ଗୁଜରାଟରେ ରେକର୍ଡ ବିଜୟ ପରେ କ’ଣ ଟ୍ୱିଟ କଲେ ମୋଦି

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଶାସନ ପରେ ମଧ୍ୟ ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ବିଜେପି ନିଜ ରେକର୍ଡ ଭାଙ୍ଗି ୧୫୬ ଆସନରେ ବିଜୟ ବାନା ଉଡ଼ାଇଛି। ଦଳ ଖାଲି ନିଜ ରେକର୍ଡ ଭାଙ୍ଗିନି ବରଂ ୧୯୮୫ରେ କଂଗ୍ରେସ ସୃଷ୍ଟି କରିଥିବା ୧୪୯ ଆସନର କୀର୍ତ୍ତିମାନକୁ ବି ଅତିକ୍ରମ କରି ଯାଇଛି। ଗୁଜରାଟବାସୀଙ୍କ ଏପରି ବିପୁଳ ଜନସମର୍ଥନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି […]

BJP32

BJP32

Hemant Lenka
  • Published: Thursday, 08 December 2022
  • Updated: 08 December 2022, 06:30 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଶାସନ ପରେ ମଧ୍ୟ ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ବିଜେପି ନିଜ ରେକର୍ଡ ଭାଙ୍ଗି ୧୫୬ ଆସନରେ ବିଜୟ ବାନା ଉଡ଼ାଇଛି। ଦଳ ଖାଲି ନିଜ ରେକର୍ଡ ଭାଙ୍ଗିନି ବରଂ ୧୯୮୫ରେ କଂଗ୍ରେସ ସୃଷ୍ଟି କରିଥିବା ୧୪୯ ଆସନର କୀର୍ତ୍ତିମାନକୁ ବି ଅତିକ୍ରମ କରି ଯାଇଛି।

ଗୁଜରାଟବାସୀଙ୍କ ଏପରି ବିପୁଳ ଜନସମର୍ଥନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏପରି ବିଜୟରେ ବେଶ ଭାବପ୍ରବଳ ହୋଇପଡ଼ିଥିବା ମଧ୍ୟ କହିଛନ୍ତି।


ସେ ଟ୍ୱିଟ କରି କହିଛନ୍ତି, “ଧନ୍ୟବାଦ ଗୁଜରାଟ। ଏପରି ଚମତ୍କାର ନିର୍ବାଚନ ରେଜଲ୍ଟ ଦେଖି ମୁଁ ଭାବପ୍ରବଣ ହୋଇପଡ଼ିଛି। ଲୋକମାନେ ବିକାଶର ରାଜନୀତିକୁ ଆଶୀର୍ବାଦ ଦେଇଛନ୍ତି ଓ ସମାନ ସମୟରେ ଏହି ବିକାଶର ଗତିକୁ ଦ୍ରୁତଗତିରେ ଆଗକୁ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗୁଜରାଟର ଜନଶକ୍ତିକୁ ମୋର ପ୍ରଣାମ।” ସେ ଗୁଜରାଟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଚାମ୍ପିୟନ ଆଖ୍ୟା ଦେଇଛନ୍ତି।

ସେ କହିଛନ୍ତି, “ବିଜେପିର ଗୁଜରାଟ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଜଣେ ଚମ୍ପିୟାନ ଆଖ୍ୟା ଦେଉଛି। କାର୍ଯ୍ୟକର୍ତ୍ତାଙ୍କ ଅଦମ୍ୟ ପରିଶ୍ରମ ବିନା ଏପରି ଐତିହାସିକ ବିଜୟ କେବେ ହେଲେ ସମମ୍ଭ ହୋଇ ପାରି ନଥାଆନ୍ତା। କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଆମର ପ୍ରକୃତ ଶକ୍ତି।”


ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବିଜେପି ଗାଦିଚ୍ୟୁତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଲୋକଙ୍କ ସମର୍ଥନ ଓ ଭଲ ପାଇବା ପାଇଁ ହିମାଚଳ ପ୍ରଦେଶକୁ ଧନ୍ୟବାଦ। ରାଜ୍ୟର ସ୍ୱପ୍ନ ଓ ଆଶା ପୂରଣ ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ। ଆଗାମୀ ଦିନରେ ଲୋକଙ୍କ ସମସ୍ୟା ଆମେ ଉଠାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos