ଟଙ୍କା ଦେଇ ଆପ୍‌ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି! ପୁଲିସ ରୁଜୁ କଲା ମାମଲା

ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି। ଏଥିପାଇଁ ବିଜେପି ନେତାମାନେ ଆପ୍‌ର ବିଧାୟକମାନଙ୍କୁ ଲାଞ୍ଚ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଆପ୍‌ ଏପରି ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛି। ଦଳର ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମଧ୍ୟ ଗୋଟିଏ ମାମଲା କରିଛି। କ୍ଷମତାସୀନ ଆପ୍‌ ଅଭିଯୋଗ କରିଛି ଯେ ଦଳର ପ୍ରାୟ ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି […]

mann

mann

Hemant Lenka
  • Published: Thursday, 15 September 2022
  • Updated: 15 September 2022, 08:38 AM IST

ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି। ଏଥିପାଇଁ ବିଜେପି ନେତାମାନେ ଆପ୍‌ର ବିଧାୟକମାନଙ୍କୁ ଲାଞ୍ଚ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଆପ୍‌ ଏପରି ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛି। ଦଳର ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମଧ୍ୟ ଗୋଟିଏ ମାମଲା କରିଛି।

କ୍ଷମତାସୀନ ଆପ୍‌ ଅଭିଯୋଗ କରିଛି ଯେ ଦଳର ପ୍ରାୟ ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଲେଖାଏ ଅଫର କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି, ପୂର୍ବରୁ ଦିଲ୍ଲୀରେ ଅପରେସନ ଲୋଟସ ଫେଲ ମାରିଥିଲା। ଏବେ ପଞ୍ଜାବରେ ସମାନ ଅପରେସନ ଆରମ୍ଭ କରାଯାଇଛି। ଅପରେସନ ଲୋଟସ ହେଉଛି ଗୋଟିଏ କୋଡ ନାଁ। ଏହି ଅପରେସନ ମାଧ୍ୟମରେ ବିଜେପି ବିଧାୟକମାନଙ୍କୁ କିଣାବିକା କରେ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି।

ଅନ୍ୟପକ୍ଷରେ ଆପର ଘୋଡ଼ା ବେପାର ଅଭିଯୋଗକୁ ବିଜେପି ଭିତ୍ତିହୀନ ଓ ମିଥ୍ୟା ପ୍ରଳାପ ବୋଲି କହିଛି। ବିଜେପିର ସୁଭାଷ ଶର୍ମା କହିଛନ୍ତି, ପଞ୍ଜାବର ମନ୍ତ୍ରୀ ହରପାଲ ଚୀମା ରାଜ୍ୟରେ କ୍ଷମତାସୀନ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଛି ବୋଲି କହିବାରେ କୌଣସି ସତ୍ୟତା ନାହିଁ। ଏହା ଏକ ଭିତ୍ତିହୀନ ଅଭିଯୋଗ। ଏପରି ଅଭିଯୋଗ ସ୍ପଷ୍ଟ କରୁଛି ଯେ ପଞ୍ଜାବରେ ଆପ୍‌ ବଡ଼ ବିଭାଜନ ଆଡ଼କୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହସ୍ତକ୍ଷେପ ଯୋଗୁ ଦଳ ଭାଙ୍ଗିବା ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆପ୍‌ ଦିଲ୍ଲୀରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲା। କେନ୍ଦ୍ରରେ କ୍ଷମତାସୀନ ବିଜେପି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ଓ ଦିଲ୍ଲୀର ଆପ୍‌ ବିଧାୟକଙ୍କୁ ଦଳରେ ବିଦ୍ରୋହ କରିବାକୁ ୨୦ କୋଟି ଟଙ୍କା ଲେଖାଏ ଦେବାକୁ ଚେଷ୍ଟା କରୁଛି ବୋଲି ଆପ୍‌ ଅଭିଯୋଗ କରିଥିଲା।

ଏବେ ପଞ୍ଜାବର ମନ୍ତ୍ରୀ ଚୀମା କହିଛନ୍ତି, “ବିଜେପି ଦଳ ବଦଳାଇବା ପାଇଁ ଆପ୍‌ ବିଧାୟକଙ୍କୁ ୨୫ କୋଟି ଟଙ୍କା ଲେଖାଏ ଅଫର ଦେଇଛି। କର୍ଣ୍ଣାଟକାରେ ଅପରେସନ ଲୋଟସ ସଫଳ ହୋଇଥିଲା। କିନ୍ତୁ ଦିଲ୍ଲୀରେ ବିଧାୟକମାନେ ନିଜ ସ୍ୱାଭିମାନରେ ରହିଲେ ଓ ବିଜେପିର ଅପରେସନକୁ ଫେଲ କରିଦେଲେ। ପଞ୍ଜାବର ବିଧାୟକମାନଙ୍କୁ ଟଙ୍କା ବ୍ୟତୀତ ଲୋଭନୀୟ ଅଫର ମଧ୍ୟ ଦିଆଯାଉଛି। ପଞ୍ଜାବରେ ନୂଆ ସରକାର ଆସିଲେ ବିଧାୟକମାନଙ୍କୁ ବଡ଼ବଡ଼ ପଦବୀ ମିଳିବ ବୋଲି କୁହାଯାଇଛି। ସେମାନଙ୍କୁ ଏକାଧିକ ଥର ଫୋନ କରାଯାଇ ଭଗୱନ୍ତ ମାନଙ୍କ ସରକାରକୁ ଭାଙ୍ଗିବା ପାଇଁ ଉସକା ଯାଉଛି।” ଆପର ଏପରି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos