ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ’ ଯାତ୍ରାକୁ ନେଇ ବଡ଼ ବୟାନ ଦେଲେ ପିକେ

ନାଗପୁର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେଉଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରାୟ ୧୫୦ ଦିନ ଚାଲିବ। ରାହୁଲ ଗାନ୍ଧି ଚାଲିଚାଲି କନ୍ୟା କୁମାରୀରୁ କଶ୍ମୀରରେ ପହଞ୍ଚିବେ। ତେବେ ଏହି ଭାରତ ଯୋଡ଼ୋ ଯାତ୍ରାକୁ ନେଇ ବଡ଼ ବୟାନ ଦେଇଛନ୍ତି ନିର୍ବାଚନ […]

PK

PK

Hemant Lenka
  • Published: Tuesday, 20 September 2022
  • Updated: 20 September 2022, 06:28 PM IST

Sports

Latest News

ନାଗପୁର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେଉଛନ୍ତି।

ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରାୟ ୧୫୦ ଦିନ ଚାଲିବ। ରାହୁଲ ଗାନ୍ଧି ଚାଲିଚାଲି କନ୍ୟା କୁମାରୀରୁ କଶ୍ମୀରରେ ପହଞ୍ଚିବେ। ତେବେ ଏହି ଭାରତ ଯୋଡ଼ୋ ଯାତ୍ରାକୁ ନେଇ ବଡ଼ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ।

ସେ କହିଛନ୍ତି, କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା ଗୁଜରାଟ କିମ୍ବା ଅନ୍ୟ କୌଣସି ବିଜେପି ଶାସିକ ରାଜ୍ୟରୁ ଆରମ୍ଭ ହୋଇଥିଲେ ଏହାର ପ୍ରଭାବ ଅଧିକ ରହିଥାଆନ୍ତା। ସ୍ୱତନ୍ତ୍ର ବିର୍ଦ୍ଦଭ ରାଜ୍ୟ ପାଇଁ ଦାବି କରୁଥିବା ସ୍ଥାନୀୟ ଲୋକ ଓ ସାମାଜିକ କର୍ମୀଙ୍କୁ ଗୋଟିଏ କାର୍ଯ୍ୟକ୍ରମ ସମୟରେ ଭେଟିବା ବେଳେ ପିକେ ଏପରି ବୟାନ ଦେଇଛନ୍ତି।

ସେ କହିନ୍ତି, “ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବା ଗୁଜରାଟ କିମ୍ବା ଯେକୌଣସି ବିଜେପି ଶାସିତ ରାଜ୍ୟ ଯଥା ଉତ୍ତର ପ୍ରଦେଶ କିମ୍ବା ମଧ୍ୟପ୍ରଦେଶରୁ କଂଗ୍ରେସ ତା’ର ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରିବାର ଥିଲା। ଏହା ଦଳ ପାଇଁ ବହୁତ ଭଲ ରେଜଲ୍ଟ ଆଣିଥାଆନ୍ତା।”

କିଛି ମାସ ତଳେ ପିକେ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଝାମଣାର ଅଭାବ ଯୋଗୁ ପିକେ କଂଗ୍ରେସ ସହ ହାତ ମିଳାଇ ନଥିଲେ। ଏବେ ସେ କଂଗ୍ରେସର ପଦଯାତ୍ରାକୁ ନେଇ ବୟାନବାଜୀ ଆରମ୍ଭ କରିଛନ୍ତି। କିଛି ଦିନ ତଳେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos