ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୦୦ କୋଟି ଟଙ୍କାର ଧଳା ଜହର ଜବତ

ନୂଆଦିଲ୍ଲୀ: ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ସବୁଠାରୁ ବଡ଼ ସଫଳତା ହାସଲ କରିଛି ଦିଲ୍ଲୀ ପୁଲିସ୍‌। ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଚୋରା ଚାଲାଣର ପର୍ଦ୍ଦାଫାସ କରି ୩୫୪ କେଜି ଓଜନର ହେରୋଇନ(ଧଳା ଜହର) ଜବତ କରିବାରେ ସଫଳ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ୪ ଜଣଙ୍କୁ ଗିରଫ କରିଛି। ଏହି ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣ ରାକେଟ୍‌ ଆଫଗାନିସ୍ତାନ, […]

Drugs

Drugs

Hemant Lenka
  • Published: Saturday, 10 July 2021
  • Updated: 10 July 2021, 05:30 PM IST

Sports

Latest News

ନୂଆଦିଲ୍ଲୀ: ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ସବୁଠାରୁ ବଡ଼ ସଫଳତା ହାସଲ କରିଛି ଦିଲ୍ଲୀ ପୁଲିସ୍‌। ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଚୋରା ଚାଲାଣର ପର୍ଦ୍ଦାଫାସ କରି ୩୫୪ କେଜି ଓଜନର ହେରୋଇନ(ଧଳା ଜହର) ଜବତ କରିବାରେ ସଫଳ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ୪ ଜଣଙ୍କୁ ଗିରଫ କରିଛି। ଏହି ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣ ରାକେଟ୍‌ ଆଫଗାନିସ୍ତାନ, ୟୁରୋପ ଓ ଭାରତର ବିଭିନ୍ନ ରାଜ୍ୟରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା। ପୁଲିସ୍‌ ଏହି ଘଟଣାରେ ଆଫଗାନିସ୍ତାନର ହଜରତ ଅଲୀ, କଶ୍ମୀର ଅନନ୍ତନାଗର ରିଜୱାନ ଅହମଦ, ପଞ୍ଜାବର ଜଲନ୍ଧରର ଗୁରଜୋତ ସିଂହ ଓ ଗୁରଦୀପ ସିଂହକୁ ଗିରଫ କରିଛି। ୩୫୪ କେଜିର ଡ୍ରଗ୍ସ ସହ ଏହାକୁ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ୧୦୦ କେଜିର କେମିକାଲ ମଧ୍ୟ ଜବତ କରାଯାଇଛି।

ଏଯାଏ କେବେ ହେଲେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଏତେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରି ନଥିଲା। ଏହା ପ୍ରଥମ ଘଟଣା। ଏହି ରାକେଟ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଗିରଫ ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚରା କରାଯାଉଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ୱତନ୍ତ୍ର ସେଲର ନୀରଜ ଠାକୁର କହିଛନ୍ତି, ଏହି ଅପରେସନ ପ୍ରାୟ ମାସେ ଧରି ଚାଲିଥିଲା। ଜବତ ଡ୍ରଗ୍ସ ଗୁଡ଼ିକ ଆଫଗାନିସ୍ତାନରୁ ଆସିଛି। ଏଗୁଡ଼ିକ ମୁମ୍ବାଇରୁ ସମୁଦ୍ର ପଥରେ ଦିଲ୍ଲୀ ଆସିଥିଲା। ଏଠାରୁ ଏହି ଡ୍ରଗ୍ସ ଗୁଡ଼ିକ ମଧ୍ୟପ୍ରଦେଶର ଶିବପୁରୀ ଠାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ପାଖକୁ ଯାଇଥାଆନ୍ତା। ଏହି ଡ୍ରଗ୍ସ ଗୁଡ଼ିକ ଅଖା ଓ ପେଟିରେ ରଖାଯାଇଥିଲା।

ଏଗୁଡ଼ୁକୁ ଲୁଚାଇ ରଖିବା ପାଇଁ ଫରିଦାବାଦରେ ଗୋଟିଏ ଘର ଭଡ଼ା ନିଆଯାଇଥିଲା। ପୂରା ଘଟଣାର କିଙ୍ଗପିନ୍‌ ଆଫଗାନିସ୍ତାନରେ ରହିଛି। ଡ୍ରଗ୍ସ ଗୁଡ଼ିକ ପଞ୍ଜାବକୁ ମଧ୍ୟ ପଠା ଯାଇଥାଆନ୍ତା। ଏହି କାରବାର ପଛରେ ପାକିସ୍ତାନର ବି ହାତ  ରହିଛି। ଡ୍ରଗ୍ସ କାରବାର ପାଇଁ ଟଙ୍କା ପାକିସ୍ତାନରୁ ହିଁ ଅଭିଯୁକ୍ତଙ୍କୁ ଦିଆଯାଇଛି। ତଥାପି ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୫ରେ ମୁମ୍ବାଇରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା। ଜବତ ଡ୍ରଗ୍ସର ଓଜନ ୨୮୩ କେଜି ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଥିଲେ। ନାଭି ମୁମ୍ବାଇରେ ଥିବା ଜବାହରଲାଲ ନେହରୁ ପୋର୍ଟରେ ଏଗୁଡ଼ିକ ରହିଥିଲା।

ଇରାନରୁ ଜାହାଜ ଦ୍ୱାରା ଏହି ଡ୍ରଗ୍ସକୁ ମୁମ୍ବାଇ ଅଣାଯାଇଥିଲା। ମୁମ୍ବାଇରୁ ସଡ଼କ ପଥରେ ଏହି ଡ୍ରଗ୍ସ ପଞ୍ଜାବ ଯିବାର ଥିଲା। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଡିଆରଆଇ ଅଧିକାରୀମାନେ ଏହାକୁ ପଣ୍ଡ କରିଦେଇଥିଲେ। ଏହି ଜବତ ଡ୍ରଗ୍ସଗୁଡ଼ିକ ଦୁଇଟି କଣ୍ଟେନରରେ ରହିଥିଲା। ଡ୍ରଗ୍ସ ଜବତ ଘଟଣାରେ ପଞ୍ଜାବର ତାରାନ ତରନର ସପ୍ଲାଏର ପ୍ରଭଜୀତ ସିଂହ ସହ ମଧ୍ୟପ୍ରଦେଶର ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story