ରାଜଧାନୀରେ ଦମ୍ପତିଙ୍କ ଠାରୁ ମିଳିଲା ୮୬୦ କୋଟି ଟଙ୍କାର ଡ୍ରଗ୍ସ

ନୂଆଦିଲ୍ଲୀ: ବଡ଼ଧରଣର ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିଛି ରାଜଧାନୀ ଦିଲ୍ଲୀର ପୁଲିସ୍‌। ପୁଲିସ୍‌ ଆଫଗାନିସ୍ତାନର ଦମ୍ପତିଙ୍କୁ ୧୨୫ କେଜି ଡ୍ରଗ୍ସ ସହ ଦିଲ୍ଲୀରୁ ଗିରଫ କରିଛି। ଦମ୍ପତି ଆଫଗାନର ନାଗରିକ ହୋଇଥିବା ବେଳେ ଦିଲ୍ଲୀରେ ଡ୍ରଗ୍ସ କାରବାର କରୁଥିଲେ। ସେମାନଙ୍କ ଠାରୁ ମିଳିଥିବା ଡ୍ରଗ୍ସର ମୂଲ୍ୟ ପ୍ରାୟ ୮୬୦ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ପଶ୍ଚିମ ଦିଲ୍ଲୀରେ ଥିବା ପୁଲିସ୍‌ ଷ୍ଟେସନଗୁଡ଼ିକ ରାଜଧାନୀରେ ଡ୍ରଗ୍ସ କାରବାର ଚାଲିଥିବା ଖବର ନିୟମିତ ପାଉଥିଲା। ଏହି […]

Drugs

Drugs

Hemant Lenka
  • Published: Saturday, 08 May 2021
  • Updated: 08 May 2021, 08:22 PM IST

Sports

Latest News

ନୂଆଦିଲ୍ଲୀ: ବଡ଼ଧରଣର ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିଛି ରାଜଧାନୀ ଦିଲ୍ଲୀର ପୁଲିସ୍‌। ପୁଲିସ୍‌ ଆଫଗାନିସ୍ତାନର ଦମ୍ପତିଙ୍କୁ ୧୨୫ କେଜି ଡ୍ରଗ୍ସ ସହ ଦିଲ୍ଲୀରୁ ଗିରଫ କରିଛି। ଦମ୍ପତି ଆଫଗାନର ନାଗରିକ ହୋଇଥିବା ବେଳେ ଦିଲ୍ଲୀରେ ଡ୍ରଗ୍ସ କାରବାର କରୁଥିଲେ। ସେମାନଙ୍କ ଠାରୁ ମିଳିଥିବା ଡ୍ରଗ୍ସର ମୂଲ୍ୟ ପ୍ରାୟ ୮୬୦ କୋଟି ଟଙ୍କା ହେବ ବୋଲି ପୁଲିସ୍‌ କହିଛି।

ପଶ୍ଚିମ ଦିଲ୍ଲୀରେ ଥିବା ପୁଲିସ୍‌ ଷ୍ଟେସନଗୁଡ଼ିକ ରାଜଧାନୀରେ ଡ୍ରଗ୍ସ କାରବାର ଚାଲିଥିବା ଖବର ନିୟମିତ ପାଉଥିଲା। ଏହି କାରବାର ଉପରେ ନଜର ରଖିବାକୁ ଡିସିପି ଉରଭିଜା ଗୋୟେଲ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ଏସିପି ଜଗପାଲ ସିଂହ ନେଉଥିବା ବେଳେ ଏଥିରେ ଇନସପେକ୍ଟର ଈଶ୍ୱର ସିଂହ, ସବ୍‌ ଇନସପେକ୍ଟର ଶୈଳନ୍ଦ୍ର ସିଂହ, ଏସଏସଆଇ ମଙ୍ଗେରାମ, ଏସଆଇ ବିଜେନ୍ଦର ସିଂହ ଓ ଏସଏସ୍‌ଆଇ ମନଜୀତ ସିଂହ ରହିଥିଲେ।

ପୂରା ଟିମର ସଦସ୍ୟ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଏହି ସମୟରେ ହଠାତ୍‌ ବଡ଼ଧରଣର ଡ୍ରଗ୍ସ ଡିଲ୍‌ର ସୁରାଗ ମିଳିଥିଲା। ଖାୟାଲା ଅଞ୍ଚଳରେ ଥିବା ଗୋଟିଏ ଗ୍ୟାସ ଏଜେନ୍ସି ଆଡ଼କୁ ଡ୍ରଗ୍ସ ଡିଲରମାନେ ଯାଉଥିବା ପୁଲିସ୍‌ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲେ। ପୁଲିସ୍‌ ଅଧିକାରୀମାନେ ସତର୍କ ରହିଥିବା ବେଳେ ସେହିଦିନ ଚେରଭୋଲେଟ୍‌ କାର୍‌ରେ ଜଣେ ପୁରୁଷ ଓ ଜଣେ ମହିଳା ଗାଣ୍ଡା ନାଲା ବୁଲେଇ ନିକଟରେ କାହାକୁ ଅପେକ୍ଷା କରିଥିବା ଦେଖିବାକୁ ପାଇଥିଲେ।

[caption id="" align="aligncenter" width="780"] ଗିରଫ ଦମ୍ପତି[/caption]

ସେମାନେ ହିଁ ଡ୍ରଗ୍ସ କାରବାର କରୁଥିବା ପୁଲିସ୍‌ ସନ୍ଦେହ କରି ପଚରାଉଚରା ଆରମ୍ଭ କରିଥିଲେ। ଏହି ସମୟରେ କାର ମଧ୍ୟରୁ ୭ଟି ପ୍ଲାଷ୍ଟିକ ବ୍ୟାଗ୍‌ରେ ଥିବା ୧୨୫ କେଜି ଓଜନର ଡ୍ରଗ୍ସ ମିଳିଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇ ଜଣ ହେଲେ ଅନ୍ଦର ମହମ୍ମଦ ଶୈଫ ଓ ତାଙ୍କ ପତ୍ନୀ ତରିନା।

ପୁଲିସ୍‌ ଅଧିକାରୀମାନେ ସେମାନଙ୍କ କାରକୁ ମଧ୍ୟ ଜବତ କରିଛନ୍ତି। ତଦନ୍ତ ବେଳେ ଦମ୍ପତି ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି। ସେମାନେ ଖେପ ୱାଜିରବାଦ ଠାରୁ ଖାୟାଲାକୁ ଡ୍ରଗ୍ସ ପଠାଯିବାର ଥିଲା ବୋଲି କହିଛନ୍ତି। ଶୈଫ ଓ ତରିନାଙ୍କ ଘର ଆଫଗାନିସ୍ତାନର କାନ୍ଧାହାରରେ ଓ ସେମାନେ ଦିଲ୍ଲୀର ୱାଜିରବାଦରେ ଘର ଭଡ଼ା ନେଇ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story