କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା: ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ ଆଜି କୋଲକାତା ପୁଲିସ୍‌ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ ରାକେଶ ସିଂହ। ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିଠାରୁ ଗିରଫ କରାଯାଇଛି। ସେ ସଡ଼କ ପଥରେ ପଶ୍ଚିମବଙ୍ଗ ବାହାକୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗ ତାଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌ […]

Pamela

Pamela

Hemant Lenka
  • Published: Tuesday, 23 February 2021
  • Updated: 24 February 2021, 08:37 AM IST

Sports

Latest News

କୋଲକାତା: ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ ଆଜି କୋଲକାତା ପୁଲିସ୍‌ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ ରାକେଶ ସିଂହ। ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିଠାରୁ ଗିରଫ କରାଯାଇଛି।

ସେ ସଡ଼କ ପଥରେ ପଶ୍ଚିମବଙ୍ଗ ବାହାକୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ପୁଲିସ୍‌ର ଡିଟେକ୍ଟିଭ ବିଭାଗ ତାଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌ ତାଙ୍କର ଦୁଇ ପୁଅଙ୍କୁ ମଧ୍ୟ ଅଟକ ରଖିଛି। ଆଜି ପୁଲିସ୍‌ ରାକେଶଙ୍କ ଘରେ ରେଡ୍‌ କରିବାକୁ ଉଦ୍ୟମ କରିବା ବେଳେ ତାଙ୍କର ଦୁଇ ପୁଅ ଏଥିରେ ବାଧା ସୃଷ୍ଟି କରିଥିଲେ। ସର୍ଚ୍ଚ ୱାରେଣ୍ଟ ଦେଖାଇବାକୁ କହି ପୁଲିସ୍‌କୁ ସେମାନେ ଘର ବାହାରେ ଦୀର୍ଘ ସମୟ ଅଟକାଇଥିଲେ। ଏହି କାରଣରୁ ରାକେଶଙ୍କ ଦୁଇ ପୁଅଙ୍କୁ ମଧ୍ୟ ଅଟକ ରଖାଯାଇଛି।

ଫେବୃଆରୀ ୧୯ରେ ପାମେଲାଙ୍କୁ ପୁଲିସ୍‌ ୧୦୦ ଗ୍ରାମ କୋକେନ ସହ ଗିରଫ କରିଥିଲା। ତେବେ ପାମେଲା ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଥିଲେ। ଏପରି କି ବିଜେପି ନେତା ରାକେଶ ସିଂହ ଲୋକ ଲଗାଇ ତାଙ୍କୁ ଫସାଇ ଦେଇଥିବା ପାମେଲା ପୁଲିସ୍‌ ଓ କୋର୍ଟରୁ ଯିବା ବେଳେ ଗଣମାଧ୍ୟମକୁ କହିଥିଲେ।

ଏହି ବୟାନକୁ ଆଧାର କରି ଆଜି କୋଲକାତା ପୁଲିସ୍‌ର ଦୁଇଟି ଟିମ ରାକେଶଙ୍କ ଘରେ ରେଡ୍‌ ପାଇଁ ପହଞ୍ଚିଥିଲା। ହେଲେ ତାଙ୍କ ଘର ଲୋକ ପୁଲିସ୍‌କୁ ସର୍ଚ୍ଚ ୱାରେଣ୍ଟ ମାଗି ବାହାରେ ଦୀର୍ଘ ସମୟ ଅଟକାଇଥିଲେ। ବହୁ ଯୁକ୍ତିତର୍କ ପରେ ପୁଲିସ୍‌ ରାକେଶଙ୍କ ଘରେ ପ୍ରବେଶ କରିଥିଲା। ଏହି ରେଡ୍‌ରେ ନ୍ୟୁ ଅଲୀପୋରେ ପୁଲିସ୍‌ ଷ୍ଟେସନର ଆଣ୍ଟି ନାର୍କୋଟିକ୍ସ ଓ ଡିଟେକ୍ଟଟିଭ ବିଭାଗର ଆଣ୍ଟି ରାୱଡି ସେକ୍ସନର ସଦସ୍ୟମାନେ ସାମିଲ ଥିଲେ।

ପାମେଲା ଗୋସ୍ୱାମୀଙ୍କ ମାମଲାରେ ରାକେଶଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ୍‌ ତାଙ୍କୁ ବୟାନ ରେକର୍ଡ କରିବାକୁ ଡାକିଥିଲା। କିନ୍ତୁ ସେ ଫେବୃଆରୀ ୨୬ ପୂର୍ବରୁ କେଉଁ ଆଡ଼େ ଯାଇ ପାରିବେ ନାହିଁ ବୋଲି କହିଥିଲେ। ଆଜି ସେ ପୁଲିସ୍‌ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଦିଲ୍ଲୀ ଯାଉଛନ୍ତି ଓ ୨୬ ତାରିଖରେ ଫେରିବା ପରେ ବୟାନ ରେକର୍ଡ କରାଇବେ ବୋଲି ମଧ୍ୟ କହିଥିଲେ।

ସେ ପୁଲିସ୍‌ କମିଶନରଙ୍କୁ ଇ-ମେଲ କରି ମାନହାନୀ କେସ୍‌ ବୋଲି ଧମକ ଦେଇଥିଲେ। ସେହିପରି ଗିରଫ ପାମେଲା ତାଙ୍କ ନାଁ ଆଦୌ ନେଇ ନଥିବା ମଧ୍ୟ ସେ ଇ-ମେଲରେ ଦାବି କରିଥିଲେ। ଏସବୁ ଭିତରେ ପୁଲିସ୍‌ ତାଙ୍କ ଘରେ ଆଜି ରେଡ୍‌ କରିବାର କିଛି ସମୟ ପରେ ତାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos