ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିରୋଧୀ ମେଣ୍ଟର ପ୍ରାର୍ଥୀ, ସମର୍ଥନ ଘୋଷଣା କଲେ କେସିଆର୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା। ଆଜି ଶ୍ରୀ ସିହ୍ନା ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସିର ଅଭିଷେକ ବାନାର୍ଜୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡେଗ, ସପା ମୁଖ୍ୟ ଅଖିଲେଶ ଯାଦବ ଓ ସିପିଆଇଏମର ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ରକୁ ତେଲେଙ୍ଗାନାର କ୍ଷମତାସୀନ କେସିଆରଙ୍କ ଟିଆରଏସ୍‌ […]

congress

congress

Hemant Lenka
  • Published: Monday, 27 June 2022
  • Updated: 27 June 2022, 12:48 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା। ଆଜି ଶ୍ରୀ ସିହ୍ନା ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସିର ଅଭିଷେକ ବାନାର୍ଜୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡେଗ, ସପା ମୁଖ୍ୟ ଅଖିଲେଶ ଯାଦବ ଓ ସିପିଆଇଏମର ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସେହିପରି ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ରକୁ ତେଲେଙ୍ଗାନାର କ୍ଷମତାସୀନ କେସିଆରଙ୍କ ଟିଆରଏସ୍‌ ସମର୍ଥନ ଘୋଷଣା କରିଛି। ଏସମ୍ପର୍କରେ ରାଜ୍ୟର ମନ୍ତ୍ରୀ କେଟିଆର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଶ୍ରୀ ସିହ୍ନା ସଂସଦ ଭବନରେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କେଟିଆର ଦଳର କିଛି ସାଂସଦଙ୍କ ସହ ଉପସ୍ଥିତ ରହିଥିଲେ। ଶ୍ରୀ ସିହ୍ନାଙ୍କ ପ୍ରଥମ ପ୍ରସ୍ତାବକ ଭାବେ ରାହୁଲ ଗାନ୍ଧି ଦସ୍ତଖତ କରିଥିବା ଜଣାପଡ଼ିଛି। ଏହାବାଦ ଟିଏମସି, ଏନସିପି ଓ ଟିଆରଏସ୍‌ର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ଶ୍ରୀ ସିହ୍ନାଙ୍କ ପ୍ରାର୍ଥିପତ୍ରରେ ଦସ୍ତଖତ କରିଛନ୍ତି।

ଶ୍ରୀ ସିହ୍ନା ୪ ସେଟର ନାମାଙ୍କନ ପତ୍ର ରାଜ୍ୟସଭା ସଚିବ ତଥା ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପିସି ମୋଡୀଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ, ଡିଏମକେର ଏ ରାଜା ଓ ଏନସିର ଫାରୁକ ଅବଦୁଲ୍ଲା ମଧ୍ୟ ଉପସ୍ଥିତ ରହିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ସିହ୍ନାଙ୍କ ଲଢ଼େଇ ସିଧାସଳଖ ଓଡ଼ିଆ ଝିଅ ତଥା ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ଶ୍ରୀମତୀ ମୁର୍ମୁ ଗତ ଶୁକ୍ରବାର ନାମାଙ୍କନ ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story