ବିଜେପି-ଏନସିପି ମେଣ୍ଟ ପାଇଁ ଶରଦ ପାୱାରଙ୍କୁ ପ୍ରସ୍ତାବ ଦେଇଥିଲେ ମୋଦି!

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଠାରୁ ଶିବସେନା ଅଲଗା ହୋଇ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଚୌକି ଯୋଗୁ ଦୁଇ ସହଯୋଗୀ ଅଲଗା ହୋଇଛନ୍ତି। ଏବେ ଶିବସେନା ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ମହାରାଷ୍ଟ୍ର ଚଳାଉଛି। ତେବେ ୨୦୧୯ ବିଧାନସଭା ନିର୍ବାଚନ ପରେ ଯେତେବେଳେ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହଟଚମଟ ଲାଗି ରହିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବଡ଼ ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ବିଜେପି […]

Modi

Modi

Hemant Lenka
  • Published: Thursday, 30 December 2021
  • Updated: 30 December 2021, 04:01 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଠାରୁ ଶିବସେନା ଅଲଗା ହୋଇ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଚୌକି ଯୋଗୁ ଦୁଇ ସହଯୋଗୀ ଅଲଗା ହୋଇଛନ୍ତି। ଏବେ ଶିବସେନା ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ମହାରାଷ୍ଟ୍ର ଚଳାଉଛି। ତେବେ ୨୦୧୯ ବିଧାନସଭା ନିର୍ବାଚନ ପରେ ଯେତେବେଳେ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହଟଚମଟ ଲାଗି ରହିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବଡ଼ ପ୍ରସ୍ତାବ ଦେଇଥିଲେ।

ରାଜ୍ୟରେ ବିଜେପି ଓ ଏନସିପି ମିଳିତ ଭାବେ ସରକାର ଗଠନ ସପକ୍ଷରେ ମୋଦି ରହିଥିଲେ। କିନ୍ତୁ ମୋଦିଙ୍କ ଏହି ପ୍ରସ୍ତାବକୁ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଶରଦ ପାୱାର ନିଜେ ଏପରି ବୟାନ ଦେବା ପରେ ରାଜନୀତିକ ହଟଚମଟ ଆରମ୍ଭ ହୋଇଯାଇଛି।

୨୦୧୯ ମସିହା ନଭେମ୍ବର ୨୦ରେ ମୋଦି ଓ ପାୱର ଗୋଟିଏ କାର୍ଯ୍ୟରେ ଏକାଠି ହୋଇଥିଲେ। ଉଭୟ ବେଶ କିଛି ସମୟ ଆଲୋଚନା କରିଲେ। ଏହି ସମୟରେ ହିଁ ମୋଦି ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ। ମହାରାଷ୍ଟ୍ରରେ ବିଜେପି ଓ ଏନସିପି ସରକାର ଏକାଠି କାମ କଲେ ଶରଦ ପାୱାରଙ୍କ ଝିଅ ତଥା ବାରାମତି ସାଂସଦ ସୁପ୍ରିୟା ସୁଲେଙ୍କୁ ମୋଦି କେନ୍ଦ୍ର କ୍ୟାବିନେଟରେ ସାମିଲ କରିବେ ବୋଲି ସର୍ତ୍ତ ରଖିଥିଲେ।

ଏ ସମ୍ପର୍କରେ ଶରଦ ପାୱାର କହିଛନ୍ତି, “ନଭେମ୍ବର ୨୦ ବୈଠକ ସମୟରେ ମୋଦି ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସପକ୍ଷରେ ମତ ରଖିଥିଲେ। ବୈଠକରେ ମେଣ୍ଟ ପାଇଁ ଆଲୋଚନା ହୋଇଥିଲା। ତେବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କରି ଅଫିସରେ ଏପରି ମେଣ୍ଟ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଥିଲି। ମୁଁ ସେମାନଙ୍କୁ ଆଦୌ ଅନ୍ଧାରରେ ରଖିବାକୁ ଚାହୁଁ ନଥିଲି।”

ଶରଦ ପାୱାରଙ୍କ ଏହି କଥାରେ ଏନସିପି ମୁଖପାତ୍ର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନବାବ ମଲିକ ଏକମତ ହୋଇଛନ୍ତି। ସେ କହିଛନ୍ତି, “ ହଁ ମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ପ୍ରସ୍ତାବ ଆସିଥିଲା। ଆମେ ଏ ସମ୍ପର୍କରେ ଆମ ଦଳ ମଧ୍ୟରେ ଆଲୋଚନା କରିଥିଲୁ। ସମସ୍ତେ ମେଣ୍ଟ ବିରୋଧରେ ମତ ଦେଇଥିଲେ। ଏହାପରେ ପାୱାର ସାହେବଙ୍କୁ ଏକଥା କୁହାଯାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କୁ ଦଳର ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। ସଂସଦ ଭବନରେ ଏହା ଘଟିଥିଲା। ”

ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ହଟଚମଟ ଚାଲିଥିବା ବେଳେ କଂଗ୍ରେସ ଓ ଏନସିପି ମଧ୍ୟ ବିଭିନ୍ନ କାରଣରୁ ଏକାଠି ହୋଇପାରୁ ନଥିଲେ। ତେବେ ଶିବସେନେ ଆଗକୁ ଆସି ଦୁଇ ଦଳକୁ ଏକାଠି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହାପରେ ମହା ବକାଶ ଅଘାଡ଼ି ସରକାର ଗଠନ ହୋଇଥିଲା। ୨୦୧୯ ନଭେମ୍ବର ୨୮ରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହି ସରକାରର ନେତୃତ୍ୱ ନେଇଥିଲେ।

ମୋଦିଙ୍କ ସହ ଆଲୋଚନାର ୩ ଦିନ ପରେ ଶରଦ ପାୱାର ତାଙ୍କ ପୁତାରା ଅଜିତ ପାୱାରଙ୍କୁ ବିଜେପି ସହ ମେଣ୍ଟ କରିବାକୁ ପଠାଇଥିଲେ କି? କାରଣ ଅଜିତ ପାୱାର ହଠାତ୍ ବିଜେପି କ୍ୟାମ୍ପକୁ ଯିବା ସହ ଦେବେନ୍ଦ୍ର ଫଡନାଭିସଙ୍କ ସହ ହାତ ମିଳାଇଥିଲେ। ଗୋଟିଏ ପଟେ କଂଗ୍ରେସ-ଏନସିପି-ଶିବସେନେ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଅଜିତ ପାୱାରଙ୍କୁ ସାଥୀ କରି ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଫଡନାଭିସ ମଧ୍ୟ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଏହା ପଛରେ ଶରଦ ପାୱାରଙ୍କ ହାତ ଥିବା କୁହାଯାଉଛି। ହେଲେ ଏହାକୁ ଶ୍ରୀ ପାୱାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଯଦି ମୁଁ ଅଜିତ ପାୱାରଙ୍କୁ ମୋଦିଙ୍କ ସହ ଆଲୋଚନା ପରେ ବିଜେପି କ୍ୟାମ୍ପକୁ ପଠାଇଥିଲି, ତା’ହେଲେ ଏହି କାମକୁ କେବେ ହେଲେ ମୁଁ ଅଧାରୁ ଛାଡ଼ି ନଥାଆନ୍ତି। ତେଣୁ ଏପରି ଚିନ୍ତାଧାରା କରିବା ଭୁଲ।”

ଶରଦ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ୩ ଦଳ ସରକାର ଗଠନ କରିବା ବେଳେ ପୂରା ସ୍ୱଚ୍ଛତା ଅବଲମ୍ବନ କରାଯାଇଥିଲା। ଆମେ ସମସ୍ତେ କିଏ କାହା ସହ କେତେବେଳେ କଥା ହୋଇଥିଲେ, ସେସବୁ ବିଷୟରେ ଆମେ ଜାଣିଛୁ।

ଏପରି କି ଦେବେନ୍ଦ୍ର ଫଡନାଭିସ-ଅଜିତ ପାୱାରଙ୍କ ମେଣ୍ଟର ଅବସ୍ଥା କ’ଣ ହେଲା, ସେକଥା ବି ଜାଣିଛୁ। ପରବର୍ତ୍ତୀ ଅବସ୍ଥାରେ ସେ (ଅଜିତ ପାୱାର) ଓ ଅନ୍ୟ ବିଧାୟକମାନେ ନିଜ ନିଜ ଦଳର କଥାରେ ପରିଚାଳିତ ହୋଇଥିଲେ। ବିଜେପି ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲା।

ଆମେ ଏ ବିଷୟରେ ଜାଣିଥିଲୁ। ବିଜେପି କ୍ଷମତା ଦଖଲ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା। ଏପରି କି ଦଳ ସବୁ ଦଳ ସହ ମେଣ୍ଟ କରିବାକୁ ରାଜି ଥିଲେ। ହେଲେ ଦଳକୁ ସଫଳତା ମିଳି ନଥିଲା ବୋଲି ସେ କହିଛନ୍ତି। ଶରଦ ପାୱାର ଏବେ ୨୦୧୯ରେ ଘଟିଥିବା ଘଟଣାକୁ ଉଠାଇଥିବାରୁ ବିଜେପି ଆଶ୍ଚର୍ଯ୍ୟ ହୋଇଛି। ବିଜେପି ନେତା ପ୍ରବୀଣ ଦାରେକର କହିଛନ୍ତି, “ରାଜନୀତିକ ସ୍ଥିତିକୁ ଦେଖି ସେତେବେଳେ ଏପରି ଘଟିଥାଇ ପାରେ। କିନ୍ତୁ ବର୍ତ୍ତମାନ ସେ ସବୁ କଥା ଉଠାଇବାର କାରଣ କ’ଣ?”

ସୂଚନାଯୋଗ୍ୟ, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ହେଲେ ଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ଦୁଇ ସହଯୋଗୀ ଦଳ ଅଲଗା ହୋଇଯାଇଥିଲେ। ଏହାପରେ ଶିବସେନା ବିରୋଧୀ ଭାବେ ବିବେଚନା କରୁଥିବା ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story