୧୪୦୦ କୋଟିର ଡ୍ରଗ୍ସ ଜବତ କଲା ପୁଲିସ୍‌

ମୁମ୍ବାଇ: ଔଷଧ ତିଆରି ନାଁରେ ଚାଲିଥିଲା ନିଶା କରାବାର। ହେଲେ ମୁମ୍ବାଇ ପୁଲିସ୍‌ର ରେଡ୍‌ ସବୁ କାରନାମାକୁ ପଣ୍ଡ କରି ଦେଇଛି। ପୁଲିସ୍‌ର ଗୋଟିଏ ଟିମ୍‌ ଔଷଧ ତିଆରି ହେଉଥିବା ଗୋଟିଏ ୟୁନିଟରେ ରେଡ୍‌ କରି ୭୦୦ କେଜିରୁ ଅଧିକ ପରିମାଣର ମେଫେଡ୍ରୋନ(ନିଶା ଔଷଧ ବା ଡ୍ରଗ୍ସ) ଜବତ କରିଛି। ଏହି ଜବତ ଡ୍ରଗ୍ସର ମୂଲ୍ୟ ୧୪୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ପାଲଘର ଜିଲ୍ଲାର ନାଲାସୋପାରା ଠାରେ ଏହି ଔଷଧ ତିଆରି ୟୁନିଟ ରହିଥିଲା। […]

Drugs

Drugs

Hemant Lenka
  • Published: Thursday, 04 August 2022
  • Updated: 04 August 2022, 05:43 PM IST

Sports

Latest News

ମୁମ୍ବାଇ: ଔଷଧ ତିଆରି ନାଁରେ ଚାଲିଥିଲା ନିଶା କରାବାର। ହେଲେ ମୁମ୍ବାଇ ପୁଲିସ୍‌ର ରେଡ୍‌ ସବୁ କାରନାମାକୁ ପଣ୍ଡ କରି ଦେଇଛି। ପୁଲିସ୍‌ର ଗୋଟିଏ ଟିମ୍‌ ଔଷଧ ତିଆରି ହେଉଥିବା ଗୋଟିଏ ୟୁନିଟରେ ରେଡ୍‌ କରି ୭୦୦ କେଜିରୁ ଅଧିକ ପରିମାଣର ମେଫେଡ୍ରୋନ(ନିଶା ଔଷଧ ବା ଡ୍ରଗ୍ସ) ଜବତ କରିଛି। ଏହି ଜବତ ଡ୍ରଗ୍ସର ମୂଲ୍ୟ ୧୪୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ପାଲଘର ଜିଲ୍ଲାର ନାଲାସୋପାରା ଠାରେ ଏହି ଔଷଧ ତିଆରି ୟୁନିଟ ରହିଥିଲା। ମୁମ୍ବାଇ ପୁଲିସ୍‌ ଅତର୍କିତ ରେଡ କରି ଡ୍ରଗ୍ସ ସହ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ଜଣେ ଅର୍ଗାନିକ କେମିଷ୍ଟ୍ରୀରେ ପୋଷ୍ଟ ଗ୍ରାଜ୍ୟୁଏଟ କରିଥିବା ଉଚ୍ଚ ଶିକ୍ଷିତ ଯୁବକ ରହିଛନ୍ତି। ସେ ଡିଗ୍ରୀ ହାସଲ କରିବା ପରେ ଡ୍ରଗ୍ସ ତିଆରି କାମରେ ଲାଗିଥିଲେ।

ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି ନାର୍କୋଟିକ୍ସ ସେଲ(ଏଏନସି) ପକ୍ଷରୁ ରେଡ କରାଯାଇଥିଲା। ଔଷଧ ତିଆରି ୟୁନିଟରେ କିଛି ବେଆଇନ ନିଶା କରାବାର ଚାଲିଥିବା ପ୍ରଥମ ଖବର ମିଳିଥିଲା। ଏହାପରେ ଏଏନସିର ଟିମ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରୁ ବ୍ୟାନ ଘୋଷଣା କରାଯାଇଥିବା ବିପୁଳ ପରିମାଣର ମେଫେଡ୍ରୋନ ଜବତ କରାଯାଇଛି।

ଏହି ୟୁନଟିରେ ଏହାକୁ ତିଆରି କରି ଚାଲାଣା କରାଯାଉଥିଲା। ୭୦୦ କେଜି ଡ୍ରଗ୍ସ ଜବତ ଘଟଣାରେ ଏଏନସି ୪ ଜଣଙ୍କୁ ମୁମ୍ବାଇରୁ ଓ ଜଣଙ୍କୁ ନାଲାସୋପାରାରୁ ଗିରଫ କରିଛି। ନାଲିସୋପାରାରୁ ଗିରଫ ହୋଇଥିବା ବ୍ୟକ୍ତି ଜଣ ହିଁ ଅର୍ଗାନିକ କେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜ୍ୟୁଏଟ କରିଛନ୍ତି। ସେ ନିଜର ଦକ୍ଷତା ବଳରେ ଡ୍ରଗ୍ସ ତିଆରି କରୁଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ମେଫେଡ୍ରୋନକୁ ଏମଡି ନାମରରେ ସମସ୍ତେ ଜାଣନ୍ତି। ଏହାକୁ ଏନଡିପିଏସ ଆକ୍ଟ ଅନୁସାରେ ବ୍ୟାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos