କଂଗ୍ରେସର ମେଘାଳୟ ବିପର୍ଯ୍ୟୟ ପଛରେ ପ୍ରଶାନ୍ତ କିଶୋର

ଗୌହାଟୀ: ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ମେଘାଳୟ କଂଗ୍ରେସକୁ ଝଟକା ଲାଗିଛି। ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଓ ଅନ୍ୟ ୧୧ ଜଣ ବିଧାୟକ କଂଗ୍ରେସବୁ ବାଏବାଏ କହି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିଛନ୍ତି। ମେଘାଳୟରେ କଂଗ୍ରେସର ୧୭ ଜଣ ବିଧାୟକ ଥିବା ବେଳେ ୧୨ ଜଣ ଏକାଥରକେ ଦଳ ଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଙ୍ଗମା କଂଗ୍ରେସ କାହିଁକି ଛାଡ଼ିଲେ, ସେ ବିଷୟରେ ଅନେକ କାରଣ କହିଛନ୍ତି। ତେବେ ତାଙ୍କାର ଏହି ଦଳବଦଳ […]

Prashant

Prashant

Hemant Lenka
  • Published: Thursday, 25 November 2021
  • Updated: 25 November 2021, 04:14 PM IST

Sports

Latest News

ଗୌହାଟୀ: ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ମେଘାଳୟ କଂଗ୍ରେସକୁ ଝଟକା ଲାଗିଛି। ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଓ ଅନ୍ୟ ୧୧ ଜଣ ବିଧାୟକ କଂଗ୍ରେସବୁ ବାଏବାଏ କହି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିଛନ୍ତି। ମେଘାଳୟରେ କଂଗ୍ରେସର ୧୭ ଜଣ ବିଧାୟକ ଥିବା ବେଳେ ୧୨ ଜଣ ଏକାଥରକେ ଦଳ ଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସାଙ୍ଗମା କଂଗ୍ରେସ କାହିଁକି ଛାଡ଼ିଲେ, ସେ ବିଷୟରେ ଅନେକ କାରଣ କହିଛନ୍ତି। ତେବେ ତାଙ୍କାର ଏହି ଦଳବଦଳ ପଛରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ରହିଛି। ମେଘାଳୟ ରାଜଧାନୀରେ ଶିଲଂରେ ପ୍ରଶାନ୍ତଙ୍କ ନିର୍ବାଚନୀ ଟିମ୍‌ ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମେଘାଳୟରେ ଟିଏମସି ନଜର ଉପସ୍ଥିତି ଜାହିର କରିବା ପୂର୍ବରୁ ହିଁ ସାଙ୍ଗମା କଂଗ୍ରେସକୁ ଅଲବିଦା କହିଛନ୍ତି।

ମେଘାଳୟର କଂଗ୍ରେସ ମୁଖ୍ୟଭାବେ ଭିନସେଣ୍ଟ ପାଲା ନିଯୁକ୍ତ ହେବା ପରେ ସାଙ୍ଗମା ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଥିଲେ। ଦୀର୍ଘ ମାସ ହେଲାଣି ଏହି ଅସନ୍ତୋଷର ନିଆଁ ସାଙ୍ଗମାଙ୍କ ଭିତରେ ଜଳୁଥିଲା। ବିବାଦ ମଧ୍ୟରେ ସେ କୋଲକାତା ଯାଇ ଟିଏମସିର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ।

ସେତେବେଳେ ସେ ଏହାକୁ କେବଳ ସୌଜନ୍ୟମୂଳକ ସାକ୍ଷାତ କହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ। ହେଲେ ସେହି ଭେଟଘାଟ ବେଳଠାରୁ ହିଁ ସାଙ୍ଗମା ଟିଏମସିରେ ମିଶିବାକୁ ମନସ୍ଥ କରି ନେଇଥିବା ଏବେ ସ୍ପଷ୍ଟ ହୋଇଛି। ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରୁଛନ୍ତି।

ତାଙ୍କ ଟିମ ନିକଟରେ ଶିଲଂରେ ପହଞ୍ଚି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେଣୁ ପ୍ରଶାନ୍ତ ଇସାରାରେ ହିଁ ସାଙ୍ଗମା ଟିଏମସିରେ କାଲି ଯୋଗଦେଇଥିବା କୁହାଯାଉଛି।

ଦଳ ଛାଡ଼ିବା ସମ୍ପର୍କରେ ସାଙ୍ଗମା କହିଛନ୍ତି, ଗଣତନ୍ତ୍ରରେ ସନ୍ତୁଳନ ରହିବା ଉଚିତ। ଆମେ ସମସ୍ତେ ଗୋଟିଏ ପ୍ରଭାବଶାଳୀ ବିରୋଧୀ ଦଳ ଚାହୁଁଛୁ। ଆମେ ଏକଥା ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଜଣାଇ ଥିଲୁ। ଏକାଧିକ ଥର ଦିଲ୍ଲୀ ମଧ୍ୟ ଯାଇଥିଲୁ। କିନ୍ତୁ କିଛି ବି ଘଟିଲା ନାହିଁ। ମୁଁ ଗୋଟିଏ ବିରୋଧୀ ଦଳ ଖୋଜୁଥିବା ବେଳେ ମୋର ବନ୍ଧୁ ପ୍ରଶାନ୍ତ କିଶୋରଙ୍କ ସହ ଭେଟ ହୋଇଥିଲା। ତାଙ୍କ ଦକ୍ଷତା ଆମେ ସମସ୍ତେ ଜାଣିଛେ।

ମୁଁ ଆଜି ଏଠାରେ କହିବାକୁ ଚାହେଁ ଯେ ସେଦିନ ଆମେ ଏହି ସବୁ ବିଷୟରେ ହିଁ କଥା ହୋଇଥିଲୁ। ଲୋକଙ୍କ ସ୍ୱାର୍ଥ ସବୁଠାରୁ ଉପରେ। ୨୦୧୮ରେ ଆମେ ମେଘାଳୟରେ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିଲୁ। କିନ୍ତୁ ଆମେ ସରକାର ଗଠନ କରିପାରି ନଥିଲୁ। ଏହାର କାରଣ ସମସ୍ତଙ୍କୁ ଜଣା। ଆମ ରାଜ୍ୟ ଓ ଦେଶର ରାଜନୀତିକ ଦୃଶ୍ୟପଟ୍ଟକୁ ଦେଖି ଆମେ ଏପରି ପଦକ୍ଷେପ ନେଇଛୁ ବୋଲି ମୁକୁଲ ସାଙ୍ଗମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story