ରେଳବାଇ ପରୀକ୍ଷାକୁ ନେଇ ବିକ୍ଷୋଭ: ପିଏମଓ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ ଦିନକୁ ଦିନ ତୀବ୍ର ହେଉଛି। ବିଶେଷ କରି ବିହାରରେ ବିକ୍ଷୋଭ ଜୋରଦାର ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ନିଯୁକ୍ତି ସମ୍ପର୍କରେ ଆଲୋଚନା ହେବ। ଏଥିପାଇଁ ବୈଠକରେ ରେଳ ଅଧିକାରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି। ରେଳବାଇରେ ଖାଲି ପଡ଼ିଥିବା ବିଭିନ୍ନ ପଦରେ କେମିତି ନିଯୁକ୍ତି ଦିଆଯିବ, ସେ ବିଷୟରେ ଆଜି ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ ପିଏମଓ […]

Rail

Rail

Hemant Lenka
  • Published: Friday, 28 January 2022
  • Updated: 28 January 2022, 06:05 PM IST

Sports

Latest News

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ ଦିନକୁ ଦିନ ତୀବ୍ର ହେଉଛି। ବିଶେଷ କରି ବିହାରରେ ବିକ୍ଷୋଭ ଜୋରଦାର ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ନିଯୁକ୍ତି ସମ୍ପର୍କରେ ଆଲୋଚନା ହେବ। ଏଥିପାଇଁ ବୈଠକରେ ରେଳ ଅଧିକାରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି।

ରେଳବାଇରେ ଖାଲି ପଡ଼ିଥିବା ବିଭିନ୍ନ ପଦରେ କେମିତି ନିଯୁକ୍ତି ଦିଆଯିବ, ସେ ବିଷୟରେ ଆଜି ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ ପିଏମଓ ପକ୍ଷରୁ ରେଳ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ୨୦୦୪ରେ ଯେଉଁଭଳି ନିଯୁକ୍ତି ପ୍ରକ୍ରିୟା କରାଯାଇଥିଲା, ଏବେ ସେପରି ପଦକ୍ଷେପ ନେବାକୁ ମାନସମନ୍ଥନ କରାଯାଉଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଆରଆରବି ଏନଟିପିସି ପରୀକ୍ଷା ବିରୋଧରେ ଲକ୍ଷାଧିକ ଛାତ୍ର ଏବେ ବିକ୍ଷୋଭ କରୁଛନ୍ତି। ବିହାରରେ ଏଥିପାଇଁ ଆଜି ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ରେଳବାଇ ବୋର୍ଡ ଯେଉଁ ପରୀକ୍ଷା ନୀତି ଆପଣାଇଛି, ତାହା କମ ଯୋଗ୍ୟତା ରଖିଥିବା ଛାତ୍ରଛାତ୍ରୀଙ୍କୁ କ୍ଷତି ପହଞ୍ଚାଇବ ବୋଲି ବିକ୍ଷୋଭକାରୀ କହିଛନ୍ତି।

ଜାନୁଆରୀ ୧୫ରେ ପ୍ରଥମ ଲେଭଲ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହାର ମେଥଡକୁ ଆଶାୟୀମାନେ ବିରୋଧ କରିବା ଆରମ୍ଭ କରିଥିଲେ। ଗତ ସୋମବାର ବିହାରରେ ଏହା ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ପାଟନାରେ ଥିବା ରାଜେନ୍ଦ୍ର ନଗରା ଟର୍ମିନାଲରେ ଶତାଧିକ ଚାକିରି ଆଶାୟୀ ରେଳ ରୋକ କରିଥିଲେ।

ଏହାର ଦିନକ ପରେ ଦୁର୍ବୃତ୍ତମାନେ ଗୟାରେ ଥିବା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଓ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ପରୀକ୍ଷା ବିରୋଧରେ ବିଭିନ୍ନ ଛାତ୍ର ସଂଗଠନ ଆଜି ବିହାର ବନ୍ଦ ଡାକରା ମଧ୍ୟ ଦେଇଛନ୍ତି।

ରେଳବାଇ ବୋର୍ଡ ଚାକିରି ପାଇଁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରିବାକୁ ନେଇଥିବା ନିଷ୍ପତ୍ତିକୁ ପରୀକ୍ଷାର୍ଥୀମାନେ ତୀବ୍ର ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନ୍ୟାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos