ଭିଡିଓ ଭାଇରାଲ ଘଟଣାରେ ଟ୍ୱିଟରକୁ ପୁଲିସ୍‌ର ତୃତୀୟ ନୋଟିସ

ଗାଜିଆବାଦ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରର ଅଡ଼ୁଆ ବଢ଼ିବାରେ ଲାଗିଛି। ଗାଜିଆବାଦ୍‌ର ଲୋନିରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ଘଟଣାରେ ପୁଲିସ୍‌ ଟ୍ୱିଟରକୁ ତୃତୀୟ ନୋଟିସ୍‌ କରିଛି। ପୂର୍ବରୁ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ନୋଟିସ୍‌ କରାଯାଉଥିବା ବେଳେ ଏବେ ସଂସ୍ଥାର ପୂର୍ବତନ ଅଭିଯୋଗ ନିରାକରଣ ଅଧିକାରୀ ଧର୍ମେନ୍ଦ୍ର ଚତୁରଙ୍କୁ ହାଜର ହେବାକୁ କୁହାଯାଇଛି। ସିଆରପିସିର ସେକ୍ସନ ୪୧-ଏ ଅନୁସାରେ ଧର୍ମେନ୍ଦ୍ରଙ୍କୁ ପୁଲିସ୍‌ ନୋଟିସ କରିଛି। ସେ ପୁଲିସ୍‌ ଷ୍ଟେସନରେ ହାଜର ହୋଇ ନିଜର […]

Twitter

Twitter

Hemant Lenka
  • Published: Tuesday, 06 July 2021
  • Updated: 06 July 2021, 11:35 AM IST

Sports

Latest News

ଗାଜିଆବାଦ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରର ଅଡ଼ୁଆ ବଢ଼ିବାରେ ଲାଗିଛି। ଗାଜିଆବାଦ୍‌ର ଲୋନିରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ଘଟଣାରେ ପୁଲିସ୍‌ ଟ୍ୱିଟରକୁ ତୃତୀୟ ନୋଟିସ୍‌ କରିଛି। ପୂର୍ବରୁ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ନୋଟିସ୍‌ କରାଯାଉଥିବା ବେଳେ ଏବେ ସଂସ୍ଥାର ପୂର୍ବତନ ଅଭିଯୋଗ ନିରାକରଣ ଅଧିକାରୀ ଧର୍ମେନ୍ଦ୍ର ଚତୁରଙ୍କୁ ହାଜର ହେବାକୁ କୁହାଯାଇଛି।

ସିଆରପିସିର ସେକ୍ସନ ୪୧-ଏ ଅନୁସାରେ ଧର୍ମେନ୍ଦ୍ରଙ୍କୁ ପୁଲିସ୍‌ ନୋଟିସ କରିଛି। ସେ ପୁଲିସ୍‌ ଷ୍ଟେସନରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇବେ ବୋଲି ଏଥିରେ କୁହାଯାଇଛି। ଏଥିସହ ପୂରା ଭିଡିଓ ଭାଇରାଲ ଘଟଣାରେ ରୁଜୁ ଏଫଆଇଆର୍‌ରେ ନାଁ ଥିବା କଂଗ୍ରେସର ସଲମାନ ନିଜାମୀ, ମସ୍କୁର ଉସମାନୀ ଓ ଶାମା ମହମ୍ମଦଙ୍କୁ ମଧ୍ୟ ହଜାର ହେବାକୁ ନୋଟିସ କରାଯାଇଛି।

ଜଣେ ମୁସଲିମ ବ୍ୟକ୍ତିଙ୍କୁ କିଛି ଲୋକ ମାଡ଼ ମାରିବା ସହ ତାଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲେ। ତେବେ ଏହି ଭିଡିଓକୁ ବିକୃତ କରି ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବା ପାଇଁ ଭାଇରାଲ କରାଯାଇଥିବା ପୁଲିସ୍‌ କହିଛି।

ଏହି ଟ୍ୱିଟକୁ ଶେୟାର କରିଥିବା ସାମ୍ବାଦିକ, ଲେଖକ, ଗୋଟିଏ ଗଣମାଧ୍ୟମ ସଂସ୍ଥା ଓ ଟ୍ୱିଟର ନାଁରେ ପୁଲିସ୍‌ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos