ଜାତିସଂଘରେ ଚାଇନାର ଆତଙ୍କବାଦୀ ପ୍ରୀତିର ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀମାନଙ୍କ ପ୍ରତି ଚାଇନା ଦେଖାଉଥିବା ପ୍ରୀତିର ଜବାବ ଦେଇଛି ଭାରତ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଚାଇନାକୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବା ବେଳେ ଜାତିସଂଘ ନିରପେକ୍ଷ ନୀତି ଅବଲମ୍ବନ କରିବା ଦରକାର। ଆତଙ୍କବାଦୀଙ୍କୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରିବା ଠିକ୍‌ ନୁହେଁ। ଆତଙ୍କବାଦୀଙ୍କ ଉପରେ କଟକଣା କଟକଣା ଲଗାଇବା କ୍ଷେତ୍ରରେ ରାଜନୀତି ଜାତିସଂଘକୁ ଅଟକାଇବା କଥା ନୁହେଁ ବୋଲି ଜୟଶଙ୍କର […]

India

India

Hemant Lenka
  • Published: Thursday, 22 September 2022
  • Updated: 22 September 2022, 09:43 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀମାନଙ୍କ ପ୍ରତି ଚାଇନା ଦେଖାଉଥିବା ପ୍ରୀତିର ଜବାବ ଦେଇଛି ଭାରତ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଚାଇନାକୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବା ବେଳେ ଜାତିସଂଘ ନିରପେକ୍ଷ ନୀତି ଅବଲମ୍ବନ କରିବା ଦରକାର। ଆତଙ୍କବାଦୀଙ୍କୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରିବା ଠିକ୍‌ ନୁହେଁ। ଆତଙ୍କବାଦୀଙ୍କ ଉପରେ କଟକଣା କଟକଣା ଲଗାଇବା କ୍ଷେତ୍ରରେ ରାଜନୀତି ଜାତିସଂଘକୁ ଅଟକାଇବା କଥା ନୁହେଁ ବୋଲି ଜୟଶଙ୍କର କହିଛନ୍ତି।

କିଛି ଦିନ ତଳେ ଲସ୍କର-ଇ-ତାଏବା ତଥା ୨୬/୧୧ ଆତଙ୍କୀ ହମଲାର ହ୍ୟାଣ୍ଡେଲର ସାଜିଦ ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ପକ୍ଷରୁ ଜାତିସଂଘରେ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଉପରେ ଚାଇନା ରୋକ ଲଗାଇ ଦେଇଥିଲା। ୪ ମାସ ମଧ୍ୟରେ ତୃତୀୟ ଥର ପାଇଁ ଚାଇନା ତା’ର ଆତଙ୍କବାଦୀ ପ୍ରୀତି ଦେଖାଇବାରୁ ଆଜି ଭାରତ ଏହାକୁ ଜୋରଦାର ବିରୋଧ କରିଛି।

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଉତ୍ତରଦାୟିତ୍ୱରୁ ଖସି ଯିବା ପାଇଁ କେବେ ହେଲେ ରାଜନୀତିକୁ ଢାଳ କରିବା କଥା ନୁହେଁ। ସେହିପରି ଦଣ୍ଡମୁକ୍ତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ନଯାଉ।

କିନ୍ତୁ ପରିତାପର ବିଷୟ ଯେ ଆମେ ଏହି ଚ୍ୟାମ୍ବର(ଜାତିସଂଘ ସୁରକ୍ଷା ପରିଷଦ)ରେ ଏହା ଦେଖୁଛେ। ବିଶେଷ କରି ବିଶ୍ୱର କିଛି କୁଖ୍ୟାତ ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବାର ବିଷୟ ଆସିଲେ ଏପରି ଘଟଣା ଘଟୁଛି।

ତେଣୁ କଟକଣା ଲଗାଇବା ବେଳେ ରାଜନୀତି କରାନ ଯାଉ। ରାଜନୀତି କେବେ ହେଲେ ଜାତିସଂଘକୁ ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବାରେ ପ୍ରତିବନ୍ଧକ ସାଜି ପାରିବ ନାହିଁ। ଯଦି ସ୍ପଷ୍ଟ ଦିବାଲୋକରେ ଓ ସମସ୍ତ ଆଗରେ ଘଟୁଥିବା ଭୟଙ୍କର ଆକ୍ରମଣ ପାଇଁ ଦଣ୍ଡ ନ ମିଳିବ, ତା’ହେଲେ ପରିଷଦରୁ ଗୋଟିଏ ସଙ୍କେତ ଯିବ ଯେ ଆମେ ଦୋଷମୁକ୍ତ କରିବାକୁ ଚେଷ୍ଟା କରୁଛୁ। ଆପଣଙ୍କୁ ଯଦି ନିଜର ବିଶ୍ୱସନୀୟତା ରଖିବାକୁ ହେବ, ତେବେ ସ୍ଥିରତା ଦେଖାଇବାକୁ ପଡ଼ିବ ବୋଲି ଜୟଶଙ୍କର କହିଛନ୍ତି।

ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବା ପ୍ରସ୍ତାବକୁ ବିରୋଧ କରୁଛି। ସ୍ଥାୟୀ ସଦସ୍ୟ ଭାବେ ବେଜିଂ ପ୍ରସ୍ତାବ ଉପରେ ରୋକ ଲଗାଇ ଦେଉଛି।

ସାଜିଦ ମୀର ପୂର୍ବରୁ ଗତମାସରେ ଚାଇନା ଆତଙ୍କବାଦୀ ଅବଦୁଲ ରୌଫ ଆଝାରକୁ କଳାତାଲିକା ଭୁକ୍ତ କରିବାକୁ ଆମେରିକା ଓ ଭାରତ ଆଣିଥିବା ପ୍ରସ୍ତାବ ଉପରେ ରୋକ ଲଗାଇଥିଲା। ଅବଦୁଲ ହେଉଛି ଜୈଶ-ଇ ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ଭାଇ। ସେହିପରି ଅବଦୁଲ ରେହମମାନ ମକ୍କିକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିବା ଦିଗରେ ଚାଇନା ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story