ରାସ୍ତା କଡ଼ରେ ଲୋକଙ୍କୁ ଦେଖି ଗାଡ଼ି ଅଟକାଇଲେ ମୋଦି, ପଗଡ଼ି ଓ ସ୍କାର୍ଫ ନେଲେ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡରକୁ ଉଦଘାଟନ କରିବାକୁ ଯିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମହାନତା ଦେଖାଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାରାଣସୀର ରାସ୍ତାରେ ଯିବା ବେଳେ ହଠାତ୍ ମୋଦି ଗାଡ଼ି ଅଟକାଇବା ସହ ଜଣେ ବ୍ୟକ୍ତିଙ୍କ ଠାରୁ ପଗଡ଼ି ଓ ସ୍କାର୍ଫ ଗ୍ରହଣ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ମୋଦି ନିଜ ଗାଡ଼ିରେ ବସି ଗୋଟିଏ ଗଳି ରାସ୍ତାରେ ଯାଉଥିବା ବେଳେ […]

Modi

Modi

Hemant Lenka
  • Published: Monday, 13 December 2021
  • Updated: 13 December 2021, 02:29 PM IST

Sports

Latest News

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡରକୁ ଉଦଘାଟନ କରିବାକୁ ଯିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମହାନତା ଦେଖାଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାରାଣସୀର ରାସ୍ତାରେ ଯିବା ବେଳେ ହଠାତ୍ ମୋଦି ଗାଡ଼ି ଅଟକାଇବା ସହ ଜଣେ ବ୍ୟକ୍ତିଙ୍କ ଠାରୁ ପଗଡ଼ି ଓ ସ୍କାର୍ଫ ଗ୍ରହଣ କରିଛନ୍ତି।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ମୋଦି ନିଜ ଗାଡ଼ିରେ ବସି ଗୋଟିଏ ଗଳି ରାସ୍ତାରେ ଯାଉଥିବା ବେଳେ ସାଧାରଣ ଲୋକ ଓ ଦୋକାନୀମାନେ ତାଙ୍କୁ ଫୁଲ ପକାଇ ସ୍ୱାଗତ କରିଥିଲେ। ଏଥିସହ ନାରା ମଧ୍ୟ ଦେଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ମୋଦିଙ୍କୁ ପଗଡ଼ି ଓ ଗେରୁଆ ସ୍କାର୍ଫ ଦେବାକୁ ଉଦ୍ୟମ କରିଥିଲେ। ହେଲେ ପ୍ରୋଟକଲ ଅନୁଯାୟୀ, ସୁରକ୍ଷାକର୍ମୀମାନେ ତାଙ୍କୁ ମୋଦିଙ୍କ ନିକଟକୁ ଛାଡ଼ି ନଥିଲେ।

ସୁରକ୍ଷାକର୍ମୀମାନେ ବ୍ୟକ୍ତି ଜଣଙ୍କୁ ପଛପଟୁ ଟଣା ଓଟରା କରୁଥିବା ବେଳେ ମୋଦିଙ୍କ ନଜର ପଡ଼ି ଯାଇଥିଲା। ତୁରନ୍ତ ମୋଦି କାରର ଦ୍ୱାର ଖୋଲି ବ୍ୟକ୍ତିଙ୍କୁ ଛାଡ଼ିବା ପାଇଁ କହିଥିଲେ। ଏହାପରେ ସେ ମୋଦିଙ୍କୁ ପଗଡ଼ି ପିନ୍ଧାଇବା ସହ ବେକରେ ସ୍କାର୍ଫ ପକାଇ ଦେଇଥିଲେ।

ମୋଦି ମଧ୍ୟ ଏହି ଉପହାର ପାଇଁ ବ୍ୟକ୍ତିଙ୍କୁ ହାତ ଯୋଡ଼ି ଧନ୍ୟବାଦ ଦେଇଥିଲେ। ମୋଦିଙ୍କୁ ପଗଡ଼ି ପିନ୍ଧାଇବା ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ଆତ୍ମବିଭୋର ହୋଇ ଉଠିଥିଲେ। ଏହି ଭିଡିଓକୁ ଅନେକ ଲୋକ ଶେୟାର କରି ମୋଦି ସାଧାରଣ ଲୋକଙ୍କ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।


ଆଜି ବାରାଣସୀରେ ମୋଦି କାଶୀ ବିଶ୍ୱନାଥ କରିଡର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେହିପରି ଗଙ୍ଗା ଘାଟରେ ବୁଡ଼ ମଧ୍ୟ ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos