ମମତା ବାନାର୍ଜୀଙ୍କୁ ମିଛେଇ କହିଲେ କେନ୍ଦ୍ର ସରକାର! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଶୁକ୍ରବାର ମୋଦି ବାତ୍ୟା ୟାସର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଯାଇଥିଲେ। ତେବେ ଏହି ବୈଠକରେ ମମତା ଯୋଗଦେଇ ନଥିଲେ। ଏହାପରେ ସେ ମୋଦିଙ୍କୁ ଭେଟି କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରିଥିଲେ ଓ ତାଙ୍କ ଅନୁମତି କ୍ରମେ ସେ ଦିଘା ଗସ୍ତରେ ଯାଇଥିବା ମମତା କହିଥିଲେ। ହେଲେ ମମତାଙ୍କ ଏଭଳି ବୟାନକୁ ମିଛି ବୋଲି ଆଜି କେନ୍ଦ୍ର […]

Mamata

Mamata

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 05:00 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଶୁକ୍ରବାର ମୋଦି ବାତ୍ୟା ୟାସର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଯାଇଥିଲେ। ତେବେ ଏହି ବୈଠକରେ ମମତା ଯୋଗଦେଇ ନଥିଲେ।

ଏହାପରେ ସେ ମୋଦିଙ୍କୁ ଭେଟି କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରିଥିଲେ ଓ ତାଙ୍କ ଅନୁମତି କ୍ରମେ ସେ ଦିଘା ଗସ୍ତରେ ଯାଇଥିବା ମମତା କହିଥିଲେ। ହେଲେ ମମତାଙ୍କ ଏଭଳି ବୟାନକୁ ମିଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି। ମମତା ବାନାର୍ଜୀ ସଂପର୍ଣ୍ଣ ଭାବେ ମିଥ୍ୟା ବିବୃତି ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେବାକୁ ସହମତି ହେବା ପରେ ଏହାକୁ ବୟକଟ କରିଥିବା କେନ୍ଦ୍ର ସରକାର କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଶୁକ୍ରବାର ଘଟଣା ସମ୍ପର୍କରେ ମମତା କରିଥିବା ଦାବିକୁ କେନ୍ଦ୍ର ସରକାର ଏକାଧିକ ପଏଣ୍ଟ ମାଧ୍ୟମରେ ମିଛ ବୋଲି କହିଛନ୍ତି। ସୂଚନା ଅନୁସାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସମୀକ୍ଷା ବୈଠକ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଦୌ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅନୁମତି ଦେଇ ନଥିଲେ।

ଏ ସମ୍ପର୍କରେ ମମତା ବାନାର୍ଜୀ ମିଛ କହୁଛନ୍ତି। ହଠାତ୍‌ ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ମିଳିଥିବା ମମତା କହିଥିଲେ। ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି, ବାତ୍ୟା ଆସିବା ପୂର୍ବରୁ କୌଣସି ପ୍ରକାରର ସୀମକ୍ଷା ବୈଠକ ପାଇଁ ତାରିଖ ଧାର୍ଯ୍ୟ ହୋଇ ନଥାଏ। ବାତ୍ୟା ଆସିବା ପରେ ହିଁ ସୀମକ୍ଷା ବୈଠକ କରାଯାଏ। ମମତା ବାନାର୍ଜୀ ବାରମ୍ବାର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୋଦିଙ୍କ ଗସ୍ତର ସମୟସୀମା ଆଜି କେନ୍ଦ୍ର ପକ୍ଷରୁ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ସୂତ୍ରରେ କୁହାଯାଇଛି ଯେ “ପ୍ରଧାନମନ୍ତ୍ରୀ ମୋଦି କଲାଇକୁଣ୍ଡାରେ ୧.୫୯ରେ ପହଞ୍ଚିଥିଲେ। ମମତା ବାନାର୍ଜୀ କଲାଇକୁଣ୍ଡାରେ ମୋଦିଙ୍କ ଆସିବା ପରେ ଅର୍ଥାତ ୨.୧୦ରେ ପହଞ୍ଚିଥିଲେ। ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦି ହିଁ ମମତା ବାନାର୍ଜୀଙ୍କୁ ଅପେକ୍ଷା କରିଥିଲେ।

କାରଣ ତାଙ୍କ ପୂର୍ବରୁ ସେ ପହଞ୍ଚିଥିଲେ। ଜଣେ ଟିଏମସି ସାଂସଦ ମଧ୍ୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଅପେକ୍ଷା କରିବା କୌଣସି ବଡ଼ କଥା ନୁହେଁ ବୋଲି କହିଥିଲେ। ହେଲିକପ୍ଟର ପହଞ୍ଚିବା ପରେ ମମତା ୫୦୦ ମିଟିର ଦୂରରେ ଥିବା ବୈଠକ ଗୃହ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପରେ ୨.୩୫ରେ ଅନ୍ୟତ୍ର ଯାତ୍ରା ଆରମ୍ଭ କରିଥିଲେ।

୨.୧୦ରେ ପହଞ୍ଚିବା ପରେ ସେ ୫୦୦ ମିଟିର ଯିବା ଆସିବା କଲେ ଓ ୨.୩୫ ମିନିଟ୍‌ରେ ବାହାରି ଗଲେ। ସେ ମାତ୍ର ୨୫ ମିନିଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ନିଜର ପରବର୍ତ୍ତୀ ଯାତ୍ରା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ ସେ ସ୍ଥାନ ଛାଡ଼ିଥିଲେ। ଏହା ପ୍ରୋଟୋକଲ ବିରୋଧୀ। ତେଣୁ ଅପେକ୍ଷା କରିଥିବା ନେଇ ମମତା ବାନାର୍ଜୀ ଦେଇଥିବା ବୟାନ ସଂପୂର୍ଣ୍ଣ ମିଛ। ସେ ହିଁ ପ୍ରଧାନମନ୍ତ୍ରୀଙ୍କୁ ବସାଇ ରଖିଥିଲେ।”

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିବାକୁ ରାଜି ହୋଇଥିଲେ। ହେଲେ ବୈଠକରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା(ଶୁଭେନ୍ଦୁ ଅଧିକାରୀ) ଯୋଗଦେଉଥିବା ଜାଣି ସେ ଏହାକୁ ବୟକଟ କରିଥିଲେ।

ସରକାରଙ୍କ ଦ୍ୱାରା ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। କେବଳ ବାତ୍ୟା ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ସମସ୍ତଙ୍କର ଉଦ୍ଦେଶ୍ୟ ରହିଥିଲା। ସମୀକ୍ଷା ବୈଠକ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ତାଙ୍କୁ କୁହାଯାଇଥିଲା।

କାରଣ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାକୁ ପ୍ରଧାନମନ୍ତ୍ରୀ ବେଙ୍ଗଲ ଆସିଛନ୍ତି। ଏଥିପାଇଁ ମମତାଙ୍କୁ ସମୀକ୍ଷା ବୈଠକ ଶେଷ ହେବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ସେ ତୁରନ୍ତ ଅନ୍ୟ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ ବାରଣ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁ ଥିବା ପ୍ରସ୍ତାବିତ ସମୀକ୍ଷା ବୈଠକକୁ ବାତିଲ କରିଥିଲେ। ହେଲେ ମମତା ଘଟଣାକୁ ନେଇ ମିଛ କହୁଥିବା ଏହି ସୂତ୍ରରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos