୧୧୦୦ କେଜି ଗଞ୍ଜେଇ ଜବତ, ଦାମ ୨ କୋଟିରୁ ଅଧିକ

କରିମଗଞ୍ଜ: ଆସାମ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। କରିମଗଞ୍ଜ ଜିଲ୍ଲାରୁ ପୁଲିସ୍‌ ୧୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ହେବ। ପ୍ରଥମଥର ପାଇଁ ରାଜ୍ୟରୁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଆସାମ-ତ୍ରିପୁରା ସୀମାନ୍ତ କରିମଗଞ୍ଜରୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ୍‌ କହିଛି ଯେ ଶୁକ୍ରବାର ରାତିରେ ଗଞ୍ଜେଇ ସହ ବିହାରର ମନୀଷ କୁମାରଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ଗୋଟିଏ ଟ୍ରକ୍‌ ତ୍ରିପୁରାରୁ […]

ganja

ganja

Hemant Lenka
  • Published: Saturday, 10 September 2022
  • Updated: 10 September 2022, 04:26 PM IST

Sports

Latest News

କରିମଗଞ୍ଜ: ଆସାମ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। କରିମଗଞ୍ଜ ଜିଲ୍ଲାରୁ ପୁଲିସ୍‌ ୧୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ହେବ। ପ୍ରଥମଥର ପାଇଁ ରାଜ୍ୟରୁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଆସାମ-ତ୍ରିପୁରା ସୀମାନ୍ତ କରିମଗଞ୍ଜରୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୁଲିସ୍‌ କହିଛି ଯେ ଶୁକ୍ରବାର ରାତିରେ ଗଞ୍ଜେଇ ସହ ବିହାରର ମନୀଷ କୁମାରଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ଗୋଟିଏ ଟ୍ରକ୍‌ ତ୍ରିପୁରାରୁ ଗୌହାଟୀ ଅଭିମୁଖେ ଆସୁଥିଲା। ଏହାକୁ ପୁଲିସ୍‌ ଚୁରାଇବରି ଅଞ୍ଚଳରେ ଅଟକାଇବା ସହ ଯାଞ୍ଚ କରିଥିଲା। ଏହି ସମୟରେ ଟ୍ରକ୍‌ରେ ଗୋଟିଏ ଗୁପ୍ତ ଚ୍ୟାମ୍ବର ଥିବା ଜଣାପଡ଼ିଥିଲା। ଏହାକୁ ଖୋଲାଯିବାରୁ ତା’ ଭିତରୁ ୧୧୦୮ କେଜି ଓଜନର ଗଞ୍ଜେଇ ମିଳିଛି। ଏହାର ବଜାର ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କାର ହେବ ପୁଲିସ୍‌ ଅଫିସର ନିରଞ୍ଜନ ଦାସ କହିଛନ୍ତି।

ସେ କହିଛନ୍ତି, ଏହି ଘଟଣାରେ ଟ୍ରକ୍‌ ଡ୍ରାଇଭର ମନୀଷ କୁମାରଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ବିହାରରେ। ସେ ଏହି ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ତ୍ରିପୁରାର ଅଗରତାଲାରୁ ଗୌହାଟୀ ଆଣୁଥିଲେ। ହେଲେ ଅଧା ବାଟରେ ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos