ପଡ଼ିଆକୁ ଓହ୍ଲାଇବେ ପ୍ରଚ୍ଛଦପଟ୍ଟର ନାୟକ ପିକେ
ପାଟନା: କଂଗ୍ରେସ ସହ ସମ୍ପର୍କ ତୁଟିବା ପରେ ଆଗକୁ କଣ କରିବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। କଣ ରହିବ ତାଙ୍କର ଆଗାମୀ ଯୋଜନା। କଣ ହେବ ରାଜନୈତିକ ଭବିଷ୍ୟତ। ଏସବୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ପ୍ରଶାନ୍ତ ଆଗକୁ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଖୋଦ୍ ନିଜେ ସଙ୍କେତ ଦେଇଛନ୍ତି। ସୋମବାର ପ୍ରଶାନ୍ତ କରିଥିବା ଏକ ଟ୍ୱିଟ୍ ଏହି ଚର୍ଚ୍ଚାର ଖୋରାକ ଯୋଗାଇଛି।
ପ୍ରଶାନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଗଣତନ୍ତ୍ରରେ ସିଧାସଳ ସାମିଲ ହେବାକୁ ଚାହାନ୍ତି। ଜନହିତକର ପଲିସି ଆଣିବାକୁ ତାଙ୍କର ଲକ୍ଷ୍ୟ। ସମୟ ଆସିଛି ପ୍ରକୃତ ମୁରବି ହେବାକୁ । ଲୋକମାନଙ୍କର ପ୍ରକୃତ ସସମ୍ୟା ଅବଗତ ହୋଇ ‘ଜନ ସୁରାଜ’ ଆଡ଼କୁ ଅଗ୍ରସର ହେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅଭିଯାନ ସେ ବିହାରରରୁ ଆରମ୍ଭ କରିବେ। ତାଙ୍କ କାର୍ଯ୍ୟକ୍ରମର ନାଁ ରହିଛି ‘ଜନ ସୁରାଜ’ ଅର୍ଥାତ ଲୋକଙ୍କୁ ସୁଶାସନ। ଯଦିଓ ସେ ନୂଆ ଦଳ ଗଠନ ବିଷୟରେ ସିଧାସଳଖ ଘୋଷଣା କରି ନାହନ୍ତି କିନ୍ତୁ ତାଙ୍କ ଟ୍ୱିଟରୁ ରାଜନୈତିକ ସ୍ୱପ୍ନ ବାରି ହେଉଛି। ଅର୍ଥାତ ପ୍ରଶାନ୍ତ ଆଉ କୌଣସି ଦଳର ରଣନୀତିଜ୍ଞ ହୋଇ ପରଦା ପଛର ନାୟକ ହେବେ ନାହିଁ। ବରଂ ସେ ସିଧାସଳଖ ପରଦାକୁ ଆସିବେ।
My quest to be a meaningful participant in democracy & help shape pro-people policy led to a 10yr rollercoaster ride!
As I turn the page, time to go to the Real Masters, THE PEOPLE,to better understand the issues & the path to “जन सुराज”-Peoples Good Governance
शुरुआत #बिहार से
— Prashant Kishor (@PrashantKishor) May 2, 2022
ଏହା ପୂର୍ବରୁ ସେ ପ୍ରତ୍ୟକ୍ଷ ରାଜନୀତି ଅର୍ଥାତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ନେଇ ଘୋଷଣା କରିଥିଲେ। ବିବିସିକୁ ସାକ୍ଷାତାକାର ଦେଇ ପ୍ରଶାନ୍ତ କହିଥିଲେ ଯେ, ବେଙ୍ଗଲ ନିର୍ବାଚନ ପରେ କୌଣସି ଦଳର ସହ ଜଡ଼ିତ ହେବା ତାଙ୍କର ଲକ୍ଷ୍ୟ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ମୁଁ ନିର୍ବାଚନ ପ୍ରକ୍ରିୟାଠାରୁ ଦୂରେଇ ରହିବି । ନିକଟରେ କଂଗ୍ରେସରେ ସାମିଲ ହେବା ମିଶନ ବିଫଳ ହେବା ପରେ ପ୍ରଥମଥର ପାଇଁ ଏମିତି କିଛି ଘୋଷଣା କରି ଚମକାଇ ଦେଇଛନ୍ତି ପ୍ରଶାନ୍ତ । କଂଗ୍ରେସ ସହ ସମ୍ପର୍କ ତୁଟିବା ପରେ ପ୍ରଶାନ୍ତ କିଛି ଦିନ ହେବା ଗଣମାଧ୍ୟମର ଶିରୋନାମାରେ ରହି ଆସୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।