ପୁଞ୍ଚରେ ଥିବା ୧୦ରୁ ଅଧିକ ଆତଙ୍କୀ ଏବେ ଶୋପିଆନରେ ଲୁଚିଛନ୍ତି

ଶ୍ରୀନଗର: ପବିତ୍ର ଦୀପାବଳିରେ ସୁରକ୍ଷାକର୍ମୀଙ୍କୁ ଟେନସନରେ ପକାଇଛନ୍ତି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ। ଦୀର୍ଘ ୨୦ ଦିନ ଧରି ସୁରକ୍ଷାକର୍ମୀଙ୍କ ସହ ପୁଞ୍ଚର ଘଞ୍ଚ ଜଙ୍ଗଲରେ ଲଢ଼େଇ କରୁଥିବା ଆତଙ୍କବାଦୀମାନେ ସେଠାରୁ ଖସି ଚାଲି ଯାଇଛନ୍ତି। ପ୍ରାୟ ୧୦ରୁ ଅଧିକ ଆତଙ୍କୀ ଏବେ ଶୋପିଆନର ବିଭିନ୍ନ ଗାଁରେ ଲୁଚି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଖବର ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ପୁଞ୍ଚରୁ ୧୦ରୁ ଅଧିକ ସଶସ୍ତ୍ର ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଶୋପିଆନର ବିଭିନ୍ନ ଗାଁରେ ରହିଛନ୍ତି। […]

Security-force

Security-force

Hemant Lenka
  • Published: Thursday, 04 November 2021
  • Updated: 04 November 2021, 03:32 PM IST

ଶ୍ରୀନଗର: ପବିତ୍ର ଦୀପାବଳିରେ ସୁରକ୍ଷାକର୍ମୀଙ୍କୁ ଟେନସନରେ ପକାଇଛନ୍ତି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ। ଦୀର୍ଘ ୨୦ ଦିନ ଧରି ସୁରକ୍ଷାକର୍ମୀଙ୍କ ସହ ପୁଞ୍ଚର ଘଞ୍ଚ ଜଙ୍ଗଲରେ ଲଢ଼େଇ କରୁଥିବା ଆତଙ୍କବାଦୀମାନେ ସେଠାରୁ ଖସି ଚାଲି ଯାଇଛନ୍ତି। ପ୍ରାୟ ୧୦ରୁ ଅଧିକ ଆତଙ୍କୀ ଏବେ ଶୋପିଆନର ବିଭିନ୍ନ ଗାଁରେ ଲୁଚି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଖବର ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ପୁଞ୍ଚରୁ ୧୦ରୁ ଅଧିକ ସଶସ୍ତ୍ର ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଶୋପିଆନର ବିଭିନ୍ନ ଗାଁରେ ରହିଛନ୍ତି। ସେମାନେ ସୁରକ୍ଷାକର୍ମୀଙ୍କୁ ଚକମା ଦେବାକୁ ଗାଁ ଲୋକଙ୍କ ଭଳି ସେଠାରେ ଲୁଚିଛନ୍ତି।

ଗାଁର କିଛି ଲୋକ ମଧ୍ୟ ସେମାନଙ୍କୁ ସହାୟତା କରୁଛନ୍ତି। କିଛି ଆତଙ୍କୀ ଘଞ୍ଚ ଜଙ୍ଗଲରେ ଲୁଚି ଥିବା ବେଳେ ଆଉ କିଛି ଗାଁ ଭିତରେ ରହିଛନ୍ତି। ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ପୁଞ୍ଚରେ ଅକ୍ଟୋବର ୧୧ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ସେଠାରୁ ପର୍ଯ୍ୟାୟକ୍ରମେ ଆତଙ୍କବାଦୀମାନେ ଖସିବାକୁ ସକ୍ଷମ ହେବା ସହ ଶୋପିଆନରେ ପହଞ୍ଚି ଯାଇଛନ୍ତି।

ତେବେ ପୁଞ୍ଚ ଅନୁପ୍ରବେଶକାରୀଙ୍କୁ କାବୁ କରିବା ପାଇଁ ସେନା ପକ୍ଷରୁ ମଧ୍ୟ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଶୋପିଆନର ବିଭିନ୍ନ ସମ୍ବେଦନଶୀଳ ଗାଁରେ ଥିବା ଲୋକଙ୍କ ଘରକୁ ନମ୍ବରିଂ କରାଯାଇଛି। ଉକ୍ତ ଘରେ ରହୁଥିବା ଲୋକଙ୍କ ନାଁ ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ ରେକର୍ଡ କରାଯାଇଛି। ପରିବାର ବର୍ଗଙ୍କ ଫୋନ ନମ୍ବର ମଧ୍ୟ ସୁରକ୍ଷା ଅଧିକାରୀମାନେ ନିଜ ପାଖରେ ରଖିଛନ୍ତି। ଏହାଦ୍ୱାରା ଘରକୁ ଆସୁଥିବା ଅତିଥି ଓ ଗାଁକୁ ଆସୁଥିବା ବାହାର ଲୋକଙ୍କୁ ସୁରକ୍ଷାକର୍ମୀମାନେ ସହଜରେ ଠାବ କରିପାରିବେ। ବାହାର ଲୋକଙ୍କ ଉପରେ ନଜର ରଖିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଗୁଇନ୍ଦା ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ, ସୀମା ସେପଟେ ରହିଥିବା ଆତଙ୍କୀ ଆକ୍କାମାନେ ଅନୁପ୍ରବେଶକାରୀଙ୍କୁ ଦକ୍ଷିଣ କଶ୍ମୀର ବିଶେଷ କରି ଶୋପିଆନରେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଛନ୍ତି। ସୁରକ୍ଷାକର୍ମୀମାନେ ଏଠାରେ ନେଟୱର୍କ ତରଙ୍ଗକୁ ଟ୍ରାକ୍‌ କରୁଥିବାରୁ ସେମାନଙ୍କ ଗତିବିଧି ରେକର୍ଡ ହେବାର ଆଶଙ୍କା ରହିଛି।

ତେଣୁ ଆକ୍କାମାନେ ଆତଙ୍କୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ମୋବାଇଲ ଫୋନ ବ୍ୟବହାର ନ କରିବାକୁ କହିଛନ୍ତି। ଏହି ଖବର ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ଶୋପିଆନ ଉପରେ ନଜର ରଖାଯାଇଥିବା ଡିଜିପି ଦିଲବାଗ ସିଂହ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story