ସେଞ୍ଚୁରୀ ଡେଇଁଲାଣି ପେଟ୍ରୋଲର ଲିଟର ପିଛା ଦର, ୮ମ ଦିନରେ ପୁଣି ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଆଜି କ୍ରମାଗତ ୮ମ ଦିନ ପାଇଁ ତୈଳଦର ବୃଦ୍ଧି ପାଇଛି। ଆଜି ସକାଳୁ ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୯୯ ପଇସାରେ ପହଁଚିଛି। ସେହିପରି ଡିଜେଲ ଦର ୭୯ଟଙ୍କା ୩୫ ପଇସା ପ୍ରତି ଲିଟର […]

Petrol

Petrol

Hemant Lenka
  • Published: Monday, 15 February 2021
  • Updated: 15 February 2021, 05:15 PM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଆଜି କ୍ରମାଗତ ୮ମ ଦିନ ପାଇଁ ତୈଳଦର ବୃଦ୍ଧି ପାଇଛି। ଆଜି ସକାଳୁ ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୯୯ ପଇସାରେ ପହଁଚିଛି। ସେହିପରି ଡିଜେଲ ଦର ୭୯ଟଙ୍କା ୩୫ ପଇସା ପ୍ରତି ଲିଟର ହୋଇଛି। ଦର ବୃଦ୍ଧିକୁ ନେଇ ଆଜି କଂଗ୍ରେସ ଓଡ଼ିଶା ବନ୍ଦର ଡାକରା ଦେଇଥିଲେ ହେଁ ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲର ଲିଟର ପିଛା ଦର ୮୯.୬୯ ରହିଛି। ସେହିପରି ଡିଜେଲର ଲିଟର ପିଛା ଦର ୩୬ ପଇସା ମହଙ୍ଗା ହୋଇ ୮୬.୪୭ ଟଙ୍କାରେ ପହଞ୍ଚିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶର ଏକାଧିକ ସହରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଅତିକ୍ରମ କଲାଣି। ଏହି କାରଣରୁ ସମସ୍ତ ମୁହଁରେ ଓ ସୋଶାଲ ମିଡିଆରେ ପେଟ୍ରୋଲର ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହିକ୍ରମରେ ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡା ମଧ୍ୟପ୍ରଦେଶରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଯାଇଥିବା କଥା ମଧ୍ୟ କହିଛନ୍ତି।

ଭୋପାଳରେ ପ୍ରିମିୟମ ପେଟ୍ରୋଲ ଲିଟର ୧୦୦.୦୪ ଟଙ୍କା ହେବାରୁ ପୁରୁଣା ପେଟ୍ରୋଲ ପମ୍ପରେ ସମସ୍ୟା ସୃଷ୍ଟି ହୋଇଛି। କାରଣ ଲିଟର ପିଛା ଦର ତିନି ଅଙ୍କ ଛୁଇଁଥିବାରୁ ଏହାକୁ ଡିସପ୍ଲେ କରିବାର ସୁବିଧା  ପୁରୁଣା ପେଟ୍ରୋଲ ପମ୍ପରେ ନାହିଁ। ଏଭଳି ପେଟ୍ରୋଲ ପମ୍ପ ଦର ବୃଦ୍ଧି କାରଣରୁ ବନ୍ଦ ମଧ୍ୟ ହୋଇଯାଇଛି। ଅନ୍ୟପକ୍ଷରେ ଏଠାରେ ସାଧାରଣ ପେଟ୍ରୋଲର ଦାମ ୯୬.୩୭ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୬.୮୪ ଟଙ୍କା ରହିଛି।

କେବଳ ଭୋପାଳ ନୁହେଁ, ରାଜସ୍ଥାନର ୩ଟି ଜିଲ୍ଲାରେ ମଧ୍ୟ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପ୍ରିମିୟର ପେଟ୍ରୋଲର ଲିଟର ପିଛା ଦର ୧୦୨.୦୭ ଟଙ୍କା ଥିବା ବେଳେ ହନୁମାନଗଡ଼ରେ ୧୦୧.୪୨ ଓ ବିକେନାରରେ ୧୦୦.୨୪ ଟଙ୍କା ରହିଛି।

ରାଜସ୍ଥାନ ସରକାର ତୈଳ ଦରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ୨% ହ୍ରାସ କରିଥିଲେ। ତଥାପି ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos