଗରିବ ଲୋକଙ୍କୁ ସମସ୍ତ ପ୍ରକାରର ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ିଥିବା ମୋଦି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story