କରୋନା କଟକଣା ଭାଙ୍ଗିଲେ ‘ହତ୍ୟା ଉଦ୍ୟମ ଦଫା’ ଲଗାଇବ ପୁଲିସ୍‌

ଗୌହାଟୀ: ସାବଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ବେଳେ କଟକଣା ଭାଙ୍ଗୁଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ୍‌। ଯଦି କେହି କଟକଣା ଉଲ୍ଲଙ୍ଘନ କରି ଧରା ପଡ଼ିବ, ତା’ହେଲେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ମାମଲା କରାଯିବ ବୋଲି ଆଜି ଆସାମ ପୁଲିସ୍‌ ପକ୍ଷରୁ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଆସାମ ସରକାର କାଲି ଠାରୁ ରାଜ୍ୟରେ କଡ଼ା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଆସନ୍ତାକାଲି ଠାରୁ […]

assam

assam

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 09:05 PM IST

Sports

Latest News

ଗୌହାଟୀ: ସାବଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ବେଳେ କଟକଣା ଭାଙ୍ଗୁଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ୍‌। ଯଦି କେହି କଟକଣା ଉଲ୍ଲଙ୍ଘନ କରି ଧରା ପଡ଼ିବ, ତା’ହେଲେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ମାମଲା କରାଯିବ ବୋଲି ଆଜି ଆସାମ ପୁଲିସ୍‌ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ସଂକ୍ରମଣ ବଢ଼ୁଥିବାରୁ ଆସାମ ସରକାର କାଲି ଠାରୁ ରାଜ୍ୟରେ କଡ଼ା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଆସନ୍ତାକାଲି ଠାରୁ ଆସାମର ସହରାଞ୍ଚଳ ଓ ସେମି ଅର୍ବାନ ଏରିଆରେ ୧୫ ଦିନ ପାଇଁ କଟକଣା ଲାଗୁ ହେବ। ୧୫ ଦିନ ପାଇଁ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ। ସେହିପରି ଦିନ ୨ଟା ପରଠାରୁ ତା’ ପରଦିନ ଭୋର ୫ଟା ଯାଏ ସମସ୍ତ ଯାତାୟାତ ଓ ଦୋକାନ ବଜାର ବନ୍ଦ ରହିବ।

ନୂଆ ନିର୍ଦ୍ଦେଶନାମା ଜାରି କରି ମୁଖ୍ୟ ଶାସନ ସଚିବ ଜିଷ୍ଣୁ ବରାଉ କହିଛନ୍ତି, ଏକାକୀ ରହିଥିବା ଦୋକାନ ଗୁଡ଼ିକ ସବୁଦିନ ଏଣିକି ଦିନ ୧ଟାରେ ବନ୍ଦ ହେବ। ଆସନ୍ତା ୧୫ ଦିନ ପାଇଁ ସହାରାଞ୍ଚଳ ଓ ସେମି ଅର୍ବାନରେ ଥିବା ସମସ୍ତ ପ୍ରକାରର ହାଟ, ବଜାର, ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସଂପୂର୍ଣ୍ଣ ବନ୍ଦ ରହିବ।

ସରକାରୀ ଅଫିସ ଗୁଡ଼ିକକୁ କେବଳ ଡେପୁଟି ପାହ୍ୟା ଓ ତା’ ଉପର ରାଙ୍କର ଅଧିକାରୀମାନେ ଆସିପାରିବେ। ସେହିପରି ଘରୋଇ ସଂସ୍ଥାଗୁଡ଼ିକରେ କେବଳ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କିଛି ହାତ ଗଣତି ଷ୍ଟାଫଙ୍କୁ ଆସିବାକୁ ଅନୁମତି ମିଳିବ। କେବଳ ଜରୁରୀ କାମ ପାଇଁ ଏହା ଲାଗୁ ହେବ। ତେବେ ଦିନ ୧ଟା ପରେ ଏଗୁଡ଼ିକ ବନ୍ଦ ହେବ। ଅନ୍ୟପକ୍ଷରେ ଜରୁରୀ ସେବା ଓ କାମରେ ନିୟୋଜିତ ଥିବା ସଂସ୍ଥା ଗୁଡ଼ିକ ପାଇଁ କୌଣସି କଟକଣା ଲାଗୁ ହେବନାହିଁ। ସେମାନେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

ଅନ୍ତିମ ସଂସ୍କାରରେ ୧୦ ଜଣଙ୍କୁ ସାମିଲ ହେବାର ଅନୁମତି ମିଳିବ। ସେହିପରି ବାହାଘର କାର୍ଯ୍ୟକ୍ରମ ବି ୧୦ ଜଣଙ୍କ ଉପସ୍ଥିତିରେ ହେବ। କୌଣସି ବାହାଘରରେ ଭୋଜନ ବ୍ୟବସ୍ଥା ହେବନାହିଁ। ସାଧାରଣ ପରିବହନ ଗାଡ଼ି ୩୦% ଲୋକଙ୍କୁ ନେଇ ସେବା ଯୋଗାଇବ। ଅଟୋ ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କ ବ୍ୟତୀତ ସର୍ବାଧିକ ୨ ଜଣ ବସି ପାରିବେ।

ବାଇକ୍‌ରେ ଦୁଇ ଜଣ ବସି ଯାଇ ପାରିବେ ନାହିଁ। କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ଏହି କଟକଣା ଲାଗୁ ହେବନି। ସକାଳ ୫ଟାରୁ ୨ଟା ମଧ୍ୟରେ ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଘରୋଇ ଗାଡ଼ିଗୁଡ଼ିକ ଚାଲିପାରିବ। ଦିନ ୨ଟାରୁ ତା’ ପରଦିନ ୫ଟା ଯାଏ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗୁ ହେବ।

ଏହି କଟକଣା ଘୋଷଣା ହେବା ପରେ ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି, କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁଲିସ୍‌ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ। ପୁଲିସ୍‌ ସମସ୍ତ ନାଗରିକଙ୍କୁ ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରୁଛି। ତଥାପି ଯଦି କୌଣସି ଦୋକାନ କିମ୍ବା ସ୍ଥାନରେ ଲୋକଙ୍କ ଭିଡ଼ ଜମିଲା, ତା’ହେଲେ ପୁଲିସ୍‌ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବ। ଆମେ ସେମାନଙ୍କ ବିରୋଧରେ ଫୋର୍ସ ଓ ଲାଠି ଚାର୍ଜ କରିବୁ। ଏଥିପାଇଁ ଆପଣମାନେ ଆମ ନାଁରେ ମାମଲା କରିପାରନ୍ତି, ତେବେ ଏହାକୁ ଏହାକୁ ଆମେ ଖାତିର କରିବୁ ନାହିଁ।

ଯଦି କେହି ଗୁପ୍ତ ଭାବେ ଘରେ ପାର୍ଟି ଆୟୋଜନ କରି ଲୋକଙ୍କୁ ଏକାଠି କରନ୍ତି, ତା’ହେଲେ ଆମେ ଏହାକୁ ଧୋକା ଓ ଠକେଇ ଭାବେ ବିବେଚନା କରିବୁ। ସେଭଳି ଲୋକଙ୍କ ବିରୋଧରେ କେବଳ ବିପର୍ଯ୍ୟୟ ପରିଚାଳନା ଆଇନରେ ମାମଲା ହେବନି, ବରଂ ଆମେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା କରିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos