ପତ୍ନୀ, ଶାଶୁ, ଶ୍ୱଶୁରଙ୍କୁ ଗୁଳି କରିଦେଲେ ପୁଲିସ୍‌ ଅଫିସର

ଜମ୍ମୁ: ଜଣେ ପୁଲିସ୍‌ ଅଧିକାରୀ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ପତ୍ନୀ, ଶାଶୁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଙ୍ଗଳବାର ଜମ୍ମୁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଭାରତୀୟ ରିଜର୍ଭ ପୁଲିସ୍‌(ଆଇଆରପି)ରେ କାମ କରୁଥିବା ରାଜେନ୍ଦ୍ର କୁମାର ମଙ୍ଗଳବାର ରାତିରେ ନିଜ ଶ୍ୱଶୁର ଘରେ ପହଞ୍ଚିଥିଲେ। ସେଠାରେ ପତ୍ନୀ ସୀମାଙ୍କ ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାଜେନ୍ଦ୍ର ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳିମାଡ଼ […]

Policeman-shoots

Policeman-shoots

Hemant Lenka
  • Published: Wednesday, 10 March 2021
  • Updated: 10 March 2021, 08:32 AM IST

Sports

Latest News

ଜମ୍ମୁ: ଜଣେ ପୁଲିସ୍‌ ଅଧିକାରୀ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ପତ୍ନୀ, ଶାଶୁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଙ୍ଗଳବାର ଜମ୍ମୁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଭାରତୀୟ ରିଜର୍ଭ ପୁଲିସ୍‌(ଆଇଆରପି)ରେ କାମ କରୁଥିବା ରାଜେନ୍ଦ୍ର କୁମାର ମଙ୍ଗଳବାର ରାତିରେ ନିଜ ଶ୍ୱଶୁର ଘରେ ପହଞ୍ଚିଥିଲେ।

ସେଠାରେ ପତ୍ନୀ ସୀମାଙ୍କ ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାଜେନ୍ଦ୍ର ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଗୁଳିମାଡ଼ରେ ପତ୍ନୀ ସୀମା, ଶାଶୁ ରାଜ କୁମାରୀ ଓ ଶ୍ୱଶୁର ରମେଶ କୁମାର ପ୍ରାଣ ହରାଇଛନ୍ତି।

ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ଶାଳକ ଓ ଦାଦା ଶ୍ୱଶୁର ମଧ୍ୟ ଉପସ୍ଥିତ ଥିଲେ। ତେବେ ସେମାନେ ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଆଉ ଗୋଟିଏ ରୁମକୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ରାଜେନ୍ଦ୍ର ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ଆଜି ଭୋର ସମୟରେ ଗିରଫ କରିଛି। ପୁଲିସ୍‌ ଘଟଣା ପଛର ରହସ୍ୟ ଜାଣିବା ପାଇଁ ରାଜେନ୍ଦ୍ରଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos